Odisha news

କିଛି ମିଛ, କିଛି ସତ ଓ ଆଉକିଛି ସସପେନ୍ସ କୁ ନେଇ ପାକିସ୍ତାନ ଟ୍ରେନ ଅପହରଣ କାଣ୍ଡ

0
ପାକିସ୍ତାନ ର ବଲୁଚିସ୍ତାନ ରେ ଅପହରଣ ହୋଇଥିବା ଜାଫର ଏକ୍ସପ୍ରେସ କୁ ସସପେନ୍ସ ଜାରି ରହିଛି, ପାକିସ୍ତାନୀ ସେନା ଗୋଟିଏ ପଟରେ କହୁଛି ରେସକ୍ୱିୟୁ ଅପରେସନ ସମ୍ପୂର୍ଣ ହୋଇଯାଇଛି, ଅନ୍ୟ ପକ୍ଷରେ BLA କହିଛି ପାକିସ୍ତାନ ସେନା ଦ୍ୱାରା କରାଯାଇଥିବା ଦାବି ମିଥ୍ୟା ଅଟେ, BLA କହିଛି ଯେ ପାକିସ୍ତାନ ସେନା ନିଜ ପରାଜୟ କୁ ଲୁଚାଇବା ପାଇଁ ଏଭଳି ମିଥ୍ୟା କହୁଛି, ଏବଂ ଇତି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫଂ ବଲୁଚିସ୍ତାନ ଗସ୍ତରେ ଯାଇଛନ୍ତି, ଯେଉଁଠି ସେ ଲ-ଏଣ୍ଡ-ଅର୍ଡର ବ୍ୟବସ୍ଥା କୁ ତଦାରଖ କରିଛନ୍ତି l

ଏହି ସମୟରେ BLA କହିଛି ପାକିସ୍ତାନ ସେନା ଦ୍ୱାରା କରାଯାଇଥିବା ସମସ୍ତ ଦାବି ମିଥ୍ୟା ଅଟେ l ବଲୁଚିସ୍ତାନ ଲିବରେସନ ଆର୍ମି ପକ୍ଷରୁ କୁହାଯାଇଛି ଯେ BLA ସ୍ଵତଃସ୍ପୃହ ଭାବରେ ନିଜର ଯୁଦ୍ଧ ନୈତିକତା ଦୃଷ୍ଟିରୁ ବନ୍ଧକ ମାନଙ୍କୁ ଛାଡ଼ିଛି , BLA ଦାବି କରିଛି ଯେ ବର୍ତମାନ ମଧ୍ୟ ଯୁଦ୍ଧ ଜାରି ରହିଛି l

ପାକିସ୍ତାନୀ ସେନା ପକ୍ଷରୁ ଦାବି କରାଯାଇ ଥିଲା ଯେ ବନ୍ଧକ ମାନଙ୍କୁ ଉଦ୍ଧାର କରିବାରୁ ନେଇ ରେସକ୍ୱିୟୁ ପର୍ଯ୍ୟନ୍ତ ସବୁକିଛି ଠିକ ରେ ହୋଇଯାଇଛି, କିନ୍ତୁ BLA ର ଦାବି ସେନାର ଦାବି ଠାରୁ ସମ୍ପୂର୍ଣ ଅଲଗା, ଏହି ସମୟରେ ଜଣେ ପାକିସ୍ତାନୀ ପଂଜାବୀ ସୈନ୍ୟ ପାକିସ୍ତାନୀ ଆର୍ମି ର ପୋଲ ଖୋଲି ଛନ୍ତି l

ପାକିସ୍ତାନ ସୈନ୍ୟ ପକ୍ଷରୁ ଦାବି କରାଯାଇଥିଲା ଯେ ୨୪ ଘଣ୍ଟାରୁ ଉର୍ଧ୍ଵ ସମୟ ଧରି ଚାଲିଥିବା ଏହି ଅପରେସନ ରେ ବାଲୁଚ ଲିବରେସନ ଆର୍ମି ର ସମସ୍ତ ୩୩ ଜଣ ବିଦ୍ରୋହୀ ଙ୍କୁ ମାରି ଦିଆଯାଇଛି, ଏବଂ ସେମାନଙ୍କ କବ୍ଜା ରେ ଥିବା ସମସ୍ତ ବନ୍ଧକ ଙ୍କୁ ଉଦ୍ଧାର କରାଯାଇଛି l କିନ୍ତୁ BLA  କହିଛି ବର୍ତମାନ ମଧ୍ୟ ତା ନିକଟ ରେ ୧୫୦ ରୁ ଉର୍ଧ୍ଵ ବନ୍ଧକ ରହିଛନ୍ତି l

ଠିକ ଏହି ସମୟ ରେ ଜାଫର ଏକ୍ସପ୍ରେସ ରେ ବନ୍ଧକ ରହିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ପଂଜାବୀ ସୈନ୍ୟ କହିଛନ୍ତି ‘ ମୁଁ ନିଜ ସ୍ଵଚକ୍ଷୁ ରେ ବାଲୁଚ ବିଦ୍ରୋହୀ ମାନଙ୍କୁ ହତ୍ୟା କରିବା ଦେଖିଚି, ଏବଂ ମୁଁ ନିଜେ ୫୦ -୬୦ ପାକିସ୍ତାନୀ ସୈନ୍ୟ ଙ୍କୁ ମରିଥିବାର ଦେଖିଚି , ଯାହାଙ୍କୁ BLA ପକ୍ଷରୁ ହତ୍ୟା କରାଯାଇଥିଲା l ଏହି ଫୌଜୀ ଭାଇ ଙ୍କ ବୟାନ ପରେ ପାକିସ୍ତାନ ର ମିଛ ପୋଲ ଖୋଲିଚି l

ଏହି ପଂଜାବୀ ଫୌଜୀ ଜଣଙ୍କୁ ଗୁଳି ଲାଗିଥିଲା ଏବଂ ସେ ଆହତ ହୋଇ ଚିକିତ୍ସିତ ହେଉଥିବା ସମୟ ରେ ଦି ବୋଲାନ ନିୟୁଜ ତାଙ୍କ ବାଇଟ ନେଇଥିଲେ l  ଏହି ଟ୍ରେନ ରେ ୪୪୦ ଯାତ୍ରୀ ଯାତ୍ରା କରୁଥିଲେ l ଏବଂ ପାକିସ୍ତାନୀ ସେନା କୁ ବୁଧବାର ଦିନ BLA ୧୫୫ ଜଣଙ୍କୁ ହସ୍ତାନ୍ତର କରିଥିଲା , ଏବଂ ପରେ ଅପରେସନ ସମୟ ରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ୨୧୨ ଜଣ ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲା ପାକିସ୍ତାନୀ ସେନା l

Leave A Reply