Odisha news

ତିହିଡି ବ୍ଲକରେ ମିଳିତ ଜନଶୁଣାଣି ଶିବିର, ୯୧ ଅଭିଯୋଗ ଆଗତ

0

ତିହିଡି,୩୦/୧୨(ଯଦୁମଣି ପାଣିଗ୍ରାହୀ): ତିହିଡି ପଞ୍ଚାୟତ ସମିତି ସଭାଗୃହରେ ଆଜି ଜିଲ୍ଲାପାଳ ଓ ଏସ୍ପିଙ୍କ ଏ ବର୍ଷର ଶେଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସମସ୍ୟା ସମ୍ବଳିତ ମୋଟ ୯୧ଟି ଅଭିଯୋଗ ଆଗତ ହୋଇଥିଲା । ସେଥିମଧ୍ୟରୁ ୬୯ଟି ବ୍ୟକ୍ତିଗତ ଅଭିଯୋଗ ଓ ୨୨ଟି ସାମୁହିକ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା । ଏହି ଶିବିରରେ ୩ଟି ରେଡକ୍ରସ ସମ୍ବନ୍ଧୀୟ ଓ ୧ଟି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ନେଇ ହୋଇଥିବା ଆବେଦନକୁ ଅନୁମୋଦନ କରାଯାଇ ସେମାନଙ୍କୁ ୩୪ ହଜାର ଟଙ୍କାର ସହାୟତା ଜିଲ୍ଲାପାଳ ମଞ୍ଜୁର କରିଥିଲେ । ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଏସ୍ପି ମଡକର ସନ୍ଦୀପ ସମ୍ପତ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଧାଂଶୁ ଶେଖର ବଳ, ବିଡିଓ ଜ୍ୟୋତିର୍ମୟ କର, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ସହକାରୀ ଜିଲ୍ଲାପାଳ ତନ୍ମୟ ଜେନା ପ୍ର୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ଏହି ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଆବଶ୍ୟକ ମତେ ଅଭିଯୋଗ ସମାଧାନ ପାଇଁ ତଥ୍ୟ ଉପସ୍ଥାପନ କରିଥିଲେ । ଶିବିରରେ ଆଗତ ସମସ୍ତ ଅଭିଯୋଗର ସମାଧାନ ପାଇଁ ନିୟମାନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ।

Leave A Reply