Odisha news

ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କଲେ ବିଜେପି ଜିଲ୍ଲା ସଭାପତି

0

ତିହିଡି,୧୭/୦୨(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଜିଲ୍ଲାର ନବ ନିଯୁକ୍ତ ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା ସୋମବାର ତିହିଡି ଗସ୍ତରେ ଆସି ପ୍ରାକ୍ତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି । ଆଜି ଅପରାହ୍ନରେ ସେ ଭଦ୍ରକରୁ ଆସି ତିହିଡି ପଞ୍ଚାୟତ ଅଫିସ ପାଖରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ବିଜେପିର କର୍ମୀ ଓ କର୍ମକର୍ତ୍ତା ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ପରେ ଶ୍ରୀ ପଣ୍ଡାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ତିହିଡି ବଜାର ଦେଇ ମଙ୍ଗରାଜପୁର ପାଛୋଟି ନେଇଥିଲେ । ଶ୍ରୀ ପଣ୍ଡା ତିହିଡି ବଜାରରେ ଥିବା ସ୍ୱର୍ଗତ ସେଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ମଙ୍ଗରାଜପୁର ଯାଇ ସେଠାରେ ତାଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରିଥିଲେ । ଶ୍ରୀ ପଣ୍ଡାଙ୍କ ସହିତ ବରିଷ୍ଠ ବିଜେପି ନେତା ରଘୁନାଥ ପାତ୍ର, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ କୁମାର ବଳ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ଯୁବନେତା ସୀତାକାନ୍ତ ନାୟକ, ମଣ୍ଡଳ ସଭାପତି କେଶବ ବେହେରା, ସାଇଶରଣ ବେହେରା, ବିଜେପି ନେତା ଦେବେନ୍ଦ୍ର ପୁହାଣ, ପ୍ରମୋଦ ଦାସ, ଭରତ ସାହୁ, ପ୍ରତାପ ଜେନା, ଦେବବ୍ରତ ପାଢୀ, ଯଦୁମଣି ପାଣିଗ୍ରାହୀ, ତପୁନ ପାଣି, ସିଲୁ ବେହେରା, ହରିଶ୍ଚନ୍ଦ୍ର ନାୟକ, ଗଣେଶ କର, ମଦନ ପଣ୍ଡା, ଓମପ୍ରକାଶ ନାୟକ, ଅଶୋକ ରାଉତ, ରତିକାନ୍ତ ବିଶ୍ୱାଳ, ଦେବେନ୍ଦ୍ର ପଣ୍ଡା, ବିଚିତ୍ର ବାରିକ ଓ ସରୋଜ ନାୟକ ପ୍ରମୁଖ ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply