Odisha news

ସମୟ ପୂର୍ବରୁ ମୃତ୍ୟୁକୁ ଡାକି ଆଣିଥାଏ ଏକାକୀ ରହିବା : WHO ର ରିସର୍ଚ୍ଚ ରୁ ଖୁଲାସା

0

ଆଜିକାଲି ଏକାକୀ ରହିବାକୁ ଅନେକ ଲୋକ ପସନ୍ଦ କରିଛନ୍ତି l ଏହାଏଥିପାଇଁ ଘଟୁଛି କାହିଁକି ନା ଲୋକ ମାନଙ୍କର ଧାରଣା ରହିଛି ସେମାନେ ନିଜକୁ ସମୟ ଦେଇ ପାରୁଛନ୍ତି , ଏହାଦ୍ୱାରା କ୍ରିଏଟିଭିଟି ଭଲହେଉଛି l ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ l କାହିଁକି ନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ରିସର୍ଚ୍ଚ କହୁଛି ଆବଶ୍ୟକତା ଠାରୁ ଏକାକୀ ରହିବା ଆପଣଙ୍କୁ ବିଷମ ସମସ୍ୟାର ସମୁଖୀନ କରାଇପାରେ l

ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ -:
– WHO ର ରିସର୍ଚ୍ଚ କୁହାଯାଇଛି ଯେ ଏକାକୀ ରହିବ ସମସ୍ୟା ଦୁନିଆରେ ଦ୍ରୁତ ବେଗରେ ବୃଦ୍ଧି ପାଉଛି , ଏବଂ ଭାରତ ମଧ୍ୟ ଏହି ତାଲିକା ରେ ଶାମିଲ ରହିଛି l ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗୋଟିଏ ମହାମାରୀ ବୋଲି କୁହାଯାଇଛି l କିଛି ସମୟ ପାଇଁ ଏକାକୀ ରହିବ ଦ୍ୱାରା ମନକୁ ସାମାନ୍ୟ ଶାନ୍ତି ମିଳିପାରେ କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ଦ୍ୱାରା ଆପଣ ଡିପ୍ରେସନ ର ଶିକାର ହୋଇପାରନ୍ତି l ଏହାଦ୍ୱାରା ଆତ୍ମହତ୍ୟା ଭଳି ବିଚାର ମନକୁ ଆସିପାରେ l

– WHO ପକ୍ଷରୁ କୁହାଯାଇଛି ଯେ ଏକାକୀ ରହିବା ସିଗାରେଟ ସେବନ ସହିତ ସମାନ l ଏହା ଗୋଟିଏ ଦିନରେ ୧୫ଟି ସିଗାରେଟ ସେବନ ସହିତ ସମାନ l ଏବଂ ସେତିକି ମାତ୍ରାରେ ଶରୀରକୁ କ୍ଷତି କରିଥାଏ l ଏକାକୀ ରହିବ ଦ୍ୱାରା ଡ଼ାଈମେନ୍ସିଆ ଭଳି ରୋଗର ବିପଦ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇଥାଏ l

– ଏହି ଅଧ୍ୟୟନ ରେ କୁହାଯାଇଛି ଯେ ଏକାକୀ ରହିବା ଦ୍ୱାରା ମଣିଷ ସାମାଜିକ ହେବାକୁ ଇଛା କରିନଥାଏ , ଏବଂ ତା ମଧ୍ୟରେ ଚିଡିଚିଡା ଭାବି ବୃଦ୍ଧି ହୋଇଥାଏ l ଯାହାକି ଅନେକ ପ୍ରକାର ଶାରୀରିକ ସମସ୍ୟା ଆଡକୁ ଟାଣି ନେଇଥାଏ l ଯେପରିକି ଉଚ୍ଚ ରକ୍ତଚାପ, ଟାଇପ 2 ମଧୁମେହ , ହାର୍ଟ ସମସ୍ୟା ଇତ୍ୟାଦି l

– କେବଳ ଶାରୀରିକ ଦୃଷ୍ଟିରୁ ନୁହେଁ ମାନସିକ ଦୃଷ୍ଟିରୁ ମଧ୍ୟ ଏକାକୀ ରହିବା ପ୍ରଭାବିତ କରିଥାଏ, ଯେପରିକି ମଣିଷ ମଧ୍ୟରେ ସହନଶୀଳତା ହ୍ରାସ ପାଇଥାଏ, ସାମାନ୍ୟ କଥାରେ ଅଧର୍ଯ୍ୟ ହୋଇ ଯାଇଥାଏ, ଅହଂକାର ବୃଦ୍ଧି ହୋଇଥାଏ, ଇମୋସନାଲ ହୋଇନଥାଏ, ଇତ୍ୟାଦି l ସମୟ ବଢିବା ସହିତ ଏହିସବୁ କାରଣ ମଣିଷର ମୃତ୍ୟୁର କାରଣ ହୋଇଥାଏ l

Leave A Reply