ବରମୁଡା ଟ୍ରାଏଂଗଲ କୁ ନେଇ ଅନେକ ରହସ୍ୟ ରହିଛି, କୁହାଯାଇ ଥାଏ ଯେ ଏହା ଉପର ଦେଇ ଉଡି ଯାଉଥିବା ଉଡ଼ାଜାହାଜ କେଉଁଆଡେ ନିଖୋଜ ହୋଇଯାଇଥାଏ l ସେହିଭଳି ଗୋଟିଏ ଘଟଣା ଗୋଟିଏ ଟ୍ରେନ ଓ ସେଥିରେ ଯାତ୍ରା କରୁଥିବା ୧୦୪ ଯାତ୍ରୀ ଙ୍କର ଗାୟବ ହେବାକୁ ନେଇ ଆସିଛି l ଏହି ଟ୍ରେନ ଟି ଗୋଟିଏ ଟନେଲ ମଧ୍ୟରେ ପ୍ରବେଶ ତ କରିଥିଲା ସତ କିନ୍ତୁ ବିପରୀତ ପାର୍ଶ୍ୱରେ ବାହାରି ନଥିଲା l ଯାହାକି ଆଜି ମଧ୍ୟ ଗୋଟିଏ ରହସ୍ୟ ଘେରରେ ରହିଛି l
ଦୁନିଆର ସବୁଠୁ ରହସ୍ୟମୟ ଜାଗା ହେଉଛି ବରମୁଡା ଟନେଲ l ଏହାର ଉପର ଦେଇ ଯାଉଥିବା ବିମାନ ମାନଙ୍କର ଚର୍ଚା ସବୁବେଳେ ଗାୟବ ହେବାରେ ରହିଥାଏ l କିନ୍ତୁ ଟନେଲ ମଧ୍ୟ ରେ ୧୦୪ ଜଣ ଯାତ୍ରୀ ଙ୍କୁ ନେଇ ଯାଉଥିବା ଟ୍ରେନ ରେ ରହସ୍ୟମୟ ଭାବରେ ୧୦୨ ଜଣ ଯାତ୍ରୀ କେଉଁଆଡେ ନିରୁଦ୍ଧିଷ୍ଟ ହୋଇଗଲେ, ଯେଉଁ ୨ଜଣ ଯାତ୍ରୀ ବଂଚି ଯାଇଥିଲେ ତାହା ମଧ୍ୟ ଆଜି ରହସ୍ୟ ଘେରରେ l
ଇଟାଲୀ ର ରାଜଧାନୀ ରୋମ ର ଗୋଟିଏ ଷ୍ଟେସନ ରୁ ୧୯୧୧ ରେ ଜେନେଟି ନାମକ ଟ୍ରେନ ଏଭଳି ହଜି ଯାଇଥିଲା, ଯାହାକୁ ୧୦୦ ବର୍ଷ ହେଲାଣି ଖୋଜl ଚାଲିଛି l କିନ୍ତୁ ଆଜି ପର୍ଯ୍ୟନ୍ତ ତାର କୌଣସି ସନ୍ଧାନ ମିଳିନାହିଁ l ବୈଜ୍ଞାନିକ ମାନେ ମିଳିଥିବା ୨ଜଣ ଲୋକଙ୍କ ଆଧାରରେ ଅନେକ ଅନୁସନ୍ଧାନ କରିଥିଲେ l କିନ୍ତୁ ଏହି ରହସ୍ୟ ଉପରୁ ପରଦା ଉଠି ପାରିଲା ନାହିଁ ଏବଂ ବୈଜ୍ଞାନିକ ଙ୍କୁ ସଫଳତା ମଧ୍ୟ ମିଳି ପାରିଲା ନାହିଁ l ଦୁଇ ଯାତ୍ରୀ ଙ୍କ ମଧ୍ୟରୁ ଜଣେ କହିଥିଲେ ଯେ ଟନେଲ ମଧ୍ୟରେ ଟ୍ରେନ ପସି ପର ଷ୍ଟେସନ ରେ ପହଂଚିବାର ଥିଲା କିନ୍ତୁ ରହସ୍ୟମୟ ଭାବରେ ନିଖୋଜ ହୋଇଗଲା l
ଗାୟବ ହୋଇଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଦୁଇଜଣ ମିଳିଥିଲେ l ସେହି ମାନଙ୍କ ମଧ୍ୟରୁ ଜଣେ କହିଥିଲେ ଯେ ଟ୍ରେନ ଟି ଟନେଲ ନିକଟ ରେ ପହଂଚିବା କରିବା ସମୟ ରେ ରହସ୍ୟ ମୟ ଧୁଆଂ ଦେଖିବାକୁ ମିଳିଥିଲା ଓ ଏହାପରେ ସେହି ଦୁଇ ଯାତ୍ରୀ ଭୟଭୀତ ହୋଇ ଟ୍ରେନ ରୁ କୁଦି ପଡିଲେ, ଏବଂ ତାଙ୍କ ଆଖି ଆଗରେ ଟ୍ରେନ ଟି ସୁଡ଼ଙ୍ଗ ମଧ୍ୟକୁ ଯାଇଥିଲା ଓ କେବେବି ଫେରି ନଥିଲା l ଇଟାଲୀ ର ଜେନେଟି ରେଳବାଇ କମ୍ପାନୀ ୧୯୧୧ ରେ ଏହି ଟ୍ରେନ ଟିକୁ ନୂଆ ତିଆରି କରିଥିଲା, ଏବଂ ଏହି ଟ୍ରେନ ରେ ଯାତ୍ରୀ ମାନଙ୍କୁ ମାଗଣା ଯାତ୍ରା କରିବାର ନିମନ୍ତ୍ରଣ ଦିଆଯାଇ ଥିଲା, ତେଣୁ ଏହି ଟ୍ରେନ ଟି ରେ ୧୦୪ ଯାତ୍ରୀ ଯାତ୍ରା କରିଥିଲେ l
ଏହି ରହସ୍ୟମୟ ଟ୍ରେନ କୁ ନେଇ ଅନେକ ଲୋକ କଥା ଶୁଣିବାକୁ ମିଳିଥାଏ, ଲୋକେ ଏହାକୁ ଭୁତ ଟ୍ରେନ ମଧ୍ୟ କହି ଥାଆନ୍ତି l ଏବଂ ଆହୁରି ମଧ୍ୟ କୁହାଯାଇ ଥାଏ ଯେ ମେକ୍ସିକୋ ର ଜଣେ ଡାକ୍ତର ଦାବି କରିଥିଲେ ଯେ ତାଙ୍କ ଡାକ୍ତର ଖାନା ରେ ରହସ୍ୟମୟ ଭାବରେ ୧୦୨ ଜଣ ଲୋକ ଙ୍କୁ ଆଡମିଟ କରାଯାଇ ଥିଲା, ଯିଏ କି ଗୋଟିଏ ଟ୍ରେନ ଯୋଗେ ଡାକ୍ତରଖାନା ରେ ପହଞ୍ଚିଥିଲେ l ଏବଂ ସମସ୍ତେ ପ୍ରାୟ ପାଗଳ ହୋଇଯାଇ ଥିଲେ l