Odisha news

ଏଠାରେ ୭୦ କୋଟି ନିଶା କାରୀଙ୍କ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର କୋଠରୀ, ବିନା ରୋକ ଟୋକରେ ଆରାମ ରେ ସେବନ କରିବେ ଚରସ ଓ ଗଂଜେଇ 

0
ନୂଆଦିଲ୍ଲୀ : ସାରା ବିଶ୍ୱରେ ଚରସ, ଗଂଜେଇ, ହେରୋଇନ, କୋକିନ ଆଦି ନିଶା ଦ୍ରବ୍ୟ କୁ ଲୋକେ ଲୁଚିଛପି ସେବନ କରି ଥାଆନ୍ତି l ସେମାନେ ଖୁବ ଭଲରେ ଜାଣି ଥାଆନ୍ତି ଯେ ଏହିସବୁ ନିଶାଦ୍ରବ୍ୟ ସେମାନଙ୍କ ଉପରେ କିଭଳି ପ୍ରଭାବ ପକାଇଥାଏ l ଏହା ସତ୍ୱେ ମଧ୍ୟ ସେମାନେ ନିଶା ସେବନ କରିବା ପାଇଁ ପାଗଳ ଅଟନ୍ତି l ଅନେକ ଦେଶରେ ନିଶା ସେବନ ଗୋଟିଏ ବଡ଼ ଅପରାଧ ଅଟେ l ଏଭଳି ସ୍ଥିତିରେ ପୋଲିସ ନିକଟରେ ଯେମିତି ଖବର ପହଂଚି ଥାଏ ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି l
କିନ୍ତୁ ଦୁନିଆରେ ଏଭଳି ଗୋଟିଏ ଦେଶ ରହିଛି ଯେଉଁଠି ନିଶାକାରୀ ମାନଙ୍କ ପାଇଁ ରହିଛି ସ୍ୱତନ୍ତ୍ର କୋଠରୀ l ଯେଉଁଠି ସେମାନେ ଶାନ୍ତିରେ ବସି ନିଜ ମନ ମୁତାବକ ନିଶା ସେବନ କରିପାରିବେ l ସବୁଠୁ ବିଶେଷ କଥାଟି ହେଲା ତାଙ୍କୁ ଆଉ କେହି ହଇରାଣ କରିବେ ନାହିଁ l
ବିବିସି ରିପୋର୍ଟ ଅନୁସାରେ ୟୁକେ ର ଗ୍ଲାସଗୋ ରେ ପ୍ରଶାସନ ପକ୍ଷରୁ ନିଶା ଖୋର ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ ପ୍ରସ୍ତୁତ ପାଇଁ ଅନୁମତି ଦିଆଯାଇଛି l ଯେଉଁଠାରେ ନିଶାଗ୍ରସ୍ତ ବ୍ୟକ୍ତି ଆରାମ ରେ ବସି ନିଶା ସେବନ କରିପାରିବେ l ସ୍କଟଲ୍ୟାଣ୍ଡ ସରକାର ଏହି ପଦକ୍ଷେପ ଏଥିପାଇଁ ଉଠାଇଛନ୍ତି ଯାହାଦ୍ୱାରା ସେ ଦେଶରେ ନିଶା ସେବନ ଦ୍ୱାରା ହେଉଥିବା ମୃତ୍ୟୁ ମୁଖରୁ ଲୋକଙ୍କୁ ରକ୍ଷା କରିପାରିବେ l
Nalco

Leave A Reply