Odisha news

ବେଆଇନ ଖଣିରେ ଚଢାଉ : ୪ ଗାଡି ଜବତ , ୪ ଅଟକ

0
ନିରାକାରପୁର,୧୨/୯: ଜଂକିଆ ଥାନା ଅନ୍ତର୍ଗତ କମାଗୁରୁ ଓ ଟାଙ୍କୋଳ ଅଂଚଳରେ ମାଫିଆମାନେ ବେଶ ସକ୍ରୀୟ ହୋଇ ଖଣି ଲୁଟ କରୁଛନ୍ତି। ମାଫିଆମାନେ ଖୁଲମଖୁଲା ଭାବରେ ଦିନ ଦ୍ୱିପ୍ରହରେ ମାଙ୍କଡା ପଥର ଓ ମୋରମ ଲୁଟ କରୁଛନ୍ତି।ମାଫିଆ ମାନେ ଖଣି ଖୋଳିବା ପାଇଁ ରାଜସ୍ୱ ବିଭାଗ ଠାରୁ କୈ।ଣସି ଅନୁମତି ନନେଇ ୩୦/୪୦ଫୁଟ ଗଭୀର କରି ପଥର କାଟି ନେଉଛନ୍ତି।ବର୍ଷା ଦିନେ ପାହାଡରୁ ଜଳ ଚାଷ ଜମିକୁ ନଯାଇ ଖଣିରେ ଜମା ହୋଇ ରହୁଥିବାରୁ ଚାଷଜମିରେ ପାଣି ମାଡିପାରୁନାହିଁ । ଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହେଉଥିବା ଜଣାପଡିଛି । ଗାଈଗୋରୁ ମାନେ ଖଣିରେ ପଡି ମୃତ୍ୟୁ ବରଣ କରୁଥିବା ନଜିର ଅଛି। ଜଂକିଆ ପୋଲିସ କମାଗୁରୁ ଓ ଟାଙ୍କୋଳ ଅଂଚଳରେ ଚଢାଉ କରି ଗୋଟିଏ ଜେସିବି ଦୁଇଟି ୪୦୭ ଟ୍ରକ ଓ ଗୋଟିଏ ଟ୍ରାକ୍ଟର ଜବତ କରିଛି । ଏହା ସହ ୪ ଜଣଙ୍କୁ ଥାନାରେ ଅଟକ ରଖିଛି ।ପୋଲିସର ଅତର୍କିତ ଚଢାଉ ଦେଖି ମାଫିଆମାନେ ଜଂଗଲ ମଧ୍ୟରେ ଗାଡି ନେଇ ଫେରାର ହୋଇଛନ୍ତି । ଅନ୍ୟ କେତେଜଣ ଜଂଗଲ ମଧ୍ୟରେ ଦୌଡି ଫେରାର ହୋଇଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି।ଆଗାମୀ ଦିନରେ ବେଆଇନ ଖଣିରେ ଚଢାଉ କୁ ଜୋରଦାର କରାଯିବ ବୋଲି ପୋଲିସ  ଆଇଆଇସି ଠାରୁ ଜଣାପଡିଛି।
Nalco

Leave A Reply