Odisha news

ହ୍ୱାଟ୍ସ ଆପ ରେ କରନ୍ତୁ ନାହିଁ ଏହି ଭୁଲ, ଜୁନ ମାସରେ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟ ହୋଇଛି ବ୍ୟାନ 

0
ନୂଆଦିଲ୍ଲୀ : ଆଇଟି ରୁଲ ୨୦୨୧ ଅନୁସାରେ ହ୍ଵାଟ୍ସଆପ ଜୁନ ମାସରେ ସେଫଟି ରିପୋର୍ଟ ଜାରି କରିଛି l ଏହି ରିପୋର୍ଟ ଅନୁସାରେ କମ୍ପାନୀ ଜୁନ ୧ ତାରିକ ରୁ ନେଇ ଜୁନ ୩୦ ତାରିଖ ମଧ୍ୟରେ ୬୬ ଲକ୍ଷରୁ ଉର୍ଧ୍ଵ ଇଣ୍ଡିଆନ ଆକାଉଣ୍ଟ ଙ୍କୁ ବ୍ୟାନ କରିଛି l ବ୍ୟାନ ର କାରଣ ହେଲା କମ୍ପାନୀ ର ନିୟମ ବିରୁଦ୍ଧରେ ଯାଇ ପ୍ଲାଟଫର୍ମ ରେ ଆକ୍ଟିଭ ରହିବା l ବିଶେଷ କଥାଟି ହେଲା କମ୍ପାନୀ ଏଭଳି ଯେ କୌଣସି ଆକାଉଣ୍ଟ କୁ ବ୍ୟାନ କର ପାରିବ l ଯାହା ବିରୁଦ୍ଧରେ ତାକୁ ଅଭିଯୋଗ ମିଳିଛି l ଏହା ସହିତ ସ୍ପାମ, ଫ୍ରଡ଼ ଓ ଅନ୍ୟ ଉପାୟ କାରଣରୁ ମଧ୍ୟ କମ୍ପାନୀର ପଲିସୀ ଓ ଟର୍ମ ଏଣ୍ଡ କଣ୍ଡିସନ ବ୍ରେକ କରିବା ଦ୍ୱାରା ମଧ୍ୟ ଆକାଉଣ୍ଟ ବ୍ୟାନ କରାଯାଇ ଥାଏ l
ଜୁନ ମାସରେ କମ୍ପାନୀ ପକ୍ଷରୁ ୬୬ ଲକ୍ଷ ୧୧ ହଜାର ୭ ଶହ ଆକାଉଣ୍ଟ ବ୍ୟାନ ହୋଇଛି , ଯେଉଁଥିରେ ୨୪ ଲକ୍ଷ ୩୪ ହଜାର ୨ ଶହ ଆକାଉଣ୍ଟ କୁ କମ୍ପାନୀ ବିନା କୌଣସି ଅଭିଯୋଗ ରେ ବ୍ୟାନ କରି ଦେଇଛି l ଏଥିରେ କିଛି ଆକାଉଣ୍ଟ ରେ ପ୍ରତିବନ୍ଧକ ଲାଗି ଥିବା ବେଳେ ଆଉ କିଛି ଆକାଉଣ୍ଟ କୁ ପ୍ରତିବନ୍ଧକ ହଟା ଯାଇଛି l ଯାହାଦ୍ୱାରା ୟୁଜର୍ସ ମାନେ ସୁରକ୍ଷିତ ରହି ପାରିବେ l
ବର୍ତମାନ ହ୍ଵାଟ୍ସଆପ ଗୋଟିଏ ନୂଆ ଫିଚର ରେ କାମ କରୁଛି ଯାହାକି ୟୁଜର୍ସ ମାନଙ୍କ ସେଫଟି କୁ ଆହୁରି ମଜବୁତ କରିବ l ବିଶେଷ ଭାବରେ କମ୍ପାନୀ ଇମେଲ କୁ ହ୍ଵାଟ୍ସଆପ ଆକାଉଣ୍ଟ ସହିତ ଯୋଡିବା ପାଇଁ କାମ କରୁଛି l ଯାହାଦ୍ୱାରା ଆକାଉଣ୍ଟ ର ଭେରିଫାଇ ଆହୁରି ସୁରକ୍ଷିତ ହୋଇ ପାରିବ l ଯେଉଁ ଅନୁସାରେ ବର୍ତମାନ ଅନ୍ୟ ସୋସିଆଲ ଆପ ର ତଥ୍ୟ ଇମେଲ ରେ ମିଳି ପାରୁଛି l ବର୍ତମାନ ଏହାକୁ ନେଇ କାର୍ଯ୍ୟ ଚାଲିଛି l
Nalco

Leave A Reply