ସରସ୍ୱତୀ ପୂଜା ଦିନଟିକୁ ବସନ୍ତ ପଞ୍ଚମୀ ଭାବରେ ପାଳନ କରାଯାଇ ଥାଏ l ମାଘ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ପାଳିତ ହୋଇଥାଏ l ବସନ୍ତ ଋତୁର ଆଗମନ ରେ ପୃଥିବୀ ପୃଷ୍ଠ ସୌନ୍ଦର୍ଯ୍ୟ ରେ ଭରି ଉଠିଥାଏ, ବୃକ୍ଷ ଗୁଡିକ ନୂଆ ପତ୍ରରେ ପଲ୍ଲବିତ ହୋଇ ଉଠି ଥାଆନ୍ତି , ଏବଂ ବିଭିନ୍ନ ପ୍ରକାର ପୁଷ୍ପରେ ବିମଣ୍ଡିତ ହୋଇଥାଏ ପ୍ରକୃତି ରାଣୀ l କ୍ଷେତରେ ହଳଦିଆ ରଙ୍ଗର ସୋରିଷ ଫୁଲ ଏଭଳି ଦେଖିବାକୁ ମିଳିଥାଏ ସତେ ଯେପରି ଲାଗିଥାଏ ପୃଥିବୀ ରାଣୀ ହଳଦିଆ ଶାଢ଼ୀ ଟିଏ ପିନ୍ଧିଚି l ଆମ୍ବ ଗଛରେ ଆମ୍ବ ବଉଳ ପେନ୍ଥା ପେନ୍ଥା ହୋଇ ଝୁଲି ରହିଥାଏ l ଏହିଭଳି ଗୋଟିଏ ସୁନ୍ଦର ମୁହୂର୍ତ୍ତ ରେ ଶ୍ରୀପଞ୍ଚମୀ ପାଳିତ ହୋଇଥାଏ l
– ସରସ୍ୱତୀ ପୂଜାରେ ହଳଦିଆ ରଙ୍ଗର ବ୍ୟବହାର ପାଇଁ ମାନ୍ୟତା ରହିଛି l ମାନ୍ୟତା ଅନୁସାରେ ଶ୍ରୀପଞ୍ଚମୀ ରେ ହଳଦିଆ ବସ୍ତ୍ର ପିନ୍ଧିବାର ମାନ୍ୟତା ରହିଛି l ହଳଦିଆ ରଙ୍ଗ ସୁଖ ସମୃଦ୍ଧିର ପ୍ରତୀକ ଅଟେ l ତେଣୁ ସରସ୍ୱତୀ ପୂଜା ରେ ହଳଦିଆ ରଙ୍ଗର ବିଶେଷ ପ୍ରୟୋଗ ରହିଛି l
– ଧାର୍ମିକ ମାନ୍ୟତା ଅନୁସାରେ ହଳଦିଆ ରଙ୍ଗ ଉର୍ଜା ଓ ସମୃଦ୍ଧି ର ପ୍ରତୀକ ଅଟେ l ବସନ୍ତପଞ୍ଚମୀ ଦିନ ଠାରୁ ଥଣ୍ଡା କମିବାରେ ଲାଗିଥାଏ l ଏହିଦିନ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ l
– ମାନ୍ୟତା ଅନୁସାରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ଦ୍ୱାରା ମଣିଷ ଜାତକ ରେ ବୃହସ୍ପତି ର ସ୍ଥିତି ମଜବୁତ ହୋଇଥାଏ l ଏବଂ ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ସ୍ଥିତି ମଧ୍ୟ ମଜବୁତ ହୋଇଥାଏ l
– ହଳଦିଆ ବସ୍ତ୍ର ଧାରଣ କରିବା ଦ୍ୱାରା ନିଜ ମଧ୍ୟରେ ଥିବା ପାଶବିକ ପ୍ରକୃତି ଦୂର ହୋଇଥାଏ, ହଳଦିଆ ବସ୍ତ୍ର ଧାରଣା କରିବା ଦ୍ୱାରା ମନରେ ପବିତ୍ରତା ଓ ସାତ୍ଵିକ ଭାବନା ଆସିଥାଏ l ଏବଂ ଜୀବନ ସୁଖମୟ ହୋଇଥାଏ l