Odisha news

କାହିଁକି ହୋଇଥିଲା ତୁଳସୀ ଓ ବିଷ୍ଣୁ ଙ୍କ ବିବାହ ? କଣ ରହିଛି ଏହା ପଛର ଧାର୍ମିକ ମହତ୍ୱ

0

ଦୀପାବଳୀ ର ୧୦ ଦିନ ପରେ ଦେବ ଉତ୍ଥାନ ଏକାଦଶୀ ପଡିଥାଏ l ଏହି ଏକାଦଶୀ ଦିନ ଠାରୁ ଭଗବାନ ବିଷ୍ଣୁ ଯୋଗ ନିଦ୍ରା ରୁ ଉଠି ଥାଆନ୍ତି l ଏହାପରେ ଭଗବାନ ବିଷ୍ଣୁ ଙ୍କ ର ବିବାହ ମା ବୃନ୍ଦାବତୀ ବା ତୁଳସୀ ଙ୍କ ସହିତ କରାଯାଇ ଥାଏ l ଚଳିତ ବର୍ଷ ତୁଳସୀ ବିବାହ ନଭେମ୍ବର ୨୪ ତାରିଖ ରେ ଅନୁଷ୍ଠିତ ହେବ l କାର୍ତିକ ମାସ ଦ୍ୱାଦଶୀ ତିଥି ଶୁକ୍ଲପକ୍ଷ ରେ ହୋଇଥାଏ l

ତୁଳସୀ ଙ୍କ ବିବାହ କରାଇବା ଦ୍ୱାରା ବିବାହ , ଧନ ସମ୍ବନ୍ଧୀୟ ସମସ୍ୟା ର ସମାଧାନ ହୋଇଥାଏ l ଏହା ଆମେ ଜାଣିଛୁ ଯେ ଭଗବାନ ବିଷ୍ଣୁ ଙ୍କ ର ମା ଲକ୍ଷ୍ମୀ ପତ୍ନୀ ଅଟନ୍ତି l କିନ୍ତୁ କାହିଁକି କୁହାଯାଇ ଥାଏ ଯେ ଶ୍ରୀହରି ବିଷ୍ଣୁ ଓ ତୁଳସୀ ଙ୍କ ବିବାହ କରାଯାଇ ଥାଏ l

* କଣ ରହିଛି ପୌରାଣିକ କଥା :-
ପୌରାଣିକ କଥା ଅନୁସାରେ ପ୍ରାଚିନ କାଳରେ ଜଳନ୍ଧର ନାମକ ଗୋଟିଏ ରାକ୍ଷସ ଥିଲା , ଯିଏ କି ଖୁବ ଶକ୍ତିଶାଳୀ ଥିଲା l ତାକୁ ହରାଇବା ସହଜ ନଥିଲା l ସେ ଶକ୍ତିଶାଳୀ ହେବାର କାରଣ ଥିଲା ତାର ପତ୍ନୀ ତୁଳସୀ l ଜଳନ୍ଧର ର ପତ୍ନୀ ବୃନ୍ଦା ଖୁବ ପତିବ୍ରତା ଥିଲା l ସେହି ପ୍ରଭାବ ରୁ ଜଳନ୍ଧର କୁ କେହି ପରାସ୍ତ କରିବା ସମ୍ଭବ ନଥିଲା l ଯେଉଁ କାରଣରୁ ଜଳନ୍ଧର ର ପ୍ରତାପ ଏତେ ବଢି ଯାଇଥିଲା ଯେ ଦେବତା ଗଣ ତ୍ରାହି ତ୍ରାହି ଡାକିବାକୁ ଲାଗିଲେ l ଯେତେବେଳେ ଜଳନ୍ଧର ଯୁଦ୍ଧ କୁ ଯାଉଥିଲା ତୁଳସୀ ଭଗବାନ ବିଷ୍ଣୁ ଙ୍କୁ ପୂଜା କରୁଥିଲା l ଭଗବନ୍ ବିଷ୍ଣୁ ତାର ସମସ୍ତ ମନସ୍କାମନା ପୂରଣ କରୁଥିଲେ l

ଶ୍ରୀହରୀ ଭଙ୍ଗ କରିଥିଲେ ବିଷ୍ଣୁ ଙ୍କ ପତିବ୍ରତା – :
ଜଳନ୍ଧର ନିକଟରୁ ମୁକ୍ତି ପାଇବା ପାଇଁ ଦେବତା ଗଣ ବିଷ୍ଣୁ ଙ୍କ ନିକଟକୁ ଯାଇ ପ୍ରାର୍ଥନା କରିଥିଲେ l ଏହାର ସମାଧାନ ସ୍ୱରୂପ ଭାବରେ ବୃନ୍ଦା ଙ୍କ ସତିତ୍ୱ ହରଣ କରିବା ପାଇଁ ସମାଧାନ ର ରାସ୍ତା ବାହାରିଲା l ବୃନ୍ଦା ଙ୍କ ସତିତ୍ୱ ହରଣ ପାଇଁ ଶ୍ରୀହରୀ ଜଳନ୍ଧର ର ରୂପ ଧାରଣ କରି ବୃନ୍ଦା ଙ୍କୁ ସ୍ପର୍ଶ କରିଥିଲେ l ପରିଣାମ ସ୍ୱରୂପ ବୃନ୍ଦାବତୀଙ୍କ ସତିତ୍ୱ ହରଣ ହୋଇଥିଲା ଓ ଜଳନ୍ଧର ର ଶକ୍ତି କ୍ଷୀଣ ହୋଇ ଯାଇଥିଲା l ଏବଂ ମହାଦେବ ଙ୍କ ସହିତ ଯୁଦ୍ଧରେ ଜଳନ୍ଧର ର ମୃତ୍ୟୁ ହୋଇଥିଲା l

ବୃନ୍ଦା ଦେଇଥିଲେ ବିଷ୍ଣୁ ଙ୍କୁ ଅଭିଶାପ :-
ବୃନ୍ଦା ବିଷ୍ଣୁ ଙ୍କ ଭକ୍ତ ହୋଇଥିବା କାରଣରୁ ସେ ତୁରନ୍ତ ଏହି କଥା ଜାଣିପାରି ଥିଲା ଯେ ବିଷ୍ଣୁ ତା ସହିତ ଛଳନା କରିଛନ୍ତି ଓ ତାକୁ ଗଭୀର ଆଘାତ ଲାଗିଥିଲା l ଏବଂ ସେ ଶ୍ରୀହରୀ ଙ୍କୁ ଅଭିଶାପ ଦେଇଥିଲେ ଯେ ପଥର ହୋଇଯିବା ପାଇଁ l ଭଗବାନ ବିଷ୍ଣୁ ମଧ୍ୟ ପଥର ହୋଇଯାଇ ଥିଲେ l ଏହାପରେ ମା ଲକ୍ଷ୍ମୀ ବୃନ୍ଦା ଙ୍କୁ ପ୍ରାର୍ଥନା କରିଥିଲେ ତାଙ୍କୁ ଅଭିଶାପ ରୁ ମୁକ୍ତି କରିବା ପାଇଁ l

କାହିଁକି ହୋଇଥାଏ ଶାଳଗ୍ରାମ ଓ ମା ତୁଳସୀ ଙ୍କ ବିବାହ ? -:
ବୃନ୍ଦା ଭଗବାନ ବିଷ୍ଣୁ ଙ୍କୁ ଅଭିଶାପ ରୁ ମୁକ୍ତ କରିବା ପରେ ନିଜେ ଆତ୍ମ ଦାହ କରି ଦେଇଥିଲେ l ଯେଉଁଠି ବୃନ୍ଦା ଭସ୍ମ ହୋଇ ଯାଇଥିଲେ ସେଠାରେ ଗଛ ଉତ୍ତପନ ହୋଇଥିଲା l ଯାହାର ନାମ ଭଗବାନ ବିଷ୍ଣୁ ତୁଳସୀ ଦେଇଥିଲେ ଏବଂ କହିଥିଲେ ଶାଳଗ୍ରାମ ନାମକ ମୋର ଗୋଟିଏ ପଥର ରୂପ ଏହି ତୁଳସୀ ସହିତ ସର୍ବଦା ରହିବ l ଏହି କାରଣରୁ ପ୍ରତିବର୍ଷ ତୁଳସୀ ଙ୍କ ସହିତ ଶାଳଗ୍ରାମ ଙ୍କ ବିବାହ କରାଯାଇ ଥାଏ l

Nalco

Leave A Reply