Odisha news

ୟୁରିକ ଏସିଡ ରେ ପ୍ରଭାବିତ ରହୁଥିଲେ ନିୟମିତ ଚୋବାଇ ନିଅନ୍ତୁ ମାତ୍ର ଦୁଇଟି ପତ୍ର , ଜୀବନ ସାରା ରହିବେ ରୋଗ ମୁକ୍ତ

0

ଶରୀରରେ ୟୁରିକ ଏସିଡ ର ମାତ୍ରା ବୃଦ୍ଧି ହେବl ଦ୍ୱାରା ବିଭିନ୍ନ ପ୍ରକାରର ଯନ୍ତ୍ରଣାରେ ଆମେ ପ୍ରଭାବିତ ହୋଇଥାଉ, ଯେପରିକି ଗୋଡ଼ର ଗଣ୍ଠି ଯନ୍ତ୍ରଣା, ଆଣ୍ଠୁ ରେ ଯନ୍ତ୍ରଣା, ଅଣ୍ଟାରେ ଯନ୍ତ୍ରଣା ଇତ୍ୟାଦି l ଯାହାକି ବେଳେବେଳେ ଖୁବ ଅସହ୍ୟ ହୋଇଥାଏ ଏବଂ ଅନେକ କ୍ଷେତ୍ରରେ କିଡ୍ନୀ ମଧ୍ୟ ପ୍ରଭାବିତ ହୋଇଥାଏ l ଆମେ ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରି ମଧ୍ୟ ଔଷଧ ସେବନ କରିପାରିବା l କିନ୍ତୁ ଅନେକ ସମୟ ରେ ଦେଶୀ ଚିକିତ୍ସା ମଧ୍ୟ ଖୁବ ହିତକର ଅଟେ l  ତେବେ ଆଜି ଆସନ୍ତୁ ଜାଣିବା ତାହା କେଉଁ ପତ୍ର ଯାହାଦ୍ୱାରା ୟୁରିକ ଏସିଡ ନିୟନ୍ତ୍ରିତ ରହିଥାଏ l

– ଲକ୍ଷଣ
– ଶରୀରରେ ୟୁରିକ ଏସିଡ ର ମାତ୍ରା ବୃଦ୍ଧି ହେବା ଦ୍ୱାରା ଗଣ୍ଠି ରେ ଯନ୍ତ୍ରଣା,
– ଠିକ ଭାବରେ ଚଳପ୍ରଚଳ ହେବାରେ ମଧ୍ୟ ଅସୁବିଧା ହୋଇଥାଏ ,

– ଚିକିତ୍ସା
– ୟୁରିକ ଏସିଡ ଯଦି ଶରୀରରେ ଯଦି ବୃଦ୍ଧି ପାଉଛି ତେବେ ନିଜ ଲାଇଫ ଷ୍ଟାଇଲ କୁ ପରିବର୍ତନ କରିବା ଜରୁରୀ l
– ଖାଦ୍ୟ ପେୟ ରେ ପରିବର୍ତନ ଆବଶ୍ୟକ l
– ଉଚ୍ଚ ମାତ୍ରାର ମସଲା କିମ୍ବା ତୈଳ ଯୁକ୍ତ ଭୋଜନ କରନ୍ତୁ ନାହିଁ l
– ଅତ୍ୟଧିକ ଆମିଷ ଭୋଜନ ଠାରୁ ଦୂରେଇ ରୁହନ୍ତୁ l

– ହାଇ ୟୁରିକ ଏସିଡ ରେ ତୁଳସୀ ପତ୍ର ଖୁବ ଉପକାରୀ ଅଟେ l ତୁଳସୀ ପତ୍ର ଏମିତିରେ ମଧ୍ୟ ଔଷଧୀୟ ଗୁଣରେ ଭରପୁର ଅଟେ, ଯେଉଁ କାରଣରୁ ଏହା ୟୁରିକ ଏସିଡ ପାଇଁ ଲାଭକାରୀ ଅଟେ l

– ୟୁରିକ ଏସିଡ ର ସମସ୍ୟା ପାଇଁ ଆଣ୍ଟି ଅକ୍ସିଡେଣ୍ଟ ଖୁବ ଲାଭକାରୀ, ଯାହାକି ତୁଳସୀ ପତ୍ରରେ ପ୍ରଚୁର ମାତ୍ରାରେ ରହିଥାଏ l ତେଣୁ ୟୁରିକ ଏସିଡ ରେ ପ୍ରଭାବିତ ବ୍ୟକ୍ତି ନିୟମିତ ୨ଟି ତୁଳସୀ ପତ୍ର ଚୋବାଇ ଦିଅନ୍ତୁ ଯାହାଦ୍ୱାରା ହାଇ ୟୁରିକ ଏସିଡ ନିୟନ୍ତ୍ରିତ ରହିଥାଏ l

– ତୁଳସୀ ପତ୍ର ନିୟମିତ ସେବନ ଦ୍ୱାରା ବ୍ଲଡ଼ ସୁଗାର  ମଧ୍ୟ ନିୟନ୍ତ୍ରିତ ରହିଥାଏ, ଏବଂ ରକ୍ତଚାପ ମଧ୍ୟ ସନ୍ତୁଳିତ ରହିଥାଏ l  ସର୍ଦି, କାଶ ଓ ବିଭିନ୍ନ ଫ୍ଲୁ ରୁ ଆରାମ ମିଳିଥାଏ l

Har Ghar Tiranga

Leave A Reply