Odisha news

କେଉଁଠି ପ୍ରଥମେ ସଜ୍ଜିତ ହେଲା କ୍ରିସମାସ ଟ୍ରି : କ୍ରିସମାସ ଟ୍ରିର ରୋଚକ ଇତିହାସ

0

ବର୍ଷର ଶେଷ ମାସ ଡିସେମ୍ବର ଆସିବା ମାତ୍ରକେ ଆମ ମନକୁ କିଛିଟା କଥା ଆସିଥାଏ, ଯେପରିକି ଡିସେମ୍ବର ୨୫, କ୍ରିସମାସ ଟ୍ରି, ସାଣ୍ଟାକ୍ଲଜ ଇତ୍ୟାଦି ଆସିଥାଏ ମନରେ l କ୍ରିସମାସ ରେ ପ୍ରସ୍ତୁତ ହେଉଥିବା କ୍ରିସମାସ ଟ୍ରି ଆଜି ସାରା ବିଶ୍ୱରେ ପ୍ରସିଦ୍ଧ ଅଟେ, କ୍ରିସମାସ ଟ୍ରି ରଙ୍ଗବେରଙ୍ଗ ଆଲୋକ ଓ ଉପହାର ରେ ସଜାଇ ଯାଇଥାଏ, ଖ୍ରୀଷ୍ଟ ଧର୍ମ ର ମାନ୍ୟତା ଅନୁସାରେ କ୍ରିସମାସ ଟ୍ରି କୁ ୩ଟି ପଏଣ୍ଟ ରେ ଦର୍ଶା ଯାଇଥାଏ, ଯେପରିକି ପରମେଶ୍ୱର ଙ୍କ ରୂପ, ପୁତ୍ର ଓ ପବିତ୍ର ଆତ୍ମାର ରୂପ ଭାବରେ l

ପ୍ରାଚୀନ କାଳରେ କ୍ରିସମାସ ଟ୍ରି –
ମାନ୍ୟତା ଅନୁସାରେ ପ୍ରାଚୀନ କାଳରେ ରୋମ ବାସୀ ଫର ବୃକ୍ଷ କୁ ନିଜ ଚର୍ଚ୍ଚ ରେ ସଜାଉଥିଲେ l କିନ୍ତୁ ଯୀଶୁ ଖ୍ରୀଷ୍ଟ ଙ୍କୁ ଗ୍ରହଣ କରୁଥିବା ବ୍ୟକ୍ତି ଯୀଶୁ ଙ୍କ ଅନନ୍ତ ଜୀବନ ର ପ୍ରତୀକ ଭାବରେ ଏହି ବୃକ୍ଷକୁ ସଯଉଁଥିଲେ l

କୁହାଯାଏ ଯେ ହଜାର ହଜାର ବର୍ଷ ପୂର୍ବେ ଉତର ୟୁରୋପ ରୁ କ୍ରୀସ୍ମାସ ଟ୍ରି ସଜାଇବାର ପରମ୍ପରା ଆରମ୍ଭ ହୋଇଥିଲା, ସେହି ସମୟ ରେ କ୍ରିସମାସ ଟ୍ରି କୁ ସିଲିଂ ଫ୍ୟାନ ରେ ଟାଙ୍ଗା ଯାଉଥିଲା, ଏବଂ ଈସାଈ ଧର୍ମର ଲୋକଙ୍କ ମନରେ ଏହା ଗୋଟିଏ ଉତ୍ସାହ ଭରୁଥିଲା l ଅନ୍ୟ ତଥ୍ୟ ଅନୁସାରେ କୁହାଯାଏ ଯେ ସନ୍ତ ବୋନିଫେସ ଇଂଲଣ୍ଡ ଛାଡି ଜର୍ମାନ ଲୋକଙ୍କୁ ଇଷା ମସିହା ଙ୍କ ସନ୍ଦେଶ ଶୁଣାଇବା ପାଇଁ ଜର୍ମାନୀ ଯାଇଥିଲେ, ସେଠାରେ ସେ ଦେଖିଲେ ଲୋକେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଓକ ବୃକ୍ଷ ମୂଳରେ ଛୋଟ ଶିଶୁ କୁ ବଳି ଦେଉଥିଲେ, ଏବଂ ସଂଥ ବୋନିଫେସ କ୍ରୋଧିତ ହୋଇ ସେହି ବୃକ୍ଷକୁ କାଟିଦେଲେ , ଏବଂ ସେହି ସ୍ଥାନରେ ଫର ର ଗୋଟିଏ ବୃକ୍ଷ ଲଗାଇ ଦେଲେ l ଏବଂ ତାହାକୁ ସଜାଇ ଯୀଶୁ ଙ୍କ ଜନ୍ମର ପ୍ରତୀକ ଭାବରେ ମହମବତୀ ଜଳାଇଥିଲେ l ସେହି ସମୟ ରୁ କ୍ରୀସ୍ମାସ ଟ୍ରି ସଜାଇବାର ପରମ୍ପରା ଆରମ୍ଭ ହେଲା l

କେଉଁଠି ପ୍ରଥମେ ସଜ୍ଜିତ ହେଲା କ୍ରିସମାସ ଟ୍ରି –
ଜର୍ମାନୀ ରେ ପ୍ରଥମ ଥର ୧୬୦୫ ରେ କାଗଜ ର ଗୋଲାପ ଫୁଲରେ , ଫଳ ଓ ଚକୋଲେଟ ଦ୍ୱାରା କ୍ରିସମାସ ଟ୍ରି ସଜ୍ଜିତ ହୋଇଥିଲା, ପୂର୍ବରୁ କ୍ରିସମାସ ଟ୍ରି ଉପରେ ବାଳକ ଯୀଶୁ ଙ୍କ ଷ୍ଟାଚୁ ରହୁଥିଲା, ପରେ ଏହି ସ୍ଥାନରେ ଆଞ୍ଜେଲ ର ଷ୍ଟlଚୁ ରହିଲା, ପରେ ଜହ୍ନ ତାରା ଇତ୍ୟାଦି କ୍ରିସମାସ ଟ୍ରି ରେ ରହିଲେ l

Leave A Reply