Odisha news

ଶୀତଋତୁରେ ମାଣ୍ଡିଆ ଶରୀର ପାଇଁ ରାମବାଣ

0

ମାଣ୍ଡିଆ ଭିଟାମିନ ସି , ଫାଇବର, ଆଇରନ ଓ ଆଣ୍ଟି ଅକ୍ସି ଡେଣ୍ଟ ର ଗୋଟିଏ ଭଲ ସ୍ରୋତ l ଯାହା ଆମ ଶରୀର କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ମାଣ୍ଡିଆ କୁ ନିଜ ଖାଦ୍ୟ ରେ ଶୀତ ଋତୁରେ ସାମିଲ କରିବା ଦ୍ୱାରା ସର୍ଦି, ଥଣ୍ଡା , ଏବଂ ଅନ୍ୟ ଇନଫେକ୍ସନ୍ ଓ ଅନ୍ୟ ରୋଗ ଠାରୁ ଦୂରେଇ ରଖିଥାଏ l

* ମାଣ୍ଡିଆ ପୋଷାକ ତତ୍ୱ ରେ ଭରପୁର ଅଟେ ଓ ଶରୀର ପାଇଁ ଖୁବ ଲାଭ ଦାୟକ l ମାଣ୍ଡିଆ ରେ ପ୍ରସ୍ତୁତ ରୁଟି ଶୀତ ଋତୁରେ ଖାଇବା ଦ୍ୱାରା ଓଜନ ହ୍ରାସ ହେବା ସହ ବିଭିନ୍ନ ସଂକ୍ରମଣ ରୁ ମୁକ୍ତି ମିଳିଥାଏ l

* ମାଣ୍ଡିଆ ରେ ପ୍ରସ୍ତୁତ କ୍ଷୀରି ଶୀତ ଋତୁରେ ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ଶରୀର କୁ ଭିତରୁ ଗରମ ମିଳିଥାଏ l ଏବଂ ଶରୀର ର ଇମ୍ୟୁନିଟି ବୁ ଷ୍ଟ ହୋଇଥାଏ l

* ମାଣ୍ଡିଆ ପଚନ ତନ୍ତ୍ର କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ l ଶୀତ ଋତୁରେ ଗ୍ୟାସ ଏସିଡିଟି ସମସ୍ୟା ଅଧିକ ଦେଖା ଦେଉଥିଲେ ମାଣ୍ଡିଆ ରେ ପ୍ରସ୍ତୁତ ଜିନିଷ ଖାଇବା ଦ୍ୱାରା ଆମର ପାଚନ ତନ୍ତ୍ର ମଜବୁତ ହୋଇଥାଏ l

* ଉଚ୍ଚ ରକ୍ତଚାପ ରୋଗୀ ଙ୍କ ପାଇଁ ମାଣ୍ଡିଆ ଗୋଟିଏ ଭଲ ବିକଳ୍ପ ଅଟେ l ଯେଉଁ ମାନେ ଉଚ୍ଚ ରକ୍ତଚାପ ରେ ପୀଡିତ ଅଟନ୍ତି ସେମାନେ ନିୟମିତ ମାଣ୍ଡିଆ ରେ ପ୍ରସ୍ତୁତ ଜିନିଷ ସେବନ କରନ୍ତୁ l

* ଯେଉଁ ବ୍ୟକ୍ତି ମାନେ ମଧୁମେହ ରୋଗ ରେ ପୀଡିତ ଅଟନ୍ତି , ସେମାନେ ଗହମ ରୁଟି ବଦଳ ରେ ମାଣ୍ଡିଆ ରେ ପ୍ରସ୍ତୁତ ରୁଟି ନିୟମିତ ସେବନ କରନ୍ତୁ l

Har Ghar Tiranga

Leave A Reply