Odisha news

ଏହି କାରଣରୁ ପୁରୁଷ ମାନଙ୍କ ତୁଳନାରେ ମହିଳା ମାନେ ହୋଇ ଥାଆନ୍ତି ଦୀର୍ଘାୟୁ : ହାବାର୍ଡ ମେଡିକାଲ ର ଖୁଲାସା

0

ପୁରୁଷ ମାନଙ୍କ ତୁଳନାରେ ମହିଳାମାନେ ହୋଇ ଥାଆନ୍ତି ଅଧିକ ଦୀର୍ଘାୟୁ ଏହା ଶୁଣିବାକୁ ଟିକିଏ ଅଦ୍ଭୁତ ଲାଗୁଛି, କିନ୍ତୁ ଏହା କଣ ସତ କି ? କାହିଁକି ନା ମହିଳା ମାନଙ୍କ ତୁଳନାରେ ପୁରୁଷ ମାନଙ୍କ ର ଅଧିକ ଉଚତା ହୋଇଥାଏ l ମହିଳାଙ୍କ ମସଲସ ଠାରୁ ନେଇ ଶରୀରର ଗଠନ ପୁରୁଷ ମାନଙ୍କ ଠାରୁ ଭିନ୍ନ ହୋଇଥାଏ l ଦୈନନ୍ଦିନ ଜୀବନ ରେ ପୁରୁଷ ମାନେ ମହିଳା ମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ହୋଇ ଥାଆନ୍ତି l ସେହିଭଳି ମେଡିକାଲ ଟର୍ମ ଅନୁସାରେ ପୁରୁଷ ମାନେ ମହିଳା ମାନଙ୍କ ଠାରୁ ଦୁର୍ବଳ ହୋଇ ଥାଆନ୍ତି, ପୁରୁଷ ମାନେ ଅଧିକ ରୋଗରେ ପୀଡିତ ହୋଇ ଥାଆନ୍ତି , ପୁରୁଷ ମାନେ ଉଇକର ଜେଣ୍ଡର ଭାବରେ ଭାବରେ ଗ୍ରହଣ କରାଯାଇ ଥାଏ l

ହାବାର୍ଡ ମେଡିକାଲ ର ଗବେଷଣା –
ହାବାର୍ଡ ମେଡିକାଲ ପକ୍ଷରୁ ମହିଳା ଓ ପୁରୁଷ ମାନଙ୍କୁ ନେଇ ଗୋଟିଏ ଅଧ୍ୟୟନ ହୋଇଥିଲା l ଯେଉଁଥିରେ ଜାଣିବାକୁ ମିଳିଥିଲା ଯେ ଯେତେବେଳେ ଗୋଟିଏ ଶିଶୁ ଭୃଣ ହୋଇ ରହିଥାଏ ସେତେବେଳେ ସେ ମହିଳା କି ପୁରୁଷ ହୋଇ ଜନ୍ମ ନେବ ଜଣାପଡି ଯାଇଥାଏ l ଉଭୟ ମହିଳା ଓ ପୁରୁଷ ଙ୍କ ମଧ୍ୟରେ ୨୩ ଯୋଡ଼ା କ୍ରୋମଜମ ରହିଥାଏ, ୨୨ ଯୋଡ଼ା କ୍ରୋମଜମ ତ ସମାନ ରହିଥାଏ କିନ୍ତୁ ଗୋଟିଏ ଯୋଡ଼ା କ୍ରୋମଜମ ଅଲଗା ହୋଇଥାଏ l ପୁରୁଷ ଙ୍କ ମଧ୍ୟରେ ୨୩ ଯୋଡ଼ା କ୍ରୋମଜମ ଟି X ଓ Y କ୍ରୋମଜମ ହୋଇଥାଏ l କିନ୍ତୁ ମହିଳାଙ୍କ ନିକଟରେ ୨୩ ଯୋଡ଼ା କ୍ରୋମଜମ ଟି କେବଳ X ହୋଇଥାଏ , Y କ୍ରୋମଜମ X କ୍ରୋମଜମ ଠାରୁ ଏକ ତୃତୀୟାଂଶ କମ ହୋଇଥାଏ l ଏବଂ ଏଥିରେ X ତୁଳନାରେ ଖୁବ କମ ଜିନ ରହିଥାଏ l ପୁରୁଷ ମାନଙ୍କ ନିକଟରେ ଥିବା Y କ୍ରୋମଜମ ସହିତ ରୋଗ ମାନଙ୍କ ର ଲିଙ୍କ ରହିଥାଏ ଏବଂ ଏହି କାରଣରୁ ମହିଳା ମାନଙ୍କ ତୁଳନାରେ ପୁରୁଷ ମାନେ ରୋଗ ରେ ପୀଡିତ ହୋଇ ଥାଆନ୍ତି l

ହର୍ମୋନ ଓ ଗୁଡ଼ କୋଲେଷ୍ଟ୍ରାଲ –
ପୁରୁଷ ମାନଙ୍କ ନିକଟରେ ଥିବା ଟେସ୍ଟୋସ୍ଟେରନ ହର୍ମୋନ ତାଙ୍କର ପୁରୁଷତ୍ୱ ର ସିମ୍ବଲ ହୋଇଥାଏ l ଟେସ୍ଟୋସ୍ଟେରନ ହର୍ମୋନ ସମୟ ପୂର୍ବରୁ ହାର୍ଟ ର ମସଲସ କୁ ପ୍ରଭାବିତ କରିଥାଏ l ଯେଉଁ କାରଣରୁ ହାର୍ଟ ପ୍ରଭାବିତ ହୋଇଥାଏ l ଅପର ପକ୍ଷରେ ମହିଳାଙ୍କ ଶରୀର ରେ ଏସ୍ଟ୍ରୋଜେନ ହର୍ମୋନ ହାର୍ଟ ଓ ଶରୀର ର ରକ୍ଷା ପଡିଥାଏ l ଏହି କାରଣରୁ ମହିଳାଙ୍କ ନିକଟରେ ହାର୍ଟ ସମସ୍ୟା କମ ଦେଖିବାକୁ ମିଳିଥାଏ l ଗୁଡ଼ କୋଲେଷ୍ଟ୍ରଲ ହାର୍ଟ ପାଇଁ ଖୁବ ଲାଭ ଦାୟକ , ମହିଳାଙ୍କ ନିକଟରେ ଗୁଡ଼ କୋଲେଷ୍ଟ୍ରଲ ୬୦ .୩ ମିଲିଗ୍ରାମ ପ୍ରତି ଡେସିମିଲ ହୋଇଥାଏ l ଯେବେକି ପୁରୁଷ ମାନଙ୍କ ନିକଟରେ ଏହା କେବଳ ୪୮. ୫ ରହିଥାଏ l

Nalco

Leave A Reply