Odisha news

ମା ତୁଳସୀ ଭଗବାନ ଗଣେଶଙ୍କୁ କାହିଁକି ଦେଇଥିଲେ ଅଭିଶାପ

0

ହିନ୍ଦୁ ଧର୍ମରେ ସବୁଠୁ ପବିତ୍ର ବୃକ୍ଷ ଭାବରେ ତୁଳସୀ ଙ୍କୁ ଗ୍ରହଣ କରାଯାଇ ଥାଏ l ଯାହାକି ଭଗବାନ ଙ୍କ ପୂଜାରେ ସର୍ବଦା ସମର୍ପିତ ହୋଇଥାଏ, ବିଶେଷ ଭାବରେ ଭଗବାନ ବିଷ୍ଣୁଙ୍କ ପୂଜା ତୁଳସୀ ବିନା ଅଧୁରା ରହିଥାଏ l କିନ୍ତୁ ଭଗବାନ ଗଣେଶ ଙ୍କୁ ତୁଳସୀ ଅର୍ପଣ କରିବା ବର୍ଜିତ ଅଟେ l ପୌରାଣିକ ମାନ୍ୟତା ଅନୁସାରେ ଏହାକୁ ନେଇ ଗୋଟିଏ ରୋଚକ ଘଟଣା ରହିଛି ଯେ ପ୍ରଭୁ ଗଜାନନ ଙ୍କୁ ତୁଳସୀ ଙ୍କ ନିକଟରୁ  ଅଭିଶାପ ମିଳିଥିଲା ଯେଉଁଥିପାଇଁ ତୁଳସୀ ପତ୍ର ଗଣେଶ ଙ୍କ ପୂଜା ରେ ବ୍ୟବହାର ହୋଇ ନଥାଏ l

ମାତା ତୁଳସୀ ପ୍ରଭୁ ଗଜାନନ ଙ୍କୁ ଖୁବ ପ୍ରେମ କରୁଥିଲେ, ଏବଂ ସେ ନିଜ ମନର ଭାବନାକୁ ପ୍ରଭୁ ଗଣେଶଙ୍କୁ ଜଣାଇଥିଲେ l କିନ୍ତୁ ବିଘ୍ନରାଜ ତୁଳସୀଙ୍କ ବିବାହ କରିବାକୁ ମନାକରି ଦେଇଥିଲେ, ଏବଂ ଏହାର କାରଣ ସ୍ୱରୂପ ତୁଳସୀ କ୍ରୋଧିତ ହୋଇ ଗଣେଶ ଙ୍କୁ ଅଭିଶାପ ଦେଇଥିଲେ l ମାତା ତୁଳସୀ ଗଣେଶଙ୍କୁ ଅଭିଶାପ ଦେଇଥିଲେ ଜେ ତୁମେ ଦୁଇଟି ବିବାହ କରିବ, ଏହାର ପ୍ରଭାବରେ କ୍ରୋଧିତ ହୋଇ ଗଣେଶ ମଧ୍ୟ ତାଙ୍କୁ ଅଭିଶାପ ଦେଇଥିଲେ l ଗଣପତି ତୁଳସୀଙ୍କ ଅଭିଶାପ ଦେଇଥିଲେ ଯେ ତୁମର ବିବାହ ଗୋଟିଏ ରାକ୍ଷସ ସହିତ ହେବ l ଏହି କାରଣରୁ ମାତା ତୁଳସୀ ଓ ଗଣେଶ ଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା l

ଏହି କାରଣରୁ ଗଣେଶଙ୍କ ପୂଜାରେ ତୁଳସୀ ବ୍ୟବହାର ହୋଇନଥାଏ, ଏବଂ ଗଜାନନ ମଧ୍ୟ ତୁଳସୀଙ୍କ ଅଭିଶାପ କାରଣରୁ ୨ଟି ବିବାହ କରିଥିଲେ l ତାଙ୍କର ଦୁଇ ସ୍ତ୍ରୀ ହେଲେ ରିଦ୍ଧି ଓ ସିଦ୍ଧି l ଏବଂ ତୁଳସୀ ମଧ୍ୟ ରାକ୍ଷସ ରାଜ ଜଳନ୍ଧର ଙ୍କୁ ବିବାହ କରିଥିଲେ l ଜଳନ୍ଧର ସମୁଦ୍ର ରୁ ଉତ୍ପନ୍ନ ହୋଇଥିଲା l

Nalco

Leave A Reply