Odisha news

ଏମିତି ଗୋଟିଏ ଜନଜାତି ଯେଉଁଠି ଯୌବନରେ ପାଦ ଦେଉ ଦେଉ ଝିଅ କରିଥାଏ ପିତାକୁ ବିବାହ

0

ନୂଆଦିଲ୍ଲୀ : ଆଜିର ଦୁନିଆ ପୂର୍ବ ଅପେକ୍ଷା ଅଧିକ ଆଡ଼ଭାନ୍ସ ହୋଇଯାଇଛି l ପୂର୍ବରୁ ଯେପରି ଅନେକ ବିଭ୍ରାନ୍ତି କର ତଥ୍ୟ ଦୁନିଆକୁ ପଛୁଆ କରି ରଖିଥିଲା, ତାହା ଆଜି ସମୟ ସହିତ ବଦଳି ଯାଇଛି l ଅନେକ ମାତ୍ରାରେ ଲୋକେ ଶିକ୍ଷା ଗ୍ରହଣ କରି ଆଗକୁ ବାଢ଼ିଛନ୍ତି, ଏବଂ ଅନେକ କୁପ୍ରଥା ର ମଧ୍ୟ ବିନାଶ ହେଇଚି l କିନ୍ତୁ ଏହି ଆଧୁନିକ ସମାଜ ରେ ଏଭଳି କିଛି କୁପ୍ରଥା ରହିଛି ଯାହା ମଣିଷ ଆଜି ମଧ୍ୟ ଅନୁସରଣ କରୁଛି l ସେହି ଲୋକ ମାନଙ୍କର ଭାବନା ଆଜି ମଧ୍ୟ ରହିଛି ଯେ ଏହିସବୁ କୁପ୍ରଥା କାରଣରୁ ସେମାନଙ୍କ ଅସ୍ତିତ୍ୱ ଆଜି ଦୁନିଆରେ ରହିଛି l ସେଥିପାଇଁ ତାଙ୍କୁ ରକ୍ତ ସମ୍ପର୍କ କୁ ମଧ୍ୟ ବଳି ପକାଇବାକୁ ପଡିଥାଏ l

କୁପ୍ରଥା କୁ ନେଇ ଜୀବନ ଅତିବାହିତ କରୁଥିବା ଗୋଟିଏ ଜନଜାତି ବଙ୍ଗଳାଦେଶ ରେ ବାସ କରନ୍ତି l ଏହି ଜନଜାତି ରେ ବାପ ଝିଅ ସମ୍ପର୍କ କୁ କଳଙ୍କିତ କରାଯାଇ ଥାଏ l ଯେଉଁ ବାପାର ସ୍ନେହ ର କୋଳରେ ଗୋଟିଏ ଝିଅ ନିଜର ସମସ୍ତ କଷ୍ଟ ଯନ୍ତ୍ରଣା କୁ ଉଜାଡି ଦେଇଥାଏ , ସେହି ବାପ କୁ ଏଠାକାର ଝିଅମାନେ ଭୟ କରନ୍ତି l କାହିଁକି ନା ଏଠାରେ ଝିଅ ମାନଙ୍କ ଜୀବନ ରେ ଘଟିଥାଏ ଖୁବ ଭୟଙ୍କର ଘଟଣା l ବଙ୍ଗଳାଦେଶ ର ଏହି ଜନଜାତି ରେ ଯେତେବେଳେ ଝିଅ ଯୌବନ ରେ ପାଦ ଥାପିଥାଏ ସେତେବେଳେ ସେ ନିଜର ସବୁ ସ୍ବପ୍ନ କୁ ଚୁର୍ଣ କରି ନିଜକୁ ବାପାଙ୍କ ନିକଟରେ ସମର୍ପି ଦେଇଥାଏ l

ବଙ୍ଗଳାଦେଶ ର ମଣ୍ଡି ଜନଜାତି , ଏହି ଜନଜାତି ରେ ରହିଛି ଖୁବ ଅଦ୍ଭୁତ ପ୍ରଥା l ଯାହାକି ବର୍ଶବର୍ଷରୁ ପ୍ରଚଳିତ l ଏହି ଜନଜାତି ରେ ଯଦି କୌଣସି ମହିଳା ବିଧବା ହୋଇ ଯାଇଥାଏ ତେବେ ଦ୍ଵିତୀୟ ବିବାହ କରିବାର ପରମ୍ପରା ରହିଛି, କିନ୍ତୁ ଯଦି ଏହି ମହିଳା କୌଣସି ଝିଅ ଥାଏ, ତେବେ ସେ ଯେତେବେଳେ ଯୌବନ ରେ ପାଦ ଥାପିଥାଏ ତେବେ ତାର ସାବତ ପିତାର ତାକୁ ବିବାହ କରିବାର ପ୍ରଥମ ଅଧିକାର ରହିଥାଏ l ଏହି ସର୍ଟରେ ସେ ବିଧବା କୁ ବିବାହ କରିବା ପାଇଁ ରାଜି ହୋଇଥାଏ l

ମଣ୍ଡି ଜନଜାତିର ଲୋକେ ଆଜି ମଧ୍ୟ ଏହି କୁପ୍ରଥାକୁ ମାନି ଆସୁଛନ୍ତି l ସେମାନଙ୍କର ତର୍କ ରହିଛି ଯେ ଏପରି କରିବା ଦ୍ୱାରା ସେମାନେ ଦୁଇଟି ମହିଳାଙ୍କ ର ଜୀବନ ଅତିବାହିତ କରିବାକୁ ସରଳ କରିଦେଇ ଥାଆନ୍ତି l

Har Ghar Tiranga

Leave A Reply