ଶୀତଦିନ ଆସିବା କ୍ଷଣି ସମସ୍ତଙ୍କ ମୁଣ୍ଡରେ ପ୍ରାୟ ଆମେ ରୁପି ବା ଡାନଡ୍ରଫ୍ ଦେଖିବାକୁ ପାଇଥାଉ, ଏବଂ ଏହି କାରଣରୁ ମୁଣ୍ଡ ଲଗାତାର ଭାବରେ କୁଣ୍ଡାଇ ହେବା ସହିତ କେଶ ଝଡ଼ିବା ମଧ୍ୟ ଦେଖା ଯାଇଥାଏ l କିନ୍ତୁ ଆପଣ ଜାଣିଛନ୍ତି କି ଏହି ଡାନଡ୍ରଫ୍ ସମସ୍ୟା ଭିଟାମିନ କମିରୁ ହୋଇଥାଏ ବୋଲି ସ୍କିନ ବିଶେଷଜ୍ଞ ମାନେ ମତ ଦେଇଛନ୍ତି l ଯାହା ହୁଏତ ଆମ ମଧ୍ୟରୁ ଅନେକ ବ୍ୟକ୍ତି ଜାଣି ନାହାନ୍ତି l
ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ କିଛିଟା ନିର୍ଦ୍ଧିଷ୍ଟ ଭିଟାମିନ ର ଅଭାବ ଆମ ଶରୀରରେ ଶୀତଋତୁ ରେ ଦେଖିବାକୁ ମିଳିଥାଏ, କେବଳ ଡାନଡ୍ରଫ୍ ର କାରଣ ନୁହେଁ, ଏହା ମଧ୍ୟ ଶୁଷ୍କ ତ୍ୱଚାର କାରଣ ମଧ୍ୟ ଅଟେ l
ସାଧାରଣ ଭାବରେ ଶୀତଋତୁ ଆସିବା କ୍ଷଣି ତ୍ୱଚା ଶୁଷ୍କ ହୋଇଯିବା , ଧଳା ଦେଖାଯିବା, ଗୋଡ଼ ଫାଟିବା, ଡାନଡ୍ରଫ୍ ସମସ୍ୟା ହେବା ଇତ୍ୟାଦି ହୋଇଥାଏ l ଏଥିପାଇଁ ବିଶେଷ ଭାବରେ ଭିଟାମିନ B2 , B3, ଭିଟାମିନ B6, ଭିଟାମିନ B9, ଏବଂ ଫୋଲିକ ଏସିଡ କମି କାରଣରୁ କେଶ ମୂଳରେ ଡାନଡ୍ରଫ୍ ସମସ୍ୟା ଦେଖିବାକୁ ମିଳିଥାଏ l
ଭିଟାମିନ B2 ସ୍କିନ ସହିତ କେଶ ପାଇଁ ମଧ୍ୟ ଜରୁରୀ ଅଟେ, ଭିଟାମିନ B3 କମିଯିବା ଦ୍ୱାରା କେଶ ମୂଳ ସହିତ ତ୍ୱଚା ମଧ୍ୟ ଶୁଷ୍କ ହୋଇଯାଇ ଥାଏ , ଭିଟାମିନ ବି6 ଶରୀରରେ କମିଯିବା ଦ୍ୱାରା ମୁଣ୍ଡ କୁଣ୍ଡାଇ ହୋଇଥାଏ ଏବଂ ଡାନଡ୍ରଫ୍ ବୃଦ୍ଧି ହୋଇଥାଏ , ଭିଟାମିନ ବି 9 ଶରୀରରେ ହ୍ରାସ ପାଇବା ଦ୍ୱାରା କେଶ ମୂଳ ଦୁର୍ବଳ ହୋଇଯାଇ ଥାଏ l
କେଉଁ ସବୁ ଖାଦ୍ୟରେ ରହିଛି ଭିଟାମିନ ବି2 –
* ଶୀତଋତୁ ରେ ଦୁଗ୍ଦ ଜାତୀୟ ଜିନିଷ ଦହି, ପନିର , କ୍ଷୀର ନିହାତି ସେବନ କରନ୍ତୁ
ଅଣ୍ଡା ରେ ରହିଛି ଭିଟାମିନ ବି 2, ବିନା ଚର୍ବି ମାଂସ, ସବୁଜ ଶାଗ, ମାଛ, ନାଲି ଲଙ୍କା, କିସମିସ, ମଟର ଓ ଛତୁ ରେ ଭିଟାମିନ ବି 2 ଭରପୁର ମାତ୍ରାରେ ରହିଥାଏ l
କେଉଁ ଖାଦ୍ୟରେ ରହିଥାଏ ଭିଟାମିନ ବି 3-
ମାଛ, ବିଭିନ୍ନ ମାଂସ ଜାତୀୟ ଖାଦ୍ୟ, କୁକୁଡ଼ା ମାଂସ, ଏବଂ ଏଭlକୋଡା , ଛତୁ ଏବଂ ବିଭିନ୍ନ ଶାସ୍ୟରେ ଥାଏ ଭିଟାମିନ ବି 3 l
କେଉଁ ଖାଦ୍ୟରେ ଥାଏ ଭିଟାମିନ ବି 6 –
ମାଛ, ଅଣ୍ଡା, ବିନ୍ସ, ମଟର , ବିଭିନ୍ନ ଡାଲି ଜାତୀୟ ଜିନିଷ, ଏବଂ ସୋୟାବିନ, ପିସ୍ତା, ଡାଳିମ୍ବ, କଦଳୀ, ପାଳଙ୍ଗ, ଗାଜର, କନ୍ଦମୂଳ ପ୍ରଭୃତି ରେ ଭିଟାମିନ ବି 6 ରହିଥାଏ l
କେଉଁ ଖାଦ୍ୟରେ ଭିଟାମିନ ବି 9 ରହିଥାଏ –
ଭିଟାମିନ ବି 9 ଯୁକ୍ତ ଖାଦ୍ୟ ସନ୍ତୁଳିତ ଭୋଜନ ଦ୍ୱାରା ମିଳିଥାଏ, ଗ୍ରୀନ ସାଲାଡ଼ ରେ ଭିଟାମିନ ବି 9 ରହିଥାଏ l
କେଉଁ ସବୁ ଖାଦ୍ୟରେ ଥାଏ ଫାଓଙ୍କ ଏସିଡ –
ଶୀତଋତୁର ବିଭିନ୍ନ ପରିବା , ସି-ଫୁଡ, ଅଣ୍ଡା, ଡାଏରୀ ପ୍ରଡକ୍ଟସ, ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ, ମାଣ୍ଡିଆ ରହିଥାଏ ପ୍ରଚୁର ମାତ୍ରାରେ ଫୋଲିକ ଏସିଡ l
Comments are closed.