ଶୀତଋତୁ ଆସିବା ମାତ୍ରକେ ରୁମ ହିଟର ର ବ୍ୟବହାର ଅଧିକ ବଢ଼ିଯାଇ ଥାଏ l କିନ୍ତୁ କଣ ଆପଣ ଜାଣିଛନ୍ତି ଏହାର ଅଧିକ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ l ନିକଟରେ ହୋଇଥିବା ଅଧୟନ ଅନୁସାରେ ରୁମ ହିଟର ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇପାରେ l ଏବଂ ଶରୀରର ଅନ୍ୟ ଭାଗ ମଧ୍ୟ ପ୍ରଭାବିତ ହୋଇଥାଏ l
ରୁମ ହିଟର ବ୍ୟବହାର କରିବା ଦ୍ୱାରା ଘର ଭିତରେ ଅକ୍ସିଜେନ ହ୍ରାସ ହୋଇଥାଏ, ମସ୍ତିଷ୍କ କୁ ମଧ୍ୟ ଉଚିତ ପରିମାଣ ର ଅକ୍ସିଜେନ ମିଳିପାରେ ନାହିଁ l ଯେଉଁ କାରଣରୁ ମୁଣ୍ଡ ବିନ୍ଧା , ମୁଣ୍ଡ ବୁଲାଇବା, ଥକା ଲାଗିବା, ଭଳି ସମସ୍ୟା ଦେଖା ଯାଇଥାଏ l ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ସିଜେନ ନମିଳିବା କାରଣରୁ ମସ୍ତିସ୍କ ମଧ୍ୟ କାମ କରିନଥାଏ l
ତ୍ୱଚା ଓ ଚକ୍ଷୁ ଉପରେ ପ୍ରଭାବ –
ରୁମ ହିଟର ବ୍ୟବହାର ଦ୍ୱାରା କୋଠରୀ ର ଆର୍ଦ୍ରତା ହ୍ରାସ ପାଇଥାଏ, ଯାହାଦ୍ୱାରା ତ୍ୱଚା ଶୁଷ୍କ ହୋଇଥାଏ, ଏବଂ ଆକ୍ଷିରେ ଡ୍ରାଏ ନେସ ବୃଦ୍ଧି ହୁଏ ଏବଂ ଆକ୍ଷିରୁ ପାଣି ବାହାରିଥାଏ l ଏବଂ ଦେଖିବାରେ ସମସ୍ୟା ହୋଇଥାଏ l
ପ୍ରଶ୍ୱାସ କ୍ରିୟା ପ୍ରଭାବିତ –
ରୁମ ହିଟର ରୁ ବାହାରୁଥିବା ଗରମ ଉତ୍ତାପ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ l ବିଶେଷ ଭାବରେ ସେହି ମାନଙ୍କ ପାଇଁ ଯେଉଁମାନେ ଶ୍ୱାସ ରୋଗୀ l ଏବଂ ଗଳା ଓ ନ୍କ ମଧ୍ୟ ଅତି ପ୍ରଭାବିତ ହୋଇଥାଏ l
କିପରି ରଖିବେ ନିଜକୁ ସୁରକ୍ଷିତ –
– ରୁମ ହିତା ବ୍ୟବହାର କରିବା ସମୟ ରେ କୋଠରୀ ସାମାନ୍ୟ ଖୋଲା ରଖନ୍ତୁ ଭେଣ୍ଟିଲେସନ ପାଇଁ l
– ହିଟର ସହିତ ହ୍ୱିୟୁମିଡି ଫାୟାର ର ବ୍ୟବହାର କରନ୍ତୁ ଯେପରି ରୁମ ରେ ଆର୍ଦ୍ରତା ରହିବ l
– ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ l
– ରୁମ ହିଟର ର ବ୍ୟବହାର କମ ସମୟ ପାଇଁ କରିବା ଆବଶ୍ୟକ l