ଇଂରାଜୀ ରେ ଗୋଟିଏ ପ୍ରୋଭର୍ବ ଅଛି ‘ ଆନ ଆପେଲ ଏ ଡେ , କ୍ୱିପ୍ସ ଦି ଡ଼କ୍ଟର୍ସ ଆୱେ ‘ l ଏହାର ଅର୍ଥ ପ୍ରତିଦିନ ଯଦି ଆମେ ଗୋଟିଏ ଲେଖାଏଁ ଆପେଲ ଖାଇବା ତେବେ ଆମେ ବିଭିନ୍ନ ପ୍ରକାର ରୋଗ ଠାରୁ ଦୂରେଇ ରହିବା l ଆପେଲ ହେଉଛି ଭିଟାମିନ, ମିନେରାଲସ, ଫାଇବର ଓ ଅନେକ ପ୍ରକାର ପୋଷାକ ତତ୍ୱର ଗନ୍ତାଘର l ତେଣୁ ନିୟମିତ ଗୋଟିଏ ଲେଖାଏଁ ଆପେଲ ନିୟମିତ ଖାଇବା ଜରୁରୀ l
* ହୃତପିଣ୍ଡ ବା ହାର୍ଟ ପାଇଁ ଆପେଲ ରାମବାଣ ସଦୃଶ , ନିୟମିତ ସେବନ କରିବା ଦ୍ୱାରା ହାର୍ଟ ସୁରକ୍ଷିତ ରହିଥାଏ ଓ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ l ଏହାଛଡା ହାର୍ଟ ଠିକ ଭାବରେ ବ୍ଲଡ଼ ପମ୍ପିଂଙ୍ଗ ହୋଇଥାଏ ଓ ସୁରକ୍ଷିତ ରହିଥାଏ l
* ଆପେଲ ଫାଇବର ଓ ପୋଟାସିୟମ ରେ ଭରପୁର ଅଟେ l ତେଣୁ ବ୍ଲଡ଼ ପ୍ରେସର ସନ୍ତୁଳନ ରହିଥାଏ l ଉଚ୍ଚ ରକ୍ତଚାପ ରୋଗୀ ଙ୍କ ପାଇଁ ଏହା ଖୁବ ହିତକାରୀ l
* ଶୀତଋତୁ ରେ ସାଧାରଣ ଭାବରେ ରକ୍ତ ହୀନତା ଦେଖା ଯାଇଥାଏ, ତେଣୁ ଏହି ସମୟରେ ପ୍ରତିଦିନ ଗୋଟିଏ ଲେଖାଏଁ ଆପେଲ ସେବନ କରନ୍ତୁ l ଯାହାଦ୍ୱାରା ରକ୍ତ ହୀନତା ରୁ ମୁକ୍ତି ମିଳିବ l
* ରକ୍ତ ହୀନତା ଦେଖାଗଲେ ଏନିମିଆ ଲକ୍ଷଣ ଦେଖା ଯାଇଥାଏ l ଏବଂ ଦୁର୍ବଳ ଲାଗି ଥକା ଲାଗିଥାଏ l ଏହି ସମସ୍ୟାକୁ ଦୂର କରିବା ପାଇଁ ଆପେଲ ନିହାତି ନିୟମିତ ସେବନ କରିବା ଜରୁରୀ l
* ଆପେଲ କ୍ୟାଲସିୟମ ର ଗୋଟିଏ ଭଲ ସ୍ରୋତ ଅଟେ l ଯାହା ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ l ଆଣ୍ଠୁ ଗଣ୍ଠି ରୋଗୀ ମାନେ ନିୟମିତ ଗୋଟିଏ ଲେଖାଏଁ ଆପେଲ ସେବନ କରିବା ଜରୁରୀ l
* ଶୀତ ଋତୁରେ ବିଶେଷ ଭାବରେ ଅଳସୁଆ ଲାଗି କାମ କରିବାକୁ ଇଚ୍ଛା ହୋଇ ନଥାଏ l ଏହାଛଡା ବ୍ୟାୟାମ କରିବାକୁ ମଧ୍ୟ ଅଳସୁଆ ଲାଗିଥାଏ l ତେଣୁ ଏଭଳି ସ୍ଥିତିରେ କୋଲେଷ୍ଟ୍ରଲ ବଢିବା ଗୋଟିଏ ସାଧାରଣ ସମସ୍ୟା ହୋଇ ଯାଇଥାଏ l ତେଣୁ ଏହି ସବୁଥିରୁ ମୁକ୍ତି ପାଇବା ପାଇଁ ନିୟମିତ ଗୋଟିଏ ଲେଖାଏଁ ଆପେଲ ସେବନ କରିବା ଜରୁରୀ l
* ଆପେଲ ଫାଇବର ରେ ଭରପୁର ହୋଇଥିବା କାରଣରୁ ଶୀତ ଦିନରେ ଆପେଲ ଖାଇଲେ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ, ଏହାଛଡା ଗ୍ୟାସ, ଏସିଡ଼ିଟି, ଇତ୍ୟାଦି ସମସ୍ୟା ମଧ୍ୟ ଆପେଲ ଦୂର କରିଥାଏ l