Odisha news

ଅତ୍ୟନ୍ତ ପରିଶ୍ରମୀ ହୋଇଥାଆନ୍ତି ଏହି ତିଥିରେ ଜନ୍ମିତ ବ୍ୟକ୍ତି , ପାର୍ଟନର ଙ୍କର ହୋଇଥାଆନ୍ତି ଭଲ ସାଥି

0

ଅଙ୍କ ଜ୍ୟୋତିଷ ଅନୁସାରେ ବ୍ୟକ୍ତିର ଜନ୍ମ ତାରିଖ ତାର ପର୍ସନଳୀଟି କୁ ଉଜାଗର କରିଥାଏ, ଏହାଦ୍ୱାରା କେବଳ ତାର ସ୍ଵଭାଵ କିମ୍ବା ବ୍ୟବହାର ଜଣାପଡ଼ିନଥାଏ ବରଂ ତାର ଭବିଷ୍ୟତ ମଧ୍ୟ ଜଣାପଡ଼ିଥାଏ l ପ୍ରତ୍ୟେକ ମୁଲ୍ୟାଙ୍କ ର ଗୋଟିଏ ସ୍ୱାମୀ ଗ୍ରହ ରହିଥାଏ, ଯାହାକି ଉକ୍ତ ବ୍ୟକ୍ତିର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ l ଆଜି ଆମେ ଏଭଳି ୩ଟି ମୁଲ୍ୟାଙ୍କ ବିଷୟରେ ଜାଣିବା ଯିଏକି ନିଜ ପରିଶ୍ରମ ଦ୍ୱାରା ଜୀବନ ରେ ସଫଳତା ର ପାହାଚ ଚଢି ଚାଲନ୍ତି l

ସେହି ମୁଲ୍ୟାଙ୍କ ହେଲେ ୨,୬ ଓ ୭ , ଏହି ତିନିଟି ମୁଲ୍ୟାଙ୍କ ଖୁବ ବିଶେଷ ଅଟନ୍ତି l ଏମାନଙ୍କର ସ୍ୱାମୀ ଗ୍ରହ ଅଲଗା ଅଲଗା ଅଟନ୍ତି କିନ୍ତୁ ଏମାନଙ୍କ ବ୍ୟକ୍ତିତ୍ୱ ଅଦ୍ଭୁତ ପ୍ରଭାବ ରହିଥାଏ l

– ମୁଲ୍ୟାଙ୍କ ୨ ର ବ୍ୟକ୍ତି ଯେକୌଣସି ମାସରେ ଜନ୍ମ ହୋଇଥାଆନ୍ତୁ ନା କାହିଁକି ଏମାନଙ୍କ ସ୍ୱାମୀ ଗ୍ରହ ଚନ୍ଦ୍ରମା ଅଟନ୍ତି, ୨ , ୧୧ ଓ ୨୦ ଓ ୨୯ ଏହି ସମସ୍ତ ଜନ୍ମ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ମୁଲ୍ୟାଙ୍କ ୨ ଅଟେ l ଚନ୍ଦ୍ରମା ଶାନ୍ତି , ଧର୍ଯ୍ୟ ଓ ଭାବୁକତାର ପ୍ରତୀକ ଅଟନ୍ତି, ଏହି ଜନ୍ମ ତାରିଖରେ ଜନ୍ମିତ ବ୍ୟକ୍ତି ଖୁବ ପରିଶ୍ରମୀ ହୋଇ ଥାଆନ୍ତି, ଏବଂ ଏମାନେ ନିଜ ଦାୟିତ୍ୱ କୁ ଖୁବ ଭଲରେ ତୁଲାଇ ଥାଆନ୍ତି l

– ଯେଉଁ ମାନଙ୍କର ଜନ୍ମ ତାରିଖ ମୁଲ୍ୟାଙ୍କ ୬ , ୧୫ ଓ ୨୪ ଅଟେ ସେମାନଙ୍କ ମୁଲ୍ୟାଙ୍କ ୬ ଅଟେ, ଯିଏକି ପ୍ରେମ, ସୁନ୍ଦରତା ଓ କଳା ର ପ୍ରତିନିଧି ଅଟନ୍ତି l ଏହି ଜନ୍ମ ତରିଖରେ ଜନ୍ମିତ ବ୍ୟକ୍ତିଙ୍କ ସ୍ୱାମିଗ୍ରହ ଶୁକ୍ର ଅଟନ୍ତି l ଯିଏକି ପ୍ରେମ, ସୁନ୍ଦରତା ଓ କଳାର ପ୍ରତିନିଧିତ୍ବ କରନ୍ତି l ଏହି ଜନ୍ମ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ଲଭ ଲାଇଫ ଖୁବ ରୋମାଣ୍ଟିକ ହୋଇଥାଏ l ଏମାନେ ସ୍ୱଭାବରେ ସାମାଜିକ ଓ ଆକର୍ଷିତ ହୋଇଥାଆନ୍ତି l ଏମାନଙ୍କ ଭାଗ୍ୟ ଖୁବ ଉଜ୍ଜଳ ହୋଇଥାଏ l

– ମୁଲ୍ୟାଙ୍କ ୭,୧୬ ଓ ୨୫ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ମୁଲ୍ୟାଙ୍କ ୭ ଅଟେ, ଏମାନଙ୍କ ସ୍ୱାମୀ ଗ୍ରହ କେତୁ ଅଟେ, ଯାହାକି ରହସ୍ୟ, ଅଧ୍ୟାତ୍ମ ରେ ଜଡିତ l ଏହି ମୁଲ୍ୟାଙ୍କର ଜନ୍ମିତ ବ୍ୟକ୍ତି ଜୀବନ ରେ ପ୍ରତ୍ୟେକ କାର୍ଯ୍ୟ ପୁର୍ଣ ସମର୍ପଣ ରେ କରନ୍ତି l ଏବଂ ଖୁବ ସୌଭାଗ୍ୟଶାଲୀ ମଧ୍ୟ ଅଟନ୍ତି l ଏମାନେ ନିଜ ପାର୍ଟନର ଙ୍କ ସହିତ ଖୁବ ଭଲ ବୁଝାମଣା ରେ ଜୀବନ ଅତିବାହିତ କରନ୍ତି l

Leave A Reply