Odisha news

ପୁରୁଷ ମାନଙ୍କର ସେକ୍ସ ପାୱାରକୁ ବଢ଼ାଇଥାଏ ଏହି ୨ଟି ଯୋଗାସନ

0

ଯୋଗାସନ ଶରୀର କୁ ହେଲଦି ରଖିବାରେ ସାହାଯ୍ୟ କରିଥାଏ l କିନ୍ତୁ କଣ ଆପଣ ଜାଣିଛନ୍ତି ପ୍ରତିଦିନ ମାତ୍ର ୩୦ ମିନିଟ ର ଯୋଗାସନ ପୁରୁଷ ମାନଙ୍କର ଷ୍ଟ୍ରେସ ଲେବୁଲ କୁ ହ୍ରାସ କରିଥାଏ ଏବଂ ସେମାନଙ୍କ ସେକ୍ସ ପାୱାର ବୃଦ୍ଧି ହୋଇଥାଏ l ଆୟୁର୍ବେଦ ଓ ଯୋଗ ବିଶେଷଜ୍ଞ ଙ୍କ ମତରେ ୨ଟି ଯୋଗାସନ ପୁରୁଷ ମାନଙ୍କ କାମ ଉଦ୍ଧିପନ୍ନା କୁ ବୃଦ୍ଧି କରିଥାଏ l ଯେପରିକି ସେତୁବନ୍ଧ ସର୍ବାଙ୍ଗାସନ ଓ ନୌକସନ ନିୟମିତ କରିବା  ଦ୍ୱାରା ମସ୍ତିସ୍କ ଶାନ୍ତ ରହିଥାଏ ଓ ସେକ୍ସ ଲାଇଫ ସୁନ୍ଦର ହୋଇଥାଏ l

୧ – ସେତୁବନ୍ଧ ସର୍ବାଙ୍ଗାସନ ର ବିଧି –
ଚିତ ହୋଇ ଶୋଇ ଯାଆନ୍ତୁ, ଧୀରେ ଧୀରେ ଆଣ୍ଠୁ କୁ ଭାଙ୍ଗି ଜଙ୍ଘ ଓ ଅଂଟା କୁ ଉପରକୁ ଟେକନ୍ତୁ l ଏବଂ ହାତ ଦୁଇଟିକୁ ଭୂମି ଉପରେ ତଳେ ରଖନ୍ତୁ l ପ୍ରଶ୍ୱାସ ଅଟକାଇ କିଛି ସେକେଣ୍ଡ ପାଇଁ ରୁହନ୍ତୁ, ପୁନର୍ବାର ପ୍ରଶ୍ୱାସ ଛାଡି ପୁନର୍ବାର ଗୋଡ଼ ଲମ୍ବାଈ ଚିତ୍ତ ହୋଇ ଶୋଇ ଯାଆନ୍ତୁ l

– ଏହି ଯୋଗାସନ ୩୦ ସେକେଣ୍ଡ ଗୋଟିଏ ମିନିଟ ପର୍ଯ୍ୟନ୍ତ କରନ୍ତୁ l

୨ – ନୌକାସନ ର ବିଧି –
ଏହି ଆସନ କରିବା ଦ୍ୱାରା ସର୍ବାଙ୍ଗ ଶରୀରରେ ରକ୍ତସଂଚାଳନ ସଠିକ ଭାବରେ ହୋଇଥାଏ l ଏବଂ ଶରୀର ଫ୍ଲେକ୍ସିବୁଲ ହୋଇଥାଏ l ଏବଂ ଶରୀରକୁ ଏନର୍ଜୀ ମିଳିଥାଏ ଯାହାଦ୍ୱାରା ପୁରୁଷ ମାନଙ୍କର ସେକ୍ସ ପାୱାର ବୃଦ୍ଧି ହୋଇଥାଏ l ଏହି ଆସନ କୁ କରିବା ପାଇଁ ଚିତ ହୋଇ ମ୍ୟାଟ ଉପରେ ଶୋଇ ଯାଆନ୍ତୁ, ଏବଂ ମୁଣ୍ଡକୁ ଉଠାଇବା ସହିତ ଗୋଡ଼କୁ ମଧ୍ୟ ଉପରକୁ ଟେକନ୍ତୁ l ଏବଂ ଦୀର୍ଘ ପ୍ରଶ୍ୱାସ ନେବା ସହିତ ନିଶ୍ୱାସ ମଧ୍ୟ ଛାଡ଼ନ୍ତୁ l

– ଏହି ଆସନକୁ କରିବା ପାଇଁ ଆରମ୍ଭ ରେ ୧୦ ସେକେଣ୍ଡ ସମୟ ର ଆବଶ୍ୟକତା ରହିଛି l ଏହାପରେ ୩୦ ରୁ ୪୦ ସେକେଣ୍ଡ ପାଇଁ ସମୟ ଆବଶ୍ୟକତା ରହିଛି l ଏହାଛଡା ଏହି ଆସନକୁ ଆସ୍ଥମା , ଅନିଦ୍ରା ସମସ୍ୟା ଓ ହାର୍ଟ ସମସ୍ୟା ଥିବା ବ୍ୟକ୍ତିମାନେ ନକରିବା ଉଚିତ l

Leave A Reply