Odisha news

ଫୁଲକୋବି ପତ୍ର କୁ ନଫିଙ୍ଗି ନିୟମିତ ଶୀତ ଋତୁରେ କରନ୍ତୁ ସେବନ , ଏହିସବୁ ରୋଗରୁ ଶୀତ ଦିନେ ପାଇବେ ଆରାମ

0

ଶୀତ ଋତୁ ଆସିବା ମାତ୍ରଳେ ବଜରରେ ବିଭିନ୍ନ ପନିପରିବାର ସମ୍ଭାର ଦେଖିବାକୁ ମିଳିଥାଏ l ସେହି ସବୁ ପରିବା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଫୁଲକୋବି l ଫୁଲ କୋବି ତ ଆଜିକାଲି ପ୍ରତ୍ୟେକ ଋତୁ ରେ ଦେଖିବାକୁ ମିଳୁଛି କିନ୍ତୁ ଶୀତ ଋତୁରେ ଖାଇବାର ରହିଛି ଅଲଗା ମଜା l ଏହା ଶୀତ ଋତୁରେ ଖାଇବାକୁ ସ୍ୱାଦିଷ୍ଟ ଲାଗିଥାଏ l କିନ୍ତୁ ଆମେ କୋବି କୁ ଖାଇ ତାର ପତ୍ର କୁ ଫିଙ୍ଗି ଦେଇଥାଉ l କିନ୍ତୁ ଏହି କୋବି ପତ୍ର ହେଉଛି ସ୍ୱାସ୍ଥ୍ୟ ର ଗନ୍ତାଘର l

* କୋବି ପତ୍ର କ୍ୟାଲସିୟମ ରେ ଭରପୁର ହୋଇଥାଏ l ଯାହାକି ଶୀତ ଋତୁରେ ହାଡ ଜନିତ ଯନ୍ତ୍ରଣା ରୁ ଆରାମ ଦେଇଥାଏ l ଏବଂ ଶରୀର କୁ କ୍ୟାଲସିୟମ୍ ଯୋଗାଇ ଥାଏ l

* କୋବି ପତ୍ରରେ ଫାଇବର, ଆଣ୍ଟିଆକ୍ସିଡାଣ୍ଟ , ଆଣ୍ଟି ଇମ୍ଫଲମେଟରୀ ଗୁଣ ରହିଥାଏ l ଯାହାକି ହାର୍ଟ ପାଇଁ ଖୁବ ହିତକର l ଯାହାଦ୍ୱାରା ଏହାକୁ ସେବନ କରିବା ଦ୍ୱାରା ହାର୍ଟ ସମ୍ବନ୍ଧୀତ ସମସ୍ୟା ଦୂର ହୋଇଥାଏ l

* ଫୁଲକୋବି ପତ୍ରରେ ଆଇରନ ର ମାତ୍ରା ଖୁବ ଅଧିକ ରହିଥାଏ l ଯାହାକୁ ସେବନ ଦ୍ୱାରା ହେମୋଗ୍ଲୋବିନର ମାତ୍ରା ବୃଦ୍ଧି ହୋଇଥାଏ l ଏବଂ ଏନିମିଆ ସମସ୍ୟା ଦୂର ହୋଇଥାଏ l

* ଭିଟାମିନ ଏ ରେ ଭରପୁର ଅଟେ ଫୁଲକୋବି ପତ୍ର l ଯାହାକି ଚକ୍ଷୁ ପାଇଁ ଖୁବ ହିତକର l ଏହାକୁ ସେବନ କରିବା ଦ୍ୱାରା ଚକ୍ଷୁ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ l

* କୋବି ପତ୍ର ନିୟୁଟ୍ରୀଏଣ୍ଟସ ରେ ଭରପୁର ହୋଇଥାଏ l ଯାହାକୁ ସେବନ ଦ୍ୱାରା ପିଲା ମାନଙ୍କର ବିକାଶ ଠିକ ଭାବେ ହୋଇଥାଏ l

* ପ୍ରୋଟିନ ଓ ଫାଇବର ରେ ଭରପୁର କୋବି ପତ୍ର ନିୟମିତ ସେବନ କରିବା ଦ୍ୱାରା ବ୍ଲଡ଼ ସୁଗାର ଲେବୁଲ ସନ୍ତୁଳନ ରହିଥାଏ l ଯାହାକି ମଧୁମେହ ରୋଗୀ ଙ୍କ ପାଇଁ ଖୁବ ହିତକର l

* ଫାଇବର ରେ ଭରପୁର ହୋଇଥିବା କୋବି ପତ୍ର ପଚନ ସମ୍ବନ୍ଧୀୟ ସମସ୍ୟା ପାଇଁ ଖୁବ ହିତକର l ଏହକୁ ସେବନ ଦ୍ୱାରା ପେଟ ସମ୍ବନ୍ଧୀତ ସମସ୍ତ ସମସ୍ୟା ଦୂର ହୋଇଥାଏ l

Har Ghar Tiranga

Leave A Reply