Odisha news

ଅନ୍ୟର ପାଣି ବୋତଲ ରୁ ଯଦି ପାଣି ପିଉଛନ୍ତି ତେବେ ରୁହନ୍ତୁ ସତର୍କ, ହୋଇପାରନ୍ତି ବାଂଝପଣ ର ଶିକାର

0

ଆମେଏମିତିରେ ଜାଣିଚୁ ପ୍ଲାଷ୍ଟିକ ବୋତଲ ରେ ପାଣି ରଖି ସେବନ କରିବା ଉଚିତ ନୁହେଁ, ଏଥିରେ ମାରାତ୍ମକ କେମିକାଲ ଆମକୁ ଅନେକ ଗୁଡିଏ ରୋଗରେ ପୀଡିତ କରିଥାଏ l କାହିଁକି ନା ମାରାତ୍ମକ କେମିକାଲ ସହିତ ଭୟାନକ ବ୍ୟାକ୍ଟେରିଆ ମଧ୍ୟ ରହି ଥାଆନ୍ତି l ଯାହାଦ୍ୱାରା ଗୋଟିଏ ପାଣି ବୋତଲ କୁ ଅନେକ ଲୋକ ବ୍ୟବହାର କରିବା ଦ୍ୱାରା ଅନେକ ଗୁଡିଏ ବ୍ୟାକ୍ଟେରିଆ ଜଣଙ୍କ ଶରୀର ରୁ ଆଉ ଜଣଙ୍କୁ ଟ୍ରାନ୍ସଫର ହୋଇ ଥାଆନ୍ତି l

ନିକଟରେ ଗୋଟିଏ ଅଧ୍ୟୟନ ଦ୍ୱାରା କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି ଯାହାକି ଚିନ୍ତାର କାରଣ ହୋଇପାରେ l ଗୋଟିଏ ପାଣି ପାଣି ବୋତଲ ରୁ  ଅନେକ ଲୋକ ପାଣି ପିଇବା ଦ୍ୱାରା ଚାରିଟି ମାରାତ୍ମକ ରୋଗ ହୋଇଥାଏ l ପ୍ରଥମତଃ ପ୍ଲାଷ୍ଟିକ ବୋତଲ ରେ ଥିବା ଲେମିକାଲ ଯେପରିକି ସୀସା, କେଡ଼େମୀୟମ ଓ ପାରା ଭଳି ପଦାର୍ଥ ଶରୀରରେ ଗମ୍ଭୀର ରୋଗର କାରଣ ହୋଇଥାଏ , ଯେଉଁ କାରଣରୁ କ୍ୟାନ୍ସର, ବିକଳଙ୍ଗତା , ଇମ୍ୟୁନ ସିଷ୍ଟମ ପ୍ରଭାବିତ ହୋଇଥାଏ l

= ଶ୍ୱାସ ସମ୍ବନ୍ଧୀୟ ରୋଗରେ ପୀଡିତ –
ଯଦି କୌଣସି ବ୍ୟକ୍ତି ଶ୍ୱାସ ସମ୍ବନ୍ଧିତ ସମସ୍ୟାରେ ପୀଡିତ ଅଛନ୍ତି ତେବେ ତାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ବୋତଲ ବ୍ୟବହାର କରିବା ଦ୍ୱାରା ଆମେ ମଧ୍ୟ ସେହି ରୋଗରେ ପୀଡିତ ହୋଇ ପାରନ୍ତି l ଏବଂ ଆସ୍ଥମା , କ୍ରୋନିକାଲ ଶ୍ୱାସ ସମ୍ବନ୍ଧିତ ରୋଗରେ ମଧ୍ୟ ପୀଡିତ ହୋଇ ପାରନ୍ତି l

= ଓରାଲ ଇନଫେକ୍ସନ –
ଯେଉଁ ବ୍ୟକ୍ତିମାନେ ଓରାଲ ଇନଫେକ୍ସନ ରେ ପୀଡିତ ଅଟନ୍ତି ସେମାନେ ନିଜର ଅଲଗା ପାଣି ବୋତଲ ରଖିବା ଜରୁରୀ l ଯେପରିକି ପାଟିରେ ଘା ସମସ୍ୟା, ପାଟିରେ ଦୁର୍ଗନ୍ଧ ସମସ୍ୟା, ଇତ୍ୟାଦି ଏହିସବୁ ସମସ୍ୟା ଗୋଟିଏ ବ୍ୟକ୍ତି ନିକଟରୁ ଆଉ ଗୋଟିଏ ଲୋକ କୁ ବ୍ୟାପି ଥାଏ l

= ବାଂଝପଣ ଏ ଶିକାର, ଲିଭର ସମ୍ବନ୍ଧିତ ରୋଗରେ ପୀଡିତ –
ପ୍ଲାଷ୍ଟିକ ବୋତଲ ରେ ଯଦି ପାଣି ପିଉଛନ୍ତି ତେବେ ଜଣେ ବ୍ୟବହାର କରୁଥିବା ବୋତଲ ଆଉଜଣେ ବ୍ୟବହାର କରିବା ଉଚିତ ନୁହେଁ l ଏହାକୁ ବ୍ୟବହାର କରିବା ଦ୍ୱାରା ଏକ୍ସପର୍ଟ ଙ୍କ ମତରେ ପ୍ଲାଷ୍ଟିକ ବୋତଲ ପାଣି ଯେତେବେଳେ ଗରମ ସଂସ୍ପର୍ଶରେ ଆସିଥାଏ ତେବେ ପାଣିରେ ମାଇକ୍ରୋ ପ୍ଲାଷ୍ଟିକ ମିଶି ଯାଇଥାଏ l ଏବଂ ଏହି ପ୍ଲାଷ୍ଟିକ ଶରୀରରେ ଅନେକ ରୋଗକୁ ଜନ୍ମ ଦେଇଥାଏ l ଏବଂ ଏହାଦ୍ୱାରା ଅଧିକ ମାତ୍ରାରେ ହର୍ମୋନ ଅସନ୍ତୁଳନ ରହିଥାଏ , ଏବଂ ବାଂଝପଣ ସମସ୍ୟା ଓ ଲିଭର ସମସ୍ୟା ଦେଖା ଯାଇଥାଏ l

= ଯଦି କୌଣସି ବ୍ୟକ୍ତି ଦୀର୍ଘ ସମୟ ଧରି ନିଶା ସେବନ କରୁଛନ୍ତି ଏବଂ ସେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ବୋତଲ ଜଣେ ସାଧାରଣ ବ୍ୟକ୍ତି ବ୍ୟବହାର କରିବା ଦ୍ୱାରା ସ୍ପର୍ମ କାଉଣ୍ଟ ବାଧା ପ୍ରାପ୍ତ ହୋଇଥାଏ l

Nalco

Leave A Reply