Odisha news

ବିଭିନ୍ନ ଦାବିରେ ଓଡିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ବିକ୍ଷୋଭ

0

ତିହିଡି,୧୯/୦୪(ଯଦୁମଣି ପାଣିଗ୍ରାହୀ): ଓଡିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଶନିବାର ଦିନ ତିହିଡି ବ୍ଲକ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୟୁନିୟନର କର୍ମକର୍ତ୍ତା ମାନେ ପୂର୍ବାହ୍ଣରେ ତିହିଡି ପୁରୁଣାହାଟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କ୍ଷେତ ମଜଦୁର ଓ ଗ୍ରାମୀଣ ଶ୍ରମିକ ମାନଙ୍କର ଜୀବନ ଜୀବିକାର ସୁରକ୍ଷା, ଭୂମିହୀନଙ୍କୁ ଘରଡିହ ଓ ବାସଗୃହ ପ୍ରଦାନ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇ ଦେବା, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ମାସିକ ୩ ହଜାର ଟଙ୍କା ପ୍ରଦାନ, ସମସ୍ତ ଚାଷୀଙ୍କର ଋଣ ଛାଡ କରିବା ସହିତ ଅନ୍ୟ କେତେକ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୮ ଦଫା ଦାବିପତ୍ର ବିଡିଓ ନିରଞ୍ଜନ ବାରିକଙ୍କୁ ପ୍ରଦାନ କରାଯାଇଥିଲା । ୟୁନିୟନର ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଆଞ୍ଚଳିକ କମିଟି ସମ୍ପାଦକ ବିଷ୍ଣୁ ଦାସ, ବରିଷ୍ଠ ନେତା ନାରାୟଣ ଦାସ, ମଳୟ ଭୋଇ, ନିର୍ମଳ ଦଳେଇ, ଶ୍ରୀଧର ଜେନା, ଜ୍ୟୋତିର୍ମୟ ମଳିକ, ମୋହନ ମହାଳିକ, ଭିକାରିଚରଣ ନାୟକ, ମହିଳା ଶ୍ରମିକ କନକଲତା ଦାସ, ଅର୍ଜୁନ ବଳ, ଅକ୍ଷୟ ସାହୁ, ପୀତାମ୍ବର ମଳିକ, ଅନନ୍ତ ଜେନା, ସୁବାସ ମହାଳିକ, ବନମାଳି ମହାନ୍ତି, ଶେଖ ଲିଟୁ, ସତ୍ୟଜିତ କୁଣ୍ଡ, ମୁକ୍ତିକାନ୍ତ ଭଳ, ଭାଗବତ ସେନାପତି ଓ କୃଷ୍ଣଚନ୍ଦ୍ର ମଳିକ ପ୍ରମୁଖ ଏଥିରେ ସାମିଲ ଥିଲେ ।

Leave A Reply