ବର୍ଦ୍ଧିତ ଓଜନ ବର୍ତମାନ କେବଳ ଭାରତ ନୁହେଁ ସାରା ବିଶ୍ୱର ଚିନ୍ତା ହୋଇ ଯାଇଛି, ଅଧିକାଂଶ ଦେଶରେ ମୋଟାପଣ ଗୋଟିଏ ଚିନ୍ତାର କାରଣ ହୋଇ ଯାଇଛି l ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ହର୍ମୋନଲ ଚେଁଜେସ ହୋଇ ଓଜନ ବୃଦ୍ଧି ଦ୍ରୁତ ଗତିରେ ହେଉଛି l ଏଥିପାଇଁ କେବଳ ଫିଜିକାଲ ଆକ୍ଟିଭିଟି ନୁହେଁ, ନିଜ ଖାଦ୍ୟ ପେୟ ପ୍ରଣାଳୀକୁ ମଧ୍ୟ ଧ୍ୟାନ ରଖିବା ଜରୁରୀ l ନଚେତ ଯେତେ ଫିଜିକାଲ ଆକ୍ଟିଭିଟି କଲେ ମଧ୍ୟ ତାର କୌଣସି ମୂଲ୍ୟ ନାହିଁ ବୋଲି ଗବେଷକ ମାନେ ମତ ଦେଇଛନ୍ତି l
= ଓଜନ ହ୍ରାସ କରିବା ପାଇଁ ଖାଦ୍ୟ –
= ଭାରତରେ ସାଧାରଣ ଭାବରେ ଆମେ ସଲିଡ଼ ଫୁଡ ଖାଇବାକୁ ପସନ୍ଦ କରିଥାଉ , ତେଣୁ ଏହା ହଜମ ହେବାରେ ସମୟ ମଧ୍ୟ ଲାଗିଥାଏ l ସେଥିପାଇଁ ଓଜନ ହ୍ରାସ ହେବାରେ ସମୟ ମଧ୍ୟ ଲାଗେ l ତେଣୁ ନିୟମିତ ଭାବରେ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ରେ ଭେଜିଟେବୁଲ ସୁପ ପିଇବା ଜରୁରୀ ଅଟେ l ଯାହାଦ୍ୱାରା ଆପଣ ଓଭରଅଲ କ୍ୟାଲୋରୀ ଇନଟେକ କରିପାରିବେ ଏବଂ ଡାଇଜେସନ ପ୍ରକ୍ରିୟା ମଧ୍ୟ ଠିକ ରହିବ l ଏମିତିରେ ଓଜନ ହ୍ରାସ ହୋଇ ପାରିବ l
= ମୂଳା –
ମୂଳା ଗୋଟିଏ ଏଭଳି ଗଛ ଯାହାକି ସାଧାରଣ ଭାବରେ ଶୀତଋତୁ ରେ ମିଳିଥାଏ l ଏହି ଋତୁରେ ମଣିଷର ଫିଜିକାଲ ଆକ୍ଟିଭିଟି କମି ଯାଇଥାଏ ଯେଉଁ କାରଣରୁ ଓଜନ ବୃଦ୍ଧି ର ସମ୍ଭାବନା ରହିଥାଏ l ମୂଳା ଗୋଟିଏ ଲୋ କ୍ୟାଲୋରୀ ଖାଦ୍ୟ ହୋଇ ଥିବାରୁ ଏହାକୁ ଆପଣ ସୀତା ଋତୁରେ ନିୟମିତ ସାଲାଡ଼ ଭାବରେ ଖାଇ ପାରିବେ ଓ ଓଜନ ହ୍ରାସ କରିପାରିବେ l
= କନ୍ଦମୂଳ –
କନ୍ଦମୂଳ ମାଟି ତଳ ର ଗୋଟିଏ ଉତ୍କୃଷ୍ଟ ଖାଦ୍ୟ l କନ୍ଦମୂଳ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ ଏବଂ ଏଥିରେ ଫାଇବର ର ମାତ୍ରା ଖୁବ ଅଧିକ ରହିଛି ତେଣୁ ଓଜନ ହ୍ରାସ ହେବାର ସମ୍ଭାବନା ରହିଥାଏ l
= ଖଟା ଜିନିଷ –
ଲେମ୍ବୁ, କମଳା ସାଧାରଣ ଭାବରେ ଭିଟାମିନ ସି ରେ ଭରପୁର ଅଟେ l ଯାହାଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ ଏବଂ ଓଜନ ହ୍ରାସ ହେବାରେ ମଧ୍ୟ ସାହାଯ୍ୟ ମିଳିଥାଏ l ତେଣୁ ପ୍ରତିଦିନ ଗୋଟିଏ କମଳା ନିୟମିତ ସେବନ କରନ୍ତୁ l