ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା ଓଡ଼ିଶା, ୨୭ ଫେବୃଆରୀ ୨୦୨୧ : ଭାରତର ଅଗ୍ରଣୀ ମେଟାଲର୍ଜିକାଲ୍ ଗ୍ରେଡ୍ ନିର୍ମାତା ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଆଖ ପାଖ ଗ୍ରାମର କିଶୋରୀ ଓ ମା’ମାନଙ୍କ ପାଇଁ ଋତୁସ୍ରାବ ସମ୍ବନ୍ଧୀୟ ପରିଛନ୍ନତା ଉପରେ ଏକ ସଚେତନତା ମୂଳକ ଅଭିଯାନର ଆୟୋଜନ କରାଯାଇଥିଲା । ଜିଲ୍ଲା କାର୍ଯ୍ୟକ୍ରମର ନୀତି ଆୟୋଗରର ଅଂଶ ସ୍ୱରୂପ ବେଦାନ୍ତ ଲାଞ୍ଜିଗଡ଼ ଡିସେମ୍ବର ୨୦୨୦ଠାରୁ ଏହି କାର୍ଯ୍ୟକ୍ରମକୁ ପରିଚାଳିତ କରି ଆସୁଅଛି । ଏଥିରେ ୧୦୦ଟି ଗ୍ରାମର ୨୦୦୦ରୁ ଉଦ୍ଧ୍ୱର୍ କିଶୋରୀ ଓ ମା’ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ସଚେତନ କରାଯାଇପାରିଛି ।
ଅତ୍ୟାଧୁନିକ ଜ୍ଞାନ କୌଶଳବିଶିଷ୍ଟ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ହସପିଟାଲର ଡାକ୍ତର ଶ୍ରଦ୍ଧା ସୁମନ ପଟନାୟକଙ୍କ ସଚେତନତା ମୂଳକ ବାର୍ତାରେ ଋତୁସ୍ରାବ ସମୟରେ ସଚେତନତା, ଲୋକମାନଙ୍କ ମନରେ ରହିଥିବା ଭ୍ରମ ଧାରଣା ଦୂର ଓ ସେମାନଙ୍କ ପ୍ରଚଳିତ ଅଭ୍ୟାସକୁ ପରିବର୍ତନ ବିଷୟ, କିଶୋରୀ ବାଳିକା ମାନଙ୍କୁ ଋତୁସ୍ରାବ ସମ୍ବନ୍ଧରେ ଉପଯୁକ୍ତ ଜ୍ଞାନ ଓ ଶିଶୁ ଜନ୍ମ ଉପରେ ବାର୍ତାକୁ ପ୍ରସାର କରାଯାଇଥିଲା ।ଏହି ଅଭିଯାନର ଫଳ ସ୍ୱରୂପ ଗ୍ରାମରେ ବାସ କରୁଥିବା କିଶୋରୀମାନେ ସାନିଟାରୀ ପ୍ୟାଡ ବ୍ୟବହାର କରିବାକୁ ଆରମ୍ଭ କରିଛନ୍ତି । ପୂର୍ବରୁ ସେମାନେ କପଡ଼ାର ବ୍ୟବହାର କରୁଥିବାରୁ ବହୁ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେଉଥିଲେ ।
ଏହି ପଦକ୍ଷେପ ସଂପର୍କରେ ଉଦବୋଧନ ଦେଇ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ ୟୁନିଟÿର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ରାକେଶ ମୋହନ କହିଥିଲେ ଯେ “ଲୋକମାନଙ୍କ ଜୀବନରେ ପରିବର୍ତନ ଆଣିବା ଓ ସେମାନଙ୍କ କଲ୍ୟାଣ ପାଇଁ ବେଦାନ୍ତ ଲିମିଟେଡରେ ସବୁବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ ଯତ୍ନ ପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଜିଲ୍ଲା କାର୍ଯ୍ୟକ୍ରମର ନୀତି ଆୟୋଗରର ଅଂଶ ହୋଇ ଆମେ ଏପ୍ରକାର ଅଭିଯାନ ପରିଚାଳିତ କରୁଥିବାରୁ ଆନନ୍ଦିତ । ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟାକୁ ଏଡ଼ାଇବା ସହ ଆଦିବାସୀ ବହୁଳ ଅଂଚଳର ବହୁ କିଶୋରୀ ଓ ମହିଳାମାନେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ହୋଇ ପାରିବେ । କେବଳ ବାଳିକାମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ନୁହେଁ ଅନ୍ୟ ପକ୍ଷରେ ସେମାନଙ୍କ ସୁସ୍ଥ ଜୀବନ ଆମେ କାମନା କରୁ ।’’
ବେଦାନ୍ତ, ଲାଞ୍ଜିଗଡ଼ର ଏହି ପ୍ରୟାସକୁ ପ୍ରଶଂସା କରି ଲାଂଜିଗଡ ବ୍ଲକÿର କୁଟେଣ୍ଡେଲି ଗ୍ରାମର ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଭୂମିସୂତା ମାଝୀ କହିଥିଲେ ଯେ “ବେଦାନ୍ତ ଲାଞ୍ଜିଗଡ଼ର ଏହି ଅଭିଯାନଟି ଆମ ପାଇଁ ବହୁତ ଉଯୋଗୀ । ଆମେ ଏବେ ଜୀବନର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ଋତୁସ୍ରାବ ସଂପର୍କରେ ଜାଣିବାକୁ ପାଇଲୁ । ଆମ ସମାଜରେ ଏହାକୁ ନେଇ ପୂର୍ବରୁ ବହୁ ଭ୍ରାନ୍ତ ଧାରଣା ରହିଥିଲା ତାହା ଏବେ ଆମ ମନରୁ ଦୂର ହୋଇ ପାରିଛି । ଆମର ମା’ ମାନେ ଏସଂପର୍କରେ ସଚେତନ ହୋଇ ସେମାନଙ୍କ ପିଲାମାନଙ୍କ ସ୍ୱାସ୍ଥ୍ୟ ଯତ୍ନ ନେଇ ପାରିବେ ଓ ସୁସ୍ଥ ଜୀବନ ଯାପନ କରିପାରିବେ ।
ବେଦାନ୍ତର ସାମାଜିକକ ।ର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରହିଛି ଜୀବିକାନିର୍ବାହ ପନ୍ଥା, ମହିଳା ସଶକ୍ତିକରଣ, ଗୁଣମାନର ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଓ ପରିଚ୍ଛନ୍ନତା, ଜୈବ ନିବେଶ ଓ ଗୋଷ୍ଠୀ ପୁନଃନିର୍ମାଣ କାର୍ଯ୍ୟ ଯେଉଁଥିରେ ଲାଞ୍ଜିଗଡ଼ର ମୋଟ୍ ୬୯ଟି ଗ୍ରାମକୁ ସାମିଲ୍ କରାଯିବା ସହିତ ଆଖପାଖ ଅଂଚଳର ଲୋକମାନଙ୍କ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଉଛି । ଏହା ୩୦୫ଟି ସ୍ୱୟଂସହାୟକ ଗୋଷ୍ଠୀରେ ୩୦୦୦ରୁ ଉଦ୍ଧ୍ୱର୍ ମହିଳାଙ୍କୁ ସଶକ୍ତିକରଣ କରାଇ ପାରିଛି । ବାର୍ଷିକ ପ୍ରାୟ ୩୦୦୦୦ ଲୋକଙ୍କୁ ସ୍ୱାସ୍ଥ୍ୟସେବା ସହିତ ୨୮୦୦ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସହାୟତା ପ୍ରଦାନ, ଗୋଷ୍ଠୀ ମଧ୍ୟରେ ୫.୪ ଲକ୍ଷରୁଉଦ୍ଧ୍ୱର୍ବୃକ୍ଷରୋପଣ ଓ ଗୋଷ୍ଠୀସ୍ତରରେ ୫୦୦ରୁ ଅଧିକ ଭିତିଭୂମିମୂଳକ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିଛି ।
ବେଦାନ୍ତ ହେଉଛି ଭାରତର ଏକ ବୃହତ ଆଲୁମିନିୟମ ନିର୍ମାତା ଏବଂ ମେଟାରଲଜିକାଲ୍ଗ୍ରେଡ୍ ଆଲୁମିନାର ଅଗ୍ରଣୀ ନିର୍ମାତା । ଏହି କମ୍ପାନୀ ଲାଞ୍ଜିଗଡ଼ (କଳାହାଣ୍ଡି ଜିଲ୍ଲା, ଓଡ଼ିଶା) ରେ ଗତ ୨୦୦୭ ଠାରୁ ଭାରତ ପାଇଁ ଦୁଇ ଏମିଟିପିଏ ଆଲୁମିନା ରିଫାଇନାରି ଉତ୍ପାଦନ କରୁଛି ଏବଂ ଏହା ମଧ୍ୟ ୯୦ ମେଗାୱାଟରକ୍ୟାପଟିଭ୍ ପାୱାର ପ୍ଲାଂଟ ପରିଚାଳନା କରୁଛି ।
ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼, ୟୁନିଟ୍ସମ୍ବନ୍ଧରେ (ଆଲୁମିନା ରିଫାଇନାରି)
ବେଦାନ୍ତ ହେଉଛି ଭାରତର ବୃହତମ ଆଲୁମିନିୟମ ଉତ୍ପାଦନକାରୀ ଓ ଏକ ଅଗ୍ରଣୀ ମେଟାଲର୍ଜିକାଲ୍ଗ୍ରେଡ ଆଲୁମିନା ପ୍ରସ୍ତୁତକାରୀ ସଂସ୍ଥା । ଏହି କମ୍ପାନୀ ତାର ସର୍ବୋଚ୍ଚମାନର ଅତ୍ୟାଧୁନିକ ଜ୍ଞାନକୌଶଳ ସମନ୍ୱିତ ଆଲୁମିନିୟମ ଉଦ୍ୟୋଗ ସ୍ଥାପନ କରିଛି ।ବେଦାନ୍ତ ଲିମିଟେଡରୁ ୨ ଏମଟିପିଏ କ୍ଷମତାର ଆଲୁମିନା ରିଫାଇନାରି ଲାଞ୍ଜିଗଡ଼ଠାରୁ ୨୦୦୭ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଛି ଓ ଏଥିସହିତ ସଂପୃକ୍ତ ରହିଛି ୯୦ ମେଗାୱାଟ୍ କ୍ୟାପଟିଭ୍ ପାୱାର ପ୍ଲାଂଟ । ଏହି ରିଫାଇନାରୀ ବେଦାନ୍ତର ଆଲୁମିନିୟମ ସ୍ମେଲଟର ଝାରସୁଗୁଡ଼ା ଓ କୋର୍ବା, ଛତିଶଗଡ଼ରେ ଥିବା ବାଲକୋକୁ ଆଲୁମିନା ଯୋଗାଉଛି ।
ବେଦାନ୍ତ ଯତ୍ନ ସମ୍ବନ୍ଧରେ
ବେଦାନ୍ତ ଏହାର ପଡ଼ୋଶୀ ଗୋଷ୍ଠୀ ତଥା ଦେଶର କଲ୍ୟାଣ ପାଇ ଁପୁନଃନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ । ଗ୍ରୁପର ଫ୍ଲାଗସିପ ସିଏସଆର ପ୍ରକଳ୍ପ ନନ୍ଦଘର ହେଉଛି ମଡେଲ ଅଙ୍ଗନୱାଡ଼ିର ଏକ ନେଟୱାର୍କ ଯେଉଁଠାରେ ତୃଣମୂଳସ୍ତରରେ ମହିଳା ଓ ଶିଶୁମାନଙ୍କ ବିକାଶ ପ୍ରତିଗୁରୁତ୍ୱ ଦିଆଯାଇଛି । ଗ୍ରୁପ ସିଏସଆର ସାତଗୋଟି ମୁଖ୍ୟଉଦେ୍ଦଶ୍ୟକୁ ନେଇ ଗଠିତ ଯାହା ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଓ ପରିମଳ, ସ୍ଥାୟୀଜୀବିକା, ଦକ୍ଷତା, କ୍ରୀଡ଼ା ଓ ସଂସ୍କୃତି ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଯାଇଛି ।ଞ୍ଜ ବେଦାନ୍ତ ଫାଉଣ୍ଡେସନ ହେଉଛି ଏକ ଜନହିତକାରୀ ପଦକ୍ଷେପ ଯେଉଁଥିରେ ବେଦାନ୍ତ ଗ୍ରୁପ୍ ପକ୍ଷରୁ ସର୍ବନିମ୍ନ ସୁବିଧା ସୁଯୋଗରୁ ବଂଚିତ ପିଲାମାନଙ୍କ ପାଇଁ ଦକ୍ଷତା ବିକାଶ ଓ ଧନ୍ଦାମୂଳକ ତାଲିମ୍ କାର୍ଯ୍ୟକ୍ରମ ରଖାଯାଇଛି । ଏହାର ଏକ ପ୍ରମୁଖ ସିଏସଆର ପଷ୍ଠଳୂ ହେଉଚି ବାଲକୋ ମେଡିକାଲ୍ ସେଂଟର ରହିଛି ଯେଉଁଠାରେ ୨୦୦ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ କ୍ୟାନସର ଯତ୍ନ ହସ୍ପିଟାଲ୍, ନୂଆ ରାୟପୁର ଛତିଶଗଡ଼ଠାରେରହିଛି । କମ୍ପାନୀ ପକ୍ଷରୁ ଗୋଆ ଓ ଉଦୟପୁରରେ ଥିବା ଫୁଟବଲ୍ ଏକାଡେମି ମାଧ୍ୟମରେ କ୍ରୀଡ଼ାର ପ୍ରସାର ପାଇଁ ସହୟତା କରୁଛି ।