Odisha news

ଦୁନିଆର ଅଦ୍ଭୁତ ଗାଁ : ଯେଉଁଠି ଲୋକେ ମାସ ମାସ ଧରି ଗଭୀର ନିଦ୍ରାରେ ଶୋଇ ଥାଆନ୍ତି

0

ଆଜିର ବ୍ୟସ୍ତ ବହୁଳ ଜୀବନ ରେ ଯଦି କୌଣସି ବ୍ୟକ୍ତି ଦିନରେ ୭ରୁ ୮ ଘଣ୍ଟା ନିଦରେ ଶୋଇଲା ସେ ସତରେ ଖୁବ ଭାଗ୍ୟ ଶାଳୀ l କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ଦୁନିଆରେ ଏହିଭଳି ମଧ୍ୟ ଗାଁ ରହିଛି ଯେଉଁଠି ଖାଲି ୭ -୮ ଘଣ୍ଟା ନୁହେଁ ବରଂ ଆପଣ ମାସ ମାସ ଧରି ଗଭୀର ନିଦ୍ରାରେ ଶୋଇ ପାରିବେ l

ହଁ ଆଜ୍ଞା , ଏହି ଦୁନିଆ ବିଭିନ୍ନ ଆଚମ୍ବିତ ଘଟଣା ରେ ପରିପୂର୍ଣ, ଭାବିଲେ ଥରେ ଦେଖି ଆମେ ନିଦ ଆସିଲେ ଖଟ ଟିଏ କିମ୍ବା ବିଛଣା ଟିଏ ଖୋଜିଥାଉ ଶୋଇବା ପାଇଁ l କିନ୍ତୁ କେବେ ଆପଣ ହଠାତ କାମ କରିବା ସମୟ ରେ କିମ୍ବା ଚାଲୁ ଚାଲୁ ନିଦରେ ଶୋଇ ପାରିବେ କି ? କିନ୍ତୁ ଦୁନିଆର ଗୋଟିଏ ଏଭଳି ଗାଁ ରହିଛି ଯେଉଁଠି ଲୋକେ ରୋଷେଇ କରିବା ସମୟ ରୁ ନେଇ ରାସ୍ତାରେ ଚାଲିବା ସମୟ ରେ ମଧ୍ୟ ନିଦରେ ଶୋଇ ପଡ଼ିଥାଆନ୍ତି l

ସେହି ଗାଁ ଟି ରହିଛି ତାଜାକିସ୍ତାନ ରେ , ଯେଉଁଠି ଲୋକେ ମାସ ମାସ ଧରି ନିଦରେ ଶୋଇ ଥାଆନ୍ତି l ତାଜାକିସ୍ତାନ ର ଏହି ଗାଁ ଟିର ନାମ ହେଉଛି କଳାଚି l ଏହି ଗ୍ରାମରେ ଲୋକେ ମାସ ମାସ ଧରି ଗଭୀର ନିଦ୍ରାରେ ଶୋଇ ଥାଆନ୍ତି l ଏହି ଗାଁ ଟିକୁ ସ୍ଲୀପି ହୋଲ ମଧ୍ୟ କୁହାଯାଇ ଥାଏ l ଏହି ଗାଁ ର ଲୋକେ ଏଭଳି ଶୋଇ ଥାଆନ୍ତି ତାଙ୍କ ନିକଟରେ ବମ ପଡି ଫାଟି ଗଲେ ମଧ୍ୟ ସେମାନେ ଉଠିବେ ନାହିଁ l

ବୈଜ୍ଞାନିକ ମାନେ ଏହି ଗାଁ କୁ ନେଇ ରିସର୍ଚ୍ଚ ମଧ୍ୟ କରିଛନ୍ତି, ଏବଂ ଯେଉଁଥିରୁ କାରଣ ସ୍ପଷ୍ଟ ହୋଇଛି ଯେ ଏହି ଗାଁ ର ଲୋକେ ଗଭୀର ନିଦ୍ରାରେ ଶୋଇବାର କାରଣ ହେଉଛି ଦୂଷିତ ଜଳ l ଏହି ଗାଁ ର ପାଣିରେ କାର୍ବନ ମନୋକ୍ସାଇଡ ଗଭୀର ମାତ୍ରାରେ ରହିଛି l ଯାହାକି ଏଠାରେ ଥିବା ଯୁରେନୀୟମ ଖଣି ଆସୁଛି l ଏହି କାରଣରୁ କଳାଚି ର ଲୋକେ ମାସ ମାସ ଧରି ଗଭୀର ନିଦ୍ରାରେ ଶୋଇ ଥାଆନ୍ତି l

ଏଠାକାର ଲୋକେ କହି ଥାଆନ୍ତି ଯେ ଆମେ ନିଦ୍ରାରୁ ଉଠିବା ପରେ ଜାଣିପାରି ନଥାଉ ଯେ କେତେଦିନ ପର୍ଯ୍ୟନ୍ତ ଶୋଇ ଥାଆନ୍ତି l ୨୦୧୦ ରେ ଗୋଟିଏ ସ୍କୁଲ ରେ କିଛି ପିଲା ସ୍କୁଲ ଚାଲିଥିବା ସମୟ ରେ ଶୋଇ ପଡ଼ିଥିଲେ, ଏବଂ ପିଲାମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ଏହିଭଳି ସ୍କୁଲ ରେ ଶୋଇ ରହିଥିଲେ l ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ପିଲା ମାନଙ୍କୁ ଦେଖି ଚିନ୍ତିତ ହୋଇପଡ଼ି ଥିଲେ l

Leave A Reply