Odisha news

ସେଲ୍‌ସଫୋର୍ସ ଏଜେଂଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି ଉତ୍କଳ ହସ୍ପିଟାଲ

0

ଭୁବନେଶ୍ୱର :  ବିଶ୍ୱର ଏକ ନମ୍ବର ଏଆଇ ସିଆର୍‌ଏମ, ସେଲ୍‌ସଫୋର୍ସ ଓଡିଶାର ଘରୋଇ କ୍ଷେତ୍ରର ସର୍ବବୃହତ ସ୍ୱତନ୍ତ୍ର ହସ୍ପିଟାଲ ଉତ୍କଳ ହସ୍ପିଟାଲ ସହ ସହଭାଗିତା ସମ୍ପର୍କରେ ଘୋଷଣା କରିଛି । ଏହି ସହଭାଗିତା ସହିତ ଉତ୍କଳ ହସ୍ପିଟାଲ ସେଲ୍‌ସଫୋର୍ସ
ଏଜେଂଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି ।  ଏଜେଂଟଫୋର୍ସ ଓ ସେଲ୍‌ସଫୋର୍ସ ହେଲ୍‌ଥ କ୍ଲାଉଡର କାର୍ଯ୍ୟକାରିତା ମାଧ୍ୟମରେ ଏହି ରଣନୈତିକ ସହଭାଗିତା ରୋଗୀମାନଙ୍କ ତଥ୍ୟକୁ ଏକତ୍ରିତ କରି,
ପରିଚାଳନାକୁ ଶୃଙ୍ଖଳିତ କରି ଏବଂ ସେଲ୍ଫ-ସର୍ଭିସ କ୍ଷମତାଗୁଡିକ ସହ ରୋଗୀଙ୍କୁ ସଶକ୍ତ କରି ଡିଜିଟାଲ ରୂପାନ୍ତରଣକୁ ଆଗକୁ ବଢାଇବା ପାଇଁ ଲକ୍ଷ୍ୟ ରଖିଛି, ଯାହା ଅଂଚଳରେ ସ୍ୱାସ୍ଥ୍ୟସେବା ଉଦ୍ଭାବନ ପାଇଁ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛି । ଉତ୍କଳ ହସ୍ପିଟାଲ ରୋଗୀଙ୍କ ଯୋଗଦାନକୁ ଉନ୍ନତ କରିବା ଓ ପରିଚାଳନାଗୁଡିକୁ ଶୃଙ୍ଖଳିତ କରିବା ପାଇଁ ଏଜେଂଟଫୋର୍ସ, ସେଲ୍‌ସଫୋର୍ସ ସେଡ୍ୟୁଲର ଓ ଏଆଇ ପରିଚାଳିତ ଚାଟ୍‌ବଟ ସମେତ ସେଲ୍‌ସଫୋର୍ସ ଟୁଲଗୁଡିକର ଏକ ରେଞ୍ଜର ବ୍ୟବହାର କରିବ । ହସ୍ପିଟାଲ ଇନ୍‌ଫର୍ମେଶନ ମ୍ୟାନେଜମେଂଟ ସିଷ୍ଟମ (ଏଚଆଇଏମ୍‌ଏସ), ଇଲେକ୍‌ଟ୍ରୋନିକ ମେଡିକାଲ ରେକର୍ଡ (ଇଏମଆର) ଓ ଏକ୍ସେଲ ଭଳି ଭିନ୍ନ ଭିନ୍ନ ସିଷ୍ଟମରୁ ରୋଗୀଙ୍କ ତଥ୍ୟକୁ ଏକ ସିଙ୍ଗଲ ୩୬୦ ଡିଗ୍ରୀ ଭ୍ୟୁରେ ଏକତ୍ରିତ କରି ହସ୍ପିଟାଲ ଏହାର କଲ ସେଂଟର, ମେଡିସିନ ଅର୍ଡର ଓ ସେଲ୍ଫ-ସର୍ଭିସ ପୋର୍ଟାଲରେ ସୁଗମ ସହଯୋଗିତା ସୁନିଶ୍ଚିତ କରିପାରିବ । ଉତ୍କଳର କମ୍ପ୍ୟୁଟର ଟେଲିଫୋନି ଇଂଟିଗ୍ରେଶନ (ସିଟିଆଇ) ଟେଲିଫୋନି ସିଷ୍ଟମଗୁଡିକରେ ଗଭୀର ଏକତ୍ରୀକରଣ ସହିତ ସେଲ୍‌ସଫୋର୍ସ ରିଅଲ-ଟାଇମ, ଅଟୋମେଟେଡ ସପୋର୍ଟକୁ ସକ୍ଷମ କରିବ,  ମାନୁଆଲ ପ୍ରୋସେସଗୁଡିକ ଉପରେ ନିର୍ଭରଶୀଳତାକୁ ବହୁମାତ୍ରାରେ ହ୍ରାସ କରିବ ଏବଂ ସାମଗ୍ରିକ ରୋଗୀ ଅନୁଭୂତିକୁ ଉନ୍ନତ କରିବ ।

୧୫୦ଟି ଡେଡିକେଟେଡ କ୍ରିଟିକାଲ କେୟାର ବେଡ ସମେତ ୪୫୦ଟି ବେଡ୍‌ର କ୍ଷମତା ସହିତ ଉତ୍କଳ ହସ୍ପିଟାଲ ରୋଗୀଙ୍କ ସେବାକୁ ଉନ୍ନତ କରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିଗୁଡିକୁ ଗ୍ରହଣ କରିବା କ୍ଷେତ୍ରରେ ଅଗ୍ରଗାମୀ ରହିଆସିଛି । ଷ୍ଟେଟ-ଅଫ-ଦ-ଆର୍ଟ କ୍ୟାଥ ଲ୍ୟାବ ଓ କାର୍ଡିଆକ କ୍ରିଟିକାଲ କେୟାର ୟୁନିଟ୍‌ଗୁଡିକ ସହ ସୁସଜ୍ଜିତ ହସ୍ପିଟାଲର ଡିପାର୍ଟମେଂଟ ଅଫ କାର୍ଡିଆକ ସାଇନ୍ସେସ  ଟେକ୍ନୋଲୋଜି ଭିତିଭୂମିର ଅଗ୍ରଗତି ପାଇଁ ଏହାର  ପ୍ରତିଶ୍ରୁତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଏଜେଂଟଫୋର୍ସ ଦ୍ୱାରା ପରିଚାଳିତ ସେଲ୍‌ସଫୋର୍ସର ଆଡ୍‌ଭାନ୍ସଡ ଏଆଇ ଓ ଆନାଲିଟିକ୍ସ କ୍ଷମତାଗୁଡିକ  ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ଆନୁମାନିକ ତଥ୍ୟ ଓ ଅଟୋମେଶନ ପ୍ରଦାନ କରିବ ।

ଏହି କାର୍ଯ୍ୟକାରିତାକୁ ସେଲ୍‌ସଫୋର୍ସ କନ୍‌ସଲ୍ଟିଙ୍ଗ ପାର୍ଟନର, କୋସର୍ଭ ସଫ୍ଟୱେୟାର ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ ସହ ସହଭାଗିତାରେ ଆଗକୁ ପରିଚାଳନା କରାଯିବ ଏବଂ ଏହା ଶକ୍ତିଶାଳୀ ଡିଜିଟାଲ ଇଂଟରାକ୍ସନକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବସାୟ ବିଶ୍ଳେଷଣ
ପାଇଁ ଟାବ୍‌ଲ୍ୟୁ (ଞବଭକ୍ଷରବଙ୍କ)ର ଏକତ୍ରିକରଣ, ହାଇପର-ପର୍ସନାଲାଇଜ୍‌ଡ ରୋଗୀ ଅନ୍ତର୍ଭୁକ୍ତୀକରଣ ଯାତ୍ରା ଓ ମଜବୁତ କଷ୍ଟମର ପୋର୍ଟାଲଗୁଡିକ ସମେତ ଭବିଷ୍ୟତର ଉଦ୍ଭାବନ ପାଇଁ ବାଟ ଫିଟାଇବ ।

ଏସମ୍ପର୍କରେ ସେଲ୍‌ସଫୋର୍ସ ଇଣ୍ଡିଆର ସେଲ୍‌ସ ବିଭାଗର ଉପାଧ୍ୟକ୍ଷ କମଲ କାନ୍ତ କହିଛନ୍ତି, “ ଉତ୍କଳ ହସ୍ପିଟାଲ ସହ ଏହି ସହଭାଗିତା, ଟେକ୍ନୋଲୋଜି କିଭଳି ସହାନୁଭୂତିଶୀଳ, ସଂଯୋଜିତ ସ୍ୱାସ୍ଥ୍ୟସେବାର ଏକ ଶକ୍ତିଶାଳୀ ସକ୍ଷମକାରୀ ହୋଇପାରିବ ତାହାକୁ ପ୍ରଦର୍ଶିତ କରୁଛି । ହେଲଥ୍ କ୍ଲାଉଡ ଓ ଏଜେଂଟଫୋର୍ସକୁ ଏକତ୍ରିତ କରି ଆମେ ଉତ୍କଳ ହସ୍ପିଟାଲକୁ ରୋଗୀଙ୍କ ତଥ୍ୟ ସଂଗ୍ରହ କରିବା, ଜଟିଳ ପ୍ରକ୍ରିୟାଗୁଡିକୁ ଅଟୋମେଟ କରିବା ଏବଂ ଅଧିକ ବ୍ୟକ୍ତିଗତ ଓ ଦକ୍ଷ ସେବା ପ୍ରଦାନ କରିବାରେ ସାହାଯ୍ୟ କରୁଛୁ । ଓଡିଶାର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନକୁ ଏକ ଡିଜିଟାଲ-ପ୍ରଥମ ହସ୍ପିଟାଲରେ ପରିଣତ ହେବା ପାଇଁ ଏହାର ଯାତ୍ରାରେ ସହଯୋଗ କରିବା ଏବଂ ଅଂଚଳ ପାଇଁ ନୂଆ ବେଂଚମାର୍କ ସ୍ଥାପନ କରିବା ଲାଗି  ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ ଅଟେ ।”

ଉତ୍କଳ ହସ୍ପିଟାଲର ସିଇଓ ବି.କେ. ସୁବୋଧ ସିଂହ କହିଛନ୍ତି, “ଉତ୍କଳ ହସ୍ପିଟାଲରେ ଆମର ଲକ୍ଷ୍ୟ ହେଉଛି ଉଦ୍ଭାବନ ଓ ଟେକ୍ନୋଲୋଜି ମାଧ୍ୟମରେ ଉତ୍କୃଷ୍ଟ ରୋଗୀ ସେବା ପ୍ରଦାନ କରିବା । ସେଲ୍‌ସଫୋର୍ସ ସହ ସହଭାଗିତା ଆମକୁ ଏକ ଡିଜିଟାଲ-ପ୍ରଥମ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଅନୁମତି ଦେଉଛି ଯାହା ଆମର ପରିଚାଳନାଗୁଡିକୁ ଏକୀକୃତ କରିବା ସହ ଆମର ରୋଗୀଙ୍କୁ ସଶକ୍ତ କରୁଛି । ହେଲ୍‌ଥ କ୍ଲାଉଡ ଓ ଏଜେଂଟଫୋର୍ସ ସହିତ ଆମେ ଏକ ସ୍କାଲେବୁଲ ପ୍ଲାଟଫର୍ମ ନିର୍ମାଣ କରୁଛୁ ଯାହା ସ୍ୱାସ୍ଥ୍ୟସେବା ରୂପାନ୍ତରଣ କ୍ଷେତ୍ରରେ ଏକ ଲିଡର ହେବା ପାଇଁ ଆମର ଲକ୍ଷ୍ୟ ଅନୁରୂପ ରହିଛି ।” କୋସର୍ଭ ସଫ୍ଟୱେୟାର ସଲ୍ୟୁଶନ୍ସର ପାର୍ଟନର ଅରୁଣ ପରିଜା କହିଛନ୍ତି, “ଉତ୍କଳ ହସ୍ପିଟାଲକୁ ଏହାର ଡିଜିଟାଲ ରୂପାନ୍ତରଣ ଯାତ୍ରାରେ ସହଯୋଗ କରି ଓ ମାର୍ଗଦର୍ଶନ ପ୍ରଦାନ କରି କୋସର୍ଭ  ସ୍ୱାସ୍ଥ୍ୟସେବା ପରିଦୃଶ୍ୟ ଉପରେ ଗଭୀର ସୂଚନା ଏବଂ ସେଲ୍‌ସଫୋର୍ସକୁ ପ୍ରଭାବୀ ରୂପେ ଉପଯୋଗ କରିବା ପାଇଁ ଆବଶ୍ୟକ ରଣନୈତିକ ଦୃଷ୍ଟିକୋଣ ଆଣିଛି, ଯାହା ଏହାକୁ ଉଭୟ ଅନ୍ତର୍ଦୃଷ୍ଟି ଓ ସହଯୋଗିତା କ୍ଷେତ୍ରରେ ଏକ ବ୍ୟବସାୟିକ ବିଜୟରେ ପରିଣତ କରୁଛି ।”

Leave A Reply