Odisha news

ଶୀତଋତୁରେ ପ୍ରତିଦିନ ପିଲାଙ୍କୁ ଦିଅନ୍ତୁ ଖାଇବାକୁ ମାତ୍ର ଗୋଟିଏ ଚାମଚ ଦେଶୀ ଘିଅ, ଯାହା ଇମ୍ୟୁନିଟି ବଢାଇବା ସହିତ ଦୂରେଇ ରଖିଥାଏ ବିଭିନ୍ନ ରୋଗ ନିକଟରୁ

0

ଦେଶୀ ଘିଅ ଭାରତୀୟ ସଂସ୍କୃତିର ଗୋଟିଏ ମୁଖ୍ୟ ଅଂଶ, ପୂଜାପାଠ ହେଉ କିମ୍ବା ବିବାହ ମୋହତ୍ସବ ସବୁଠି ଦେଶୀ ଘିଅର ଆବଶ୍ୟକତା ପଡିଥାଏ l କିନ୍ତୁ ଅନେକ ସମୟରେ ଫିଟନେସ ରୁଟିନ କୁ ଫଲୋ କରୁଥିବା ଲୋକେ ଦେଶୀ ଘିଅକୁ ନେଇ ଅନେକ ପ୍ରଶ୍ନ ଉଠାଇ ଥାଆନ୍ତି l କଣ ପ୍ରତ୍ୟେକ ଦିନ ଗୋଟିଏ ଚାମଚ ଘିଅ ଖାଇ ହେବ? କଣ ଏହାଦ୍ୱାରା ଓଜନ ବୃଦ୍ଧି ହେବାର ସମ୍ଭାବନା ରହିଛି ? କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକି ଏଭଳି ଅନେକ ପ୍ରଶ୍ନ ଉଠିଥାଏ l

ଆୟୁର୍ବେଦ ଅନୁସାରେ ଦେଶୀ ଘିଅ ଓ ରକ୍ତ ସଂଚାଳନ ଭଳି ଅନେକ ସମସ୍ୟା ଦୂର ହୋଇଥାଏ l ଏହା ପେଟ ପାଇଁ ଖୁବ ହିତକର ହୋଇଥାଏ l ଇଣ୍ଡିଆନ ଏକ୍ସପ୍ରେସ ର ମତ ଅନୁସାରେ ଯଶୋଦା ହସ୍ପିଟାଲ ହାଇଦ୍ରାବାଦ ର ଚିକିତ୍ସକ ଙ୍କ ମତ ଅନୁସାରେ ପ୍ରତିଦିନ ଗୋଟିଏ ଛୋଟ ଚାମଚ ଘିଅ ଖାଇବା ଦ୍ୱାରା ଜଏଣ୍ଟ ମଜବୁତ ହୋଇଥାଏ, ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ l

– ଦେଶୀ ଘିଅ ସେବନ ଦ୍ୱାରା ଛୋଟ ପିଲାଙ୍କର ମସ୍ତିଷ୍କ ର ଶକ୍ତି ବୃଦ୍ଧି ହୋଇଥାଏ l ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ l ଚକ୍ଷୁର ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ ଓ ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରିଥାଏ l

– ଘିଅ ରେ ହେଲଦି ଫ୍ୟାଟ ରହିଥାଏ , ଏହା ଫ୍ୟାଟି ଏସିଡ ର ଗୋଟିଏ ଭଲ ସୋର୍ସ ଅଟେ l ଏହି ଫ୍ୟାଟ ରେ ଭିଟାମିନ ଏ, ଇ ଓ ଡି ରେ ଭରପୁର ହୋଇଥାଏ l ଯାହାକି ଶରୀରର ସମଗ୍ର ସ୍ୱାସ୍ଥ୍ୟ ପ୍ରତି ଠିକ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

– ଏହାଛଡା ଦେଶୀ ଘିଅରେ ବ୍ୟୁଟିରିକ ଏସିଡ ରହିଥାଏ, ଯାହାକି ଗୋଟିଏ ପ୍ରକାରର ଆଣ୍ଟି ଏଂଫ୍ଲାମେଟାରି ଗୁଣ ଅଟେ l ଯାହାକି ତ୍ୱଚାରେ ଚମକ ଆଣିଥାଏ ଓ ତ୍ୱଚା କୁ ରିପେୟାର କରିଥାଏ l

– ପ୍ରତିଦିନ ଗୋଟିଏ ଚାମଚ ଲେଖାଏଁ ଦେଶୀ ଘିଅ ସେବନ କରିବା ଦ୍ୱାରା ଆଣ୍ଠୁ-ଗଣ୍ଠି ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ଏବଂ ଜଏଣ୍ଟ ମଜବୁତ ହୋଇଥାଏ l ଏହାଛଡା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ବିଶେଷ ଭାବରେ ୪୦ ବର୍ଷରୁ ଉର୍ଧ୍ଵ ବୟସର ବ୍ୟକ୍ତି ଗୋଟିଏ ସୀମିତ ମାତ୍ରାରେ ଦେଶୀ ଘିଅ ସେବନ କରିବା ଆବଶ୍ୟକ l କିନ୍ତୁ ଏହା ସମ୍ପୂର୍ଣ ଘରର ଦେଶୀ ଘିଅ ହୋଇଥିବା ଜରୁରୀ l

Nalco

Leave A Reply