Odisha news

ମା ତ୍ରିପୁରା ଭୈରବୀ କିଏ ? ଯାହାଙ୍କୁ ପୂଜା କରିବା ମାତ୍ରକେ ହୋଇଥାଆନ୍ତି ଶତ୍ରୁ ନାଶ

0

ତ୍ରିପୁରା ଭୈରବୀ ଙ୍କ ଜୟନ୍ତୀ କୁ ହିନ୍ଦୁ ଧର୍ମରେ ଗୋଟିଏ ଶୁଭ ଦିନ ଭାବରେ ଗ୍ରହଣ କରାଯାଇ ଥାଏ l ଏହି ଜୟନ୍ତୀ ମାର୍ଗଶିର ମାସ ର ପୁର୍ଣିମା ତିଥିରେ ପାଳିତ ହୋଇଥାଏ l ଏହିଦିନ ମାଙ୍କ ର ଉଗ୍ରରୂପ ଭୈରବୀ ର ପୂଜାର୍ଚନା କରାଯାଇଥାଏ l ମାତା ଭୈରବୀ ଦଶଟି ମହାବିଦ୍ୟା ମଧ୍ୟରୁ ପଞ୍ଚମ ସ୍ଥାନରେ ରୁହନ୍ତି l ପୌରାଣିକ ମାନ୍ୟତା ଅନୁସାରେ ମାତା ଭୈରବୀ ଙ୍କୁ ଭଗବାନ ଭୈରବ ଙ୍କ ପତ୍ନୀ ବୋଲି କୁହାଯାଏ l

ଶତ୍ରୁ ନାଶ କରନ୍ତି ମା ତ୍ରିପୁରା ଭୈରବୀ –
ମାନ୍ୟତା ରହିଛି ଯେ ମାତା ଭୈରବୀ ଙ୍କ ପୂଜା କରିବା ଦ୍ୱାରା ଶତ୍ରୁ ମାନଙ୍କର ନାଶ ହୋଇଥାଏ, ଏବଂ ସମସ୍ତ ମନସ୍କାମନା ମଧ୍ୟ ପୁର୍ଣ ହୋଇଥାଏ l ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ମାତା ଭୈରବୀ ଙ୍କୁ ପୂଜା କରିଥାଏ ସେ ସମସ୍ତ ପ୍ରକାର ଭୟ ରୁ ନିବୃତ ରହିଥାଏ l

ମାତାଙ୍କୁ ଅର୍ପଣ କରନ୍ତୁ ଏହିସବୁ ବସ୍ତୁ –
ମାତା ତ୍ରିପୁରା ଭୈରବୀ ଙ୍କୁ ପୂଜା କରିବା ସମୟ ରେ ଏକାଗ୍ରତା ରଖିବା ଜରୁରୀ, ଏବଂ ମାଙ୍କ ନିକଟରେ ଯଦି କୌଣସି ବ୍ୟକ୍ତି ସମସ୍ତ ଶୃଙ୍ଗାର ସାମଗ୍ରୀ ଅର୍ପଣ କରିଥାଏ ତେବେ ତାର ସମସ୍ତ ଦୁଃଖ ଯନ୍ତ୍ରଣା ଦୂର ହୋଇଥାଏ l ମାଙ୍କ ନିକଟରେ ନଡ଼ିଆ ଏବଂ ମିଠା ଜିନିଷ ପ୍ରସାଦ ଭାବରେ ଅର୍ପଣ କଲେ ଜୀବନ ରେ ସମୃଦ୍ଧି ର ଆଗମନ ହୋଇଥାଏ l

ଭକ୍ତ ଙ୍କୁ କରି ଥାଆନ୍ତି ଆଶିଷ ପ୍ରଦାନ –
ମାତା ତ୍ରିପୁରା ଭୈରବୀ ଙ୍କୁ ରାଶି ତେଲ ର ଦୀପ ଅର୍ପଣ କରାଯାଏ, ଯେଉଁ କାରଣରୁ କୃପା ଲାଭ ହୋଇଥାଏ l ମାଙ୍କ ଆଳତୀ ସମୟ ରେ ଶତ୍ରୁ ନାଶକ ମନ୍ତ୍ର ପାଠ କଲେ ଶତ୍ରୁ ମାନଙ୍କର ବିନାଶ ହୋଇଥାଏ ଏବଂ ମାଙ୍କ ଶୁଭ ଦୃଷ୍ଟି ପରିବାର ଉପରେ ରହିଥାଏ l

Leave A Reply