Odisha news

ଘରର କ୍ଳେଶ ଦୂର କରିବା ପାଇଁ ତୁଳସୀ ରେ କରନ୍ତୁ ଏହି ୭ ଟି ଉପାୟ

0

ସନାତନ ଧର୍ମରେ ତୁଳସୀ ଗଛର ଅନେକ ଧାର୍ମିକ ମହତ୍ୱ ରହିଛି l ଏହାକୁ ନିତିଦିନ ପୂଜା କରିବା ଦ୍ୱାରା ଘରକୁ ସୁଖ ଶାନ୍ତିର ଆଗମନ ହୋଇଥାଏ l ଏଭଳି କିଛି ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଘରେ ସୁଖ ଶାନ୍ତି ରହିଥାଏ l ଏହାଛଡା ତୁଳସୀ ଗଛ ରେ ଏଭଳି କିଛି ଉପାୟ ରହିଛି ଯାହାଦ୍ୱାରା ଘରର ବାତାବରଣ ରେ ଶାନ୍ତି ଓ ସମୃଦ୍ଧି ରହିଥାଏ l

* ଗୋଟିଏ ଲୋଟା ଜଳ ରେ କିଛି ତୁଳସୀ ପତ୍ର ମିଶାଇ ନିଅନ୍ତୁ l ଏହାପରେ ସେହି ଲୋଟା କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ତୁଳସୀ ଚଉରା ନିକଟ ରେ ରଖି ଦିଅନ୍ତୁ l ପର ଦିନ ଏହି ଜଳ କୁ ଘରର ମୁଖ୍ୟ ଦ୍ୱାର ସହିତ ସମଗ୍ର ଘରେ ଚିଞ୍ଚି ଦିଅନ୍ତୁ l ଏପରି କରିବା ଦ୍ୱାରା ଘର କ୍ଳେଶ ଦୂର ହୋଇଥାଏ l

* ଯଦି ଘରେ ସର୍ବଦା କ୍ଳେଶ ରହୁଛି ତେବେ ପ୍ରତିଦିନ ବୃନ୍ଦାବତୀ ଙ୍କୁ ପିତଳ ଗଡୁ ରେ ଜଳ ଅର୍ପଣ କରନ୍ତୁ l

* ପ୍ରତିଦିନ ଯଦି ଆପଣ ତୁଳସୀ ବୃକ୍ଷ ସହ କଦଳୀ ଗଛକୁ ଜଳ ଅର୍ପଣ କରିବେ ତେବେ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l

* ନିୟମିତ ଗଙ୍ଗା ଜଳ ରେ ତୁଳସୀ ପତ୍ର ନେଇ ଈଶ୍ୱର ଙ୍କୁ ସ୍ନାନ କରାନ୍ତୁ, ଏପରି କରିବା ଦ୍ୱାରା ଋଣ ହ୍ରାସ ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ l

* ଯଦି ନିଜ ଘର ଅଗଣା ରେ ତୁଳସୀ ବୃକ୍ଷ ପୂଜା କରୁଛନ୍ତି ତେବେ ପ୍ରତି ମାସ ର ପୁର୍ଣିମା ଦିନ ତାଙ୍କୁ ନାଲି ବସ୍ତ୍ର ଓ ଶଙ୍ଖା ସିନ୍ଦୁର ଅର୍ପଣ କରନ୍ତୁ l ଏହାଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇ ଥାଆନ୍ତି l

* କଦାପି ଏକାଦଶୀ ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ l ଏହାଛଡା ଗୁରୁବାର ଏବଂ ପୁର୍ଣିମା ରେ ତୋଳିବା ଉଚିତ ନୁହେଁ l ଏହାଦ୍ୱାରା ଯଶ ହ୍ରାସ ହୋଇଥାଏ l

* ବୈବାହିକ ଜୀବନ ରେ ସୁଖଶାନ୍ତି ପାଇଁ ତୁଳସୀ ଙ୍କ ନିକଟରେ ଏକାଦଶୀ ବ୍ରତ ଉଭୟ ସ୍ୱାମୀ ସ୍ତ୍ରୀ ରଖନ୍ତୁ l ଏହାଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ l

Nalco

Leave A Reply