ଖଇରା,୧୭ ।୪ :ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଝାଟିଆ ଗ୍ରାମର କିଛି ଦିନମଜୁରିଆ ଆଦିବାସୀ ପରିବାର ୯ଦିନ ଭୋକ ଓପାସରେ ରହିବା ପରେ ଶୁକ୍ରବାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।ପରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଉକ୍ତ ଭୋକାତୁର ପରିବାରକୁ ଖାଦ୍ୟ ଯୋଗାଇବାକୁ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନିଦେ୍ର୍ଦଶ ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ । ପ୍ରକାଶ ଯେ ଉକ୍ତ ଗ୍ରାମର ଶ୍ୟାମ ସିଂ ଙ୍କ ସମେତ ଅନ୍ୟ କିଛି ପରିବାର ଦିନ ମଜୁରିଆ ଭାବେ କାର୍ଯ୍ୟକରି ପେଟ ପୋଷନ୍ତି । ସେମାନଙ୍କ ଦୟନୀୟ ଅବସ୍ଥାକୁ ଦୃଷ୍ଟି ଦିଆଯାଇ ଏପ୍ରିଲ ୩ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ଖାଦ୍ୟ ପ୍ରଦାନ କରାଯାଇଥିଲା । ହେଲେ ତା ପରଦିନ ଠାରୁ ଖାଦ୍ୟବନ୍ଦ କରି ଦିଆଯିବା ପରେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା । ଫଟୋ-ଖଇରା୧-ଧାରଣାରେ ବସିଥିବା ଆଦିବାସୀ ପରିବାର