Odisha news

ଜୀବଜଗତରେ ଏଭଳି ଜୀବଜନ୍ତୁ ଅଛନ୍ତି ଯିଏକି କେବଳ ବର୍ଷା ପାଣି ହିଁ ପିଇ ନିଜର ଜୀବନ ବିତାଇ ଥାଆନ୍ତି

ଶୋଷ ରେ ଜୀବନ ଚାଲିଗଲେ ମଧ୍ୟ ପୀଇନଥାଏ ଅନ୍ୟ କୌଣସି ପାଣି

0

କଥାରେ ଅଛି ଜଳ ହିଁ ଜୀବନ,
ପାଣି ବିନା ଜଣେ କେତେଦିନ ବଞ୍ଚି ପାରିବ ?
ଗୋଟିଏ ଦିନ , ଦୁଇଦିନ ବା ତିନିଦିନ l

ଭାବିଲେ ଦେଖି ଆମ ଜୀବଜଗତ ରେ ଏଭଳି ମଧ୍ୟ ଜୀବଜନ୍ତୁ ଅଛନ୍ତି ଯିଏକି କେବଳ ବର୍ଷା ପାଣି ହିଁ ପିଇ ନିଜର ଜୀବନ ବିତାଇ ଥାଆନ୍ତି l
ଏହି ବିଶ୍ୱବ୍ରହ୍ମାଣ୍ଡ ବିଭିନ୍ନ ଚମତ୍କାର ରେ ପରିପୂର୍ଣ l ଜଳ ବିନା ଏହି ସାରା ବିଶ୍ୱବ୍ରହ୍ମାଣ୍ଡ ବିଭିନ୍ନ ଚମତ୍କାର ରେ ପରିପୂର୍ଣ୍ଣ l ଏଭଳି ଅନେକ ରହସ୍ୟ ବିଶ୍ୱବ୍ରହ୍ମାଣ୍ଡ ରେ ରହିଛି ଯାହା ବିଷୟରେ ଆମେ ଜାଣି ନଥାଉ l ସେହିଭଳି ଗୋଟିଏ ଚମତ୍କାର ରହସ୍ୟ ହେଉଛି, ଏଭଳି ଗୋଟିଏ ଜୀବ ରହିଛି ଯିଏକି କେବଳ ବର୍ଷାର ପାଣିକୁ ପିଇଥାଏ l ଥରେ ଭାବିଲେ ଦେଖି ବିନା ଖାଦ୍ୟ ଓ ବିନା ପାଣି ରେ କେହି କେବେ ବଞ୍ଚି ପାରିବେ କି ?

ଯେତେବେଳେ ଜଣଙ୍କୁ ଶୋଷ ଲାଗିଥାଏ ସେ କଦାପି ଦେଖି ନଥାଏ ତାହା ପରସ୍କାର ପାଣି କି ଅପରିଷ୍କାର ପାଣି , ବାସ ନିଜର ତୃଷା ମେଣ୍ଟାଇବା ହୋଇଥାଏ ଆମପାଇଁ ଜରୁରୀ l କିନ୍ତୁ ଏହି ଦୁନିଆରେ ଏଭଳି ଗୋଟିଏ ଜୀବ ରହିଛି ଯାହାକୁ ଆପଣ ଗରମ ଦିନରେ ଯଦି ଗୋଟିଏ ପାତ୍ର ରେ ପାଣି ଦେବେ ସେ କଦାପି ପିଇ ନଥାଏ , ସେ ବରଂ ଶୋଷିଲା ହୋଇ ନିଜର ଜୀବନ ଦେଇଦେବ କିନ୍ତୁ କଦାପି କାହା ହାତରୁ ପାଣି ପିଇବ ନାହିଁ l

ଏପରି ନୁହେଁ କି ମଣିଷ ଙ୍କ ହାତରୁ ପାଣି ପିଇବାକୁ ମନାକରି ଥାଏ, ଯଦି ସେ ଶୋଷିଲା ଥାଏ ତେବେ ନିଜ ସମୁଖରେ କୌଣସି ନଦୀ କିମ୍ବା ହ୍ରଦ ଦେଖିଲେ ମଧ୍ୟ ପାଣି ପିଇ ନଥାଏ l ସେ କେବଳ ନିଜର ତୃଷା ମେଣ୍ଟାଇବା ପାଇଁ ବର୍ଷା ପାଣି ହିଁ ପିଇଥାଏ l ଆପଣ ଭାବୁଥିବେ ଯେତେବେଳେ ମଧ୍ୟ ବର୍ଷା ହେଲେ ସେହି ପକ୍ଷୀ ଟି ବୋଧେ ପାଣି ପିଇ ଦେଉଥିବ l କିନ୍ତୁ ସେଭଳି ନୁହେଁ, ସ୍ୱାତୀ ନକ୍ଷତ୍ର ରେ ଯେତେବେଳେ ବର୍ଷା ହୋଇଥାଏ ସେତେବେଳେ ସେ ପାଣି ପିଇଥାଏ l ସେହି ପକ୍ଷୀଟି ର ନାମ ହେଉଛି ଚାତକ ପକ୍ଷୀ l

ଚାତକ ପକ୍ଷୀ କେବଳ ଭାରତର ଉତ୍ତରାଖଣ୍ଡ ରେ ଦେଖିବାକୁ ମିଳିଥାଏ , ଏହାଛଡା ଦକ୍ଷିଣ ଆଫ୍ରିକା ରେ ଦେଖିବାକୁ ମିଳିଥାଏ l

Nalco

Leave A Reply