Odisha news

ଭାରତର ଚିନ୍ତା ବଢ଼ାଇଛି ଚାନ୍ଦୀ ପୁରା ଭାଇରସ : ବିଶେଷ ଧରଣର ମାଛି କାରଣରୁ ପ୍ରଭାବିତ ହୋଇ ୫ଜଣ ଶିଶୁଙ୍କ ମୃତ୍ୟୁ

0

ବର୍ଷା ଦିନ ଆସିବା ମାତ୍ରକେ ବିଭିନ୍ନ ଭାଇରସ ଯେପରିକି ଡେଙ୍ଗୁ , ଚିକେନ ଗୁନିଆ ସହିତ ଅନେକ ପ୍ରକାର  ଭାଇରସ ର  ପ୍ରକୋପ ଅଧିକ ବଢି ଯାଇଥାଏ l କିନ୍ତୁ ବକର୍ତମାନ ଗୋଟିଏ ନୂଆ ଭାଇରାସ  ଚାନ୍ଦିପୁରା ଭାଇରାସ ଗୁଜୁରାଟ ଓ ରାଜସ୍ଥାନ ଭଳି ରାଜ୍ୟରେ ପ୍ରକୋପ ଦେଖା ଦେଇଛି l ବର୍ତମାନ ସୁଧା ଏହି ଭାଇରସ ଦ୍ୱାରା ଗୁଜୁରାଟ ରେ ୪ ଜଣ ଓ ରାଜସ୍ଥାନ ରେ ଜଣେ ଶିଶୁ ଙ୍କ ମୃତ୍ୟୁ ହୋଇ ସାରିଛି l ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ର ଚିନ୍ତା ବୃଦ୍ଧି ହୋଇଛି l ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଭାଇରସ କୁ ଯାଞ୍ଚ ଆରମ୍ଭ ହୋଇ ସାରିଛି l

ଚାନ୍ଦିପୁରା ଭାଇରସ କଣ ?
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଚାନ୍ଦିପୁରା ଭାଇରସ ର କାରଣ, ଚିକିତ୍ସାକୁ ନେଇ କୌଣସି ଶୁଭ ଖବର ମିଳିନାହିଁ l ଏହି ରୋଗର ଲକ୍ଷଣ ହେଲା ସାଧାରଣ ଫ୍ଲୁ ଭଳି ଦେଖା ଯାଇଥାଏ l ଏହି ଭାଇରସ ରହିଲେ ଜ୍ୱର ଆସିବା ମାତ୍ରକେ ରୋଗୀର ମସ୍ତିଷ୍କ ଫୁଲି ଯାଇଥାଏ, ଚାନ୍ଦିପୁରା ଜ୍ୱର କୁ ଗୋଟିଏ ପ୍ରକାରର ଭାଇରଲ ଜ୍ୱର ବୋଲି କୁହାଯାଉଛି l ଏହାଦ୍ୱାରା ରୋଗୀ ନିକଟରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଇଥାଏ l ଯେହେତୁ ଏହି ଭାଇରସ ମସ୍ତିଷ୍କ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ ତେଣୁ ରୋଗୀର ଜୀବନ ସଙ୍କଟାପନ୍ନ ହୋଇ ଯାଇଥାଏ l ସ୍ୟାଣ୍ଡ ଫ୍ଲାଇ ନାମକ ମାଛି ଦ୍ୱାରା ଏହି ଭାଇରସ ଅଧିକ ବ୍ୟାପିଥାଏ l ଏହି ଫ୍ଲାଇ ବା ମାଛି ମାନେ ଅଧିକ ବର୍ଷାଋତୁ ର କାଦୁଅ ଓ ଆବର୍ଜନା ସ୍ଥାନରେ ଦେଖିବାକୁ ମିଳି ଥାଆନ୍ତି l

ଏହି ଭାଇରସ ର ନାଁ ଚାନ୍ଦିପୁରା ଭାଇରସ କାହିଁକି ହେଲା ?
୧୯୬୫ ମସିହାରେ ମଧ୍ୟ ଏହି ବିଶେଷ ଧରଣର ମାଛି ଦ୍ୱାରା ମହାରାଷ୍ଟ୍ର ର ଚାନ୍ଦିପୁରା ନାମକ ଗାଁ ରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା l ୨୦୦୩ ରେ ଅନ୍ଧ ପ୍ରଦେଶ ରେ ଚାନ୍ଦିପୁରା ଭାଇରସ ର ପ୍ରକୋପ ଦେଖାଯାଇ ଥିଲା l ଯେଉଁ କାରଣରୁ ୧୫୦ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା l

– ବିଶେଷ ଭାବରେ ଶିଶୁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥିବା କାରଣରୁ ଚାନ୍ଦିପୁରା ଭାଇରସ ର ଅଧିକ ପୀଡିତ ହୋଇ ଥାଆନ୍ତି l

– ଚାନ୍ଦିପୁରା ଭାଇରସ ବିଶେଷ ଧରଣର ମାଛି ର ପ୍ରକୋପ ରୁ ହୋଇଥାଏ , ତେଣୁ ନିଜ ଚାରିକଡ଼ କୁ ସଫା ସୁତୁରା ରଖିବା ଜରୁରୀ l

– ନିୟମିତ ଭାବରେ କଳା ଫିନାଇଲ ପକାଇ ଘରଦ୍ୱାର ପୋଛିବା ଜରୁରୀ ଏବଂ ଘର ଚାରିକଡ଼ ରେ ବ୍ଲିଚିଙ୍ଗ ପାଉଡର ପକାଇବା ଆବଶ୍ୟକ l

– ମାଛି ବାସୁଥିବା ଖାଦ୍ୟ ପଦାର୍ଥ ଠାରୁ ଦୁରେଇ ରୁହନ୍ତୁ, ନିୟମିତ ଖାଦ୍ୟ କୁ ଘୋଡାଇ ରଖନ୍ତୁ l ଏବଂ ଗରମ ଖାଦ୍ୟ ଖାଆନ୍ତୁ l

– ଜ୍ୱର ଆସିବା ମାତ୍ରକେ ଡାକ୍ତର ଙ୍କୁ ପରାମର୍ଶ କରି ଔଷଧ ଦିଅନ୍ତୁ, ନିଜ ଇଚ୍ଛାରେ ଔଷଧ ଦିଅନ୍ତୁ ନାହିଁ l ଏବଂ ଫୁଟା ପାଣି ପିଇବାକୁ ଦିଅନ୍ତୁ l

Leave A Reply