Odisha news

ପୀରହାଟ ପୋଲିସର ସଫଳତା, ବାଲିଦାଣ୍ଡିରୁ ବିପୁଳ ପରିମାଣରେ ଚୋରା କୋଇଲା ଜବତ୍

0

ତିହିଡି, ୨୩.୧୨(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଜିଲ୍ଲା ପୀରହାଟ ପୋଲିସକୁ ମିଳିଛି ଏକ ବଡ ସଫଳତା । ଏହି ଥାନାଧିନ ବାଲିଦାଣ୍ଡି ଗାଁରୁ ଦୁଇ ଜଣଙ୍କ ଠାରୁ ଗଚ୍ଛିତ ଥିବା ବିପୁଳ ପରିମାଣରେ ଚୋରା କୋଇଲା ଜବତ୍ । କେବଳ ସେତିକି ନୁହେଁ ମା’ ଲକ୍ଷ୍ମୀ ମିକ୍ଚର କମ୍ପାନୀର ମାଲିକ ଓ ଶୁସାନ୍ତ କୁମାର ପଲେଇ ମୋଟ୍ ଦୁଇ ଜଣଙ୍କ ବିରୋଧରେ ପୃଥକ୍ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ସୂଚନା ମୁତାବକ, ଏହି ଗାଁରେ ଚୋରା କୋଇଲା ମହଜୁଦ୍ ରହିଥିବା ନେଇ ଆଇଆଇସି ଅଜୟ କୁମାର ମୁର୍ମୁ ସୂଚନା ପାଇଥିଲେ । କାଳବିଳମ୍ବ ନକରି ସୋମବାର ପୂର୍ବାହ୍ନରେ ସୁସଜ୍ଜିତ ଭାବେ ଚଢାଉ କରାଯାଇଥିଲା । ଚଢାଉ ବେଳେ ବାଲିଦାଣ୍ଡି ଗାଁର ମା’ ଲକ୍ଷ୍ମୀ ମିକ୍ଚର କମ୍ପାନୀର ମାଲିକ ଚୋରା କୋଇଲା ମହଜୁଦ୍ ରଖିଥିବା ଜଣା ପଡିଥିଲା । ଗାଡି ଯୋଗେ ୧୨୦ ବସ୍ତା ଚୋରା କୋଇଲା ଥାନାକୁ ଅଣାଯାଇଛି । ସେହିପରି ସେହି ଗାଁରେ ବେଆଇନ୍ ଇଟାଭାଟିଆ ଶୁସାନ୍ତ କୁମାର ପଲେଇଙ୍କ ଠାରୁ ୭୦ ବସ୍ତା ଚୋରା କୋଇଲା ଜବତ୍ କରାଯାଇଛି । ପୋଲିସ ଆଖିରେ ଧୂଳିଦେଇ ଏହି ଦୁଇ ଅଭିଯୁକ୍ତ ନିୟମିତଭାବେ ଏହି ଚୋରା କୋଇଲା ବ୍ୟବହାର କରି ଆସୁଥିଲେ । ଚୋରା କୋଇଲା ·ଲାଣ ଅଥବା ବ୍ୟବହାର ଉପରେ ଜିଲ୍ଲା ପୋଲିସର ତୀକ୍ଷ୍ଣ ନଜର ରହିଛି । ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ଏବଂ କୋଇଲା ମଧ୍ୟ ଜବତ୍ ହେଉଛି । ଏହାରି ମଧ୍ୟରେ କେତେକ ଲୁକ୍କାଇୟିତ ଅବସ୍ଥାରେ କୋଇଲା ମହଜୁଦ୍ କରି ବ୍ୟବହାର କରିଆସୁଛନ୍ତି । ତେବେ ସେଭଳି କୌଣସି ଘଟଣା ନଜରକୁ ଆସିଲେ ସେମାନେ ପୋଲିସକୁ ସୂଚନା ଦେବାକୁ ଆଇଆଇସି ଶ୍ରୀ ମୁର୍ମୁ ନିବେଦନ କରିଛନ୍ତି । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚୋରା କୋଇଲା ·ଲାଣ କରୁଥିବା ଚୋର ଓ ମାଫିଆଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ।

Leave A Reply