ଡୋନାଲଡ ଟ୍ରମ୍ପ ନିର୍ବାଚନ ଜିତିଥିଲେ ମଧ୍ୟ ୨ମାସ ପର୍ଯ୍ୟନ୍ତ ଶପଥ ଗ୍ରହଣ କରିପାରିବେ ନାହିଁ, କଣ ରହିଛି ଏହା ପଛର କାରଣ
ଆମେରିକା ନୂଆ ରାଷ୍ଟ୍ରପତି ଭାବରେ ଡୋନାଲଡ ଟ୍ରମ୍ପ ଙ୍କୁ ପଇସାରିଛି l କିନ୍ତୁ ନିର୍ବାଚିତ ରାଷ୍ଟ୍ରପତି ଜାନୁଆରୀ ୨୦ ପର୍ଯ୍ୟନ୍ତ ପଦଭାର ଗ୍ରହଣ କରିପାରିବେ ନାହିଁ l ବିଶେଷ ଭାବରେ ଏହା ୧୧ ସପ୍ତାହ ଅର୍ଥାତ ୭୭ ଦିନ ଟ୍ରାଞ୍ଜିସନ ପିରିଅଡ ରହିଥାଏ ଯେଉଁଥିରେ ନୂଆ ସରକାର ରେ କାହାର କଣ ଭୂମିକା ରହିବ ତାହା ସ୍ଥିର ହୋଇଥାଏ l
= ଆମେରିକା ସମ୍ବିଧାନ ଅନୁସାରେ ଆମେରିକାରେ ରାଷ୍ଟ୍ରପତି ମତଦାନ ନଭେମ୍ବର ମାସର ପ୍ରଥମ ମଙ୍ଗଳବାର ରେ ହୋଇଥାଏ, ଆମେରିକା ସମ୍ବିଧାନ ଅନୁସାରେ ଜାନୁଆରୀ ୨୦ ତାରିଖ ଦିନ ନୂଆ ରାଷ୍ଟ୍ରପତି ପଦବୀ ର ଶପଥ ନେଇ ଥାଆନ୍ତି, ଏହିଦିନ ପୁରୁଣା ରାଷ୍ଟ୍ରପତି ନୂଆ ରାଷ୍ଟ୍ରପତି ଙ୍କୁ ଦେଶର ଦାୟିତ୍ୱ ଦେଇ ଥାଆନ୍ତି l ଏହିଦିନ କୁ ଇନୋଗରେସନ ଡେ କୁହାଯାଇ ଥାଏ l ପ୍ରଥମ ଥର ୧୯୩୭ ରେ ଜାନୁଆରୀ ୨୦ ରେ ଶପଥ ନେବା କାର୍ଯ୍ୟକ୍ରମ ହୋଇଥିଲା, ସେବେଠୁ ଏହି ପ୍ରଥା ପ୍ରଚଳିତ ହୋଇ ଆସୁଛି l
= ପ୍ରେସିଡେନ୍ସିଆଲ ଟ୍ରାଞ୍ଜିସନ ଆମେରିକା ରାଷ୍ଟ୍ରପତିଙ୍କର ସେହି ପ୍ରକ୍ରିୟା ଯେଉଁ ପ୍ରକ୍ରିୟା ଅନୁସାରେ ପୁରୁଣା ରାଷ୍ଟ୍ରପତି ନବ ନିର୍ବାଚିତ ରାଷ୍ଟ୍ରପତି ଙ୍କୁ ସମସ୍ତ କାର୍ଯ୍ୟଭାର ଦେଇ ଥାଆନ୍ତି l ଯାହାଦ୍ୱାରା ରାଷ୍ଟ୍ରପତି ହ୍ୱାଇଟ ହାଉସ ପହଂଚିବା କ୍ଷଣି ନିଜ ଟିମ ସହିତ ବିନା କୌଣସି ଅସୁବିଧାରେ ସମସ୍ତ କାର୍ଯ୍ୟ କରିପାରିବେ l ଏହି ସମସ୍ତ ପ୍ରକ୍ରିୟା ର ଦାୟିତ୍ୱ ଜେନେରାଲ ସର୍ଭିସ ଆଡ୍ମିନିଷ୍ଟ୍ରେସନ ର ହୋଇଥାଏ l
= ଏହି ସମୟ ରେ ନିର୍ବାଚିତ ରାଷ୍ଟ୍ରପତି ଙ୍କ କାର୍ଯ୍ୟକ୍ରମ ର ସଂଚାଳନ ଓ ତାଙ୍କ ଷ୍ଟାଫ ନିଯୁକ୍ତି ମଧ୍ୟ ହୋଇଥାଏ, ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ ହେଉଛି ରାଷ୍ଟ୍ରପତିଙ୍କ ସୁରକ୍ଷା, ଯାହା ତାଙ୍କ ଷ୍ଟାଫ ଙ୍କୁ ଜଣାଇ ଦିଆଯାଇ ଥାଏ l ନୂଆ ରାଷ୍ଟ୍ରପତି ଙ୍କ ସୁରକ୍ଷା ଦାୟିତ୍ୱ FBI ର ହୋଇଥାଏ l
= ଭାରତ ଭଳି ଆମେରିକାରେ ରାଜନୈତିକ ନିଯୁକ୍ତି ହୋଇଥାଏ, ଏହି ସମସ୍ତ ପ୍ରକ୍ରିୟା ସମୟ ରେ ନିର୍ବାଚିତ ରାଷ୍ଟ୍ରପତି ଙ୍କୁ ପାଖାପାଖି ଚାରି ହଜାର ପଦବୀ ରେ ନିଯୁକ୍ତି ଦେବାକୁ ପଡିଥାଏ l ଏହି ପଦବୀ ରେ ନୂଆ ସରକାର ନିଜ ଲୋକ ମାନଙ୍କୁ ଇଜୁକ୍ତି ଦେଇଥାଆନ୍ତି l
= ଆମେରିକାରେ ରାଷ୍ଟ୍ରପତି ଙ୍କୁ ଶପଥ ଆମେରିକା ସୁପ୍ରିମ କୋର୍ଟ ଚିଫ ଜଷ୍ଟିସ ଦିଆଇ ଥାନ୍ତି l ଶପଥ ଗ୍ରହଣ ପରେ ନୂଆ ରାଷ୍ଟ୍ରପତି ଦେଶ କୁ ସମ୍ବୋଧନ କରିଥାଆନ୍ତି l ନବ ନିର୍ବାଚିତ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ହ୍ୱାଇଟ ହାଉସ ଭ୍ରମଣ ମଧ୍ୟ ଏହି ସମୟ ରେ କରି ଥାଆନ୍ତି l ଏବଂ ହସ୍ତାନ୍ତର ପ୍ରକ୍ରିୟା ସମୟ ରେ ଯାହାବି ଖର୍ଚ୍ଚ ହୋଇଥାଏ, ତାହା ସରକାରୀ ଫଣ୍ଡ ଓ ବ୍ୟକ୍ତିଗତ ଫଣ୍ଡ ରୁ କରାଯାଇ ଥାଏ l