ତିହିଡି,୨୭/୧୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ବିଜେପି ପକ୍ଷରୁ ବୀର୍ ବାଲ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ତିହିଡି ଟାଉନହଲ ଠାରେ ଦଳ ପକ୍ଷରୁ ଏକ ସଭା ଆୟୋଜିତ ହୋଇଥିଲା । ଯୁବ ନେତା ସୀତାକାନ୍ତ ନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବରିଷ୍ଠ ବିଜେପି ନେତା ରଘୁନାଥ ପାତ୍ର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ବରିଷ୍ଠ ନେତା ଦେବେନ୍ଦ୍ର ପୁହାଣ, ସାହାଡାସୁନ୍ଦରୀ ମଣ୍ଡଳ ସଭାପତି ପ୍ରଦୀପ କୁମାର ବଳ, ଐଶାନ୍ୟଚଣ୍ଡୀ ମଣ୍ଡଳ ସଭାପତି ପ୍ରମୋଦ ଦାସ, ପ୍ରାକ୍ତନ ସମିତିସଭ୍ୟ ଯୁବନେତା ଉମାକାନ୍ତ ଦାସ, ସାହିତି୍ୟକ ଯଦୁମଣି ପାଣିଗ୍ରାହୀ, ସାମ୍ବାଦିକ ରାମନାରାୟଣ ନାୟକ ପ୍ରମୁଖ ଯୋଗଦେଇ ଶିଖମାନଙ୍କ ଦେଶପ୍ରେମ ଓ ମୋଗଲ ମାନଙ୍କ ବିରୋଧରେ ସେମାନଙ୍କର ନିରନ୍ତର ସଂଗ୍ରାମ ବିଷୟରେ ଆଲୋଚନା କରିବା ସହ ରାଷ୍ଟ୍ରଧର୍ମ ପାଳନ କରିବାକୁ ଯାଇ କିଭଳି ଗୁରୁ ତେଗ ବାହାଦୂର, ଗୁରୁ ଗୋବିନ୍ଦ ସିଂ ଓ ତାଙ୍କର ଦୁଇ ନାବାଳକ ପୁତ୍ର ଜୋରୱାର ସିଂ ଓ ଫତେ ସିଂଙ୍କ ସମେତ ଅନ୍ୟ ଦୁଇପୁତ୍ର ଆତ୍ମ ବଳିଦାନ ଦେଇଥିଲେ ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେହିପରି ବକ୍ତାମାନେ ସେମାନଙ୍କ ତ୍ୟାଗ ଓ ଆତ୍ମ ବଳିଦାନର କାହାଣୀ ଚିରକାଳ ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ ବୋଲି କହିବା ସହ ସନାତନ ଧର୍ମର ସୁରକ୍ଷା ପାଇଁ ପ୍ରତ୍ୟେକ ଭାରତବାସୀ ଐକ୍ୟବଦ୍ଧ ହେବା ଉଚିତ ବୋଲି ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ପ୍ରତାପ ଜେନା, ଦେବବ୍ରତ ପାଢୀ, କାହ୍ନୁ ଶତପଥି, ରାଜକିଶୋର ନାୟକ, ଅଜୟ ମହାପାତ୍ର, କେଶବ ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ବିଜେପିର କର୍ମୀ ଓ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ।