ହଳଦୀ ପ୍ରତ୍ୟେକ ଭାରତୀୟଙ୍କ ଗୁରୁତ୍ୱପୂର୍ଣ ମସଲା ଅଟେ l ଏହାର ବ୍ୟବହାର ଖାଦ୍ୟର ସ୍ୱାଦ ବଢାଇବା ସହିତ ରଙ୍ଗ ମଧ୍ୟ ବୃଦ୍ଧି କରିଥାଏ l କିନ୍ତୁ ଏହାର ବ୍ୟବହାର ଅଧିକ ଔଷଧ ଭାବରେ କରାଯାଏ l ଆମେ ସାଧାରଣ ଭାବରେ ଦେଖିଚୁ ହଳଦୀ ସହିତ ଦୁଗ୍ଧ ସେବନ କରିବା ପାଇଁ କୁହାଯାଇ ଥାଏ l କିନ୍ତୁ ହଳଦୀ କୁ ପାଣିରେ ମିଶାଇ ସେବନ କରିବା ଅନେକ ଗୁଣରେ ଲାଭ ଦାୟକ ହୋଇଥାଏ l
ହଳଦୀ ପାଣି ସେବନ କରିବାର ଚମତ୍କାର ଲାଭ –
– ହଳଦୀ ରେ ଆଣ୍ଟି ଇମ୍ଫ୍ଲମେଟ୍ରି ଗୁଣ ରହିଥାଏ, ଏହି କାରଣରୁ ହଳଦୀ ପାଣି ସେବନ କରିବା ଦ୍ୱାରା ଶରୀର ଫୁଲା କମ ହୋଇଥାଏ l ହଳଦୀ ଯୁକ୍ତ ପାଣି ସେବନ କରିବା ଦ୍ୱାରା ଅର୍ଥାରଇଟିସ ଭଳି ସମସ୍ୟା ଦୂର ହୋଇଥାଏ l
– ହଳଦୀ ରେ କରକ୍ୟୁମିନ, ଆଣ୍ଟି ସେପ୍ଟିକ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ l ଶରୀର କୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରେ l
– ହଳଦୀ ପାଣି ପିଇବା ଦ୍ୱାରା ଶରୀର ଡିଟକ୍ସିଫାଇ ହୋଇଥାଏ ଓ ବ୍ରଣ ସମସ୍ୟା ସହିତ ଅନ୍ୟ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l ନିୟମିତ ସେବନ ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଓ କୁଞ୍ଚନ ଦୂର ହୋଇଥାଏ l
– ହଳଦୀ ରେ ଥିବା କରକ୍ୟୁମିନ ଗୋଟିଏ ଆଣ୍ଟି କ୍ୟାନ୍ସର ଏଜେଣ୍ଟ ଭଳି କାର୍ଯ୍ୟ କରିଥାଏ l ଏହା କ୍ୟାନ୍ସର କୋଷିକା ଗୁଡିକୁ ବଢିବାକୁ ଦେଇନଥାଏ l ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ଶରୀର କୁ ଫ୍ରି ରେଡ଼ିକୁଲସ କ୍ଷତି ଠାରୁ ରକ୍ଷା କରିଥାଏ l
– ଓଜନ ହ୍ରାସ ପାଇଁ ହଳଦୀ ପାଣି ସାହାଯ୍ୟ କରିଥାଏ l ଏହା ଆପଣଙ୍କ ଡ଼ାଈଜେଷ୍ଟିଭ ସିଷ୍ଟମ କୁ ଟ୍ରାକ ରେ ରଖିଥାଏ l ଏହାଦ୍ୱାରା ମେଟାବୋଲିଯିମ ବୃଦ୍ଧି ହୋଇଥାଏ ଓ ଓଜନ ହ୍ରାସରେ ସାହାଯ୍ୟ ମିଳିଥାଏ l
– ହଳଦୀ ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀର କୁ ଷ୍ଟ୍ରେସ ଫ୍ରି ରଖିଥାଏ l ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିଥାଏ l
କିପରି ପ୍ରସ୍ତୁତ କରିବେ ଓ କିପରି ପିଇବେ –
– ଗୋଟିଏ ଗ୍ଲାସ ପିଇବା ପାଣିକୁ ଗୋଟିଏ ପାତ୍ରରେ ନେଇ ଗରମ କରନ୍ତୁ l ଏଥିରେ ଅଧା ଛୋଟ ଚାମଚ ହଳଦୀ ଓ ଖଣ୍ଡିଏ ଅଦା କୁ ଛେଚି ମିଶାନ୍ତୁ l ଏହା ଠିକ ଭାବରେ ଫୁଟି ଅଧା ଗ୍ଲାସ ହୋଇଯିବା ପରେ ଏହାକୁ ଛାଣି ଏଥିରେ ମହୁ ମିଶାଇ ସକାଳୁ ଖାଲି ପେଟରେ ସେବନ କରନ୍ତୁ l