Odisha news

ଗୋଟିଏ ରୋମାଞ୍ଚକ ରେଳ ଯାତ୍ରା : ମାତ୍ର ୮ଘଣ୍ଟା ଯାତ୍ରା ରେ ୨୯୧ ଟି ବ୍ରିଜ ଓ ୯୧ ଟି ସୁଡ଼ଙ୍ଗକୁ ଅତିକ୍ରମ କରିବାକୁ ପଡିଥାଏ

0

ଠାରେ ଭାବିଲେ ଦେଖି ଆପଣ ରେଳ ଯାତ୍ରା କରିବା ସମୟରେ ଯଦି ୨୯୧ ଟି ବ୍ରିଜ ଅତିକ୍ରମ କରିବେ ଏବଂ ୯୧ ଟି ସୁଡ଼ଙ୍ଗ ବା ଟନେଲ ମଧ୍ୟ ଦେଇ ଆପଣଙ୍କ ଟ୍ରେନ ଟି ଯିବ , ତାହା ଆପଣଙ୍କୁ କିପରି ଅନୁଭବ ଦେବ ? ଏବଂ ଏହି ରେଳଯାତ୍ରାର ସମୟ ସୀମା ମାତ୍ର ୮ଘଣ୍ଟା ହିଁ ରହିବ l ହଁ ଆଜ୍ଞା ଏଭଳି ଟ୍ରେନ ଯାତ୍ରା ମଧ୍ୟ ସମ୍ଭବ ଅଟେ l ନିଜର ମନଲୋଭା ସୌନ୍ଦର୍ଯ୍ୟ କୁ ନେଇ ପ୍ରସିଦ୍ଧି ଲାଭ କରିଥିବା ସ୍ୱିଜରଲ୍ୟାଣ୍ଡ ରେ ଗୋଟିଏ ଏଭଳି ରେଳ ଯାତ୍ରା ରହିଛି ଯେଉଁଠି ଟ୍ରେନ ସବୁଠୁ ଧୀରେ ଚାଲିଥାଏ l ଏବଂ ଏହି ଟ୍ରେନ ଟିକୁ ଦୁନିଆର ସବୁଠୁ ଧୀର ଟ୍ରେନ ମଧ୍ୟ କୁହାଯାଇ ଥାଏ l ମାତ୍ର ୨୯୧ କିଲୋମିଟର ଯାଉଥିବା ଏହି ଟ୍ରେନ ଟି ୨୯୧ ଟି ବ୍ରିଜ ଉପରେ ଯିବା ସହିତ ୯୧ ସୁଡ଼ଙ୍ଗ ଦେଇ ମଧ୍ୟ ଅତିକ୍ରମ କରିଥାଏ l ଏବଂ ନିଜ ଗନ୍ତବ୍ୟ ସ୍ଥାନରେ ପହଂଚିବା ପାଇଁ ମାତ୍ର ୮ଘଣ୍ଟା ସମୟ ଲାଗିଥାଏ l

କିନ୍ତୁ ଏହି ରେଳ ଯାତ୍ରା ଦୁନିଆର ସବୁଠୁ ସୁନ୍ଦର ରେଳଯାତ୍ରା ମଧ୍ୟରୁ ଗୋଟିଏ l ପୂର୍ବ ସୁଇଜରଲ୍ୟାଣ୍ଡ ର ଏଙ୍ଗଦେଇନ ରୁ ନେଇ ମେଟରହାର୍ଣ୍ଣ ପର୍ଯ୍ୟନ୍ତ ଯାଉଥିବା ଏହି ଟ୍ରେନ ଯାତ୍ରୀଙ୍କୁ କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରାଇ ନଥାଏ ଏଥି ସହିତ ଉନ୍ନତ ଟେକ୍ନୋଲୋଜି କୁ ମଧ୍ୟ ଆକର୍ଷିତ କରିଥାଏ l ଏହି ଟ୍ରେନ ଟି ଯେଉଁ ଆଲ୍ପସ ପର୍ବତ ଦେଇ ଆଗକୁ ଯାଇଥାଏ ଯାହା ଯାତ୍ରୀ ଙ୍କ ମନକୁ ଆକର୍ଷିତ କରିଥାଏ l ସମୁଦ୍ର ପତନ ଠାରୁ ମାତ୍ର ୨୦୩୩ ମିଟର ଉପର ରେଳ ଧାରଣା ଉପରେ ଏହି ରେଳ ଯାତ୍ରା ସମସ୍ତେ କରିପାରିବେ ନାହିଁ l

ଏହି ଟ୍ରେନ ରେ ପ୍ରତ୍ୟେକ ଯାତ୍ରୀ ଙ୍କ ପାଇଁ ଉଇଣ୍ଡୋ ସିଟ ର ବ୍ୟବସ୍ଥା ରହିଛି ଯାହାଦ୍ୱାରା ସେମାନେ ପ୍ରକୃତିର ସୌନ୍ଦର୍ଯ୍ୟ କୁ ଉପଭୋଗ କରିପାରିବେ l ଏଥି ସହିତ ଲଗଜୁରି ବାର , ପର୍ଶନଲ ଗାଇଡ଼ ର ମଧ୍ୟ ସୁବିଧା ରହିଛି l ଏବଂ ପର୍ଯ୍ୟଟକ ଙ୍କ ପାଇଁ ଭୋଜନ ବ୍ୟବସ୍ଥା ମଧ୍ୟ ରହିଛି l

Har Ghar Tiranga

Leave A Reply