ତିହିଡି, ୨୨/୧୨(ଯଦୁମଣି ପାଣିଗ୍ରାହୀ). ଭଦ୍ରକସ୍ଥିତ ବୃନ୍ଦାବନ କଳାକେନ୍ଦ୍ର ତାର ୨୦୨୪ ବର୍ଷ ପାଇଁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ତିହିଡ଼ିସ୍ଥିତ ଶାନ୍ତି ଆଶ୍ରମ ପରିସରରେ ଅୟୋଜିତ କରିଅଛି । ଏହି ଅବସରରେ ଉକ୍ତ ଆଶ୍ରମ ପରିସରରେ ଦିବସ ବ୍ୟାପୀ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଶ୍ରମର ଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ ଏବଂ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପରେ ଆଶ୍ରମର ସଂପାଦକ ଆଇନଜୀବୀ ଅପୂର୍ବ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ରାମନାରାୟଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃନ୍ଦାବନ କଳାକେନ୍ଦ୍ରର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିବା ସହ ନିଜର ପ୍ରତିଭା ଅଭିବୃଦ୍ଧି ପାଇଁ ନିୟମିତ ସାଧନାରତ ରହିବା ପାଇଁ କହିଥିଲେ । ଆଶ୍ରମର ସଂପାଦକ ଶ୍ରୀ ଦାସ ଛାତ୍ରୀ ମାନଙ୍କୁ ତୁଳନାତ୍ମକ ଦୃଷ୍ଟି କୋଣ ରଖି ନିଜର କଳାତ୍ମକ ଗୁଣର ଅଭିବୃଦ୍ଧି ଘଟାଇବା ଉଚିତ ବୋଲି କହିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ କଳାକେନ୍ଦ୍ର ତରଫରୁ ପ୍ରମାଣପତ୍ର ତଥା ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି ଉସôବରେ ଛାତ୍ରୀ ମାନେ ସୁଲଳିତ କଣ୍ଠରେ ବନେ୍ଦ ଉକôଳ ଜନନୀ ସଂଙ୍ଗୀତ ପରିବେଷଣ କରିଥିଲେ । କୃତି ପ୍ରତିଯୋଗୀଙ୍କ ବ୍ୟତୀତ ଆଶ୍ରମର ସମସ୍ତ ଛାତ୍ରୀଙ୍କୁ କଳାକେନ୍ଦ୍ର ତରଫରୁ ଚିତ୍ରାଙ୍କନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଉକ୍ତ ଦିବସ ବ୍ୟାପୀ କାର୍ଯ୍ୟକ୍ରମକୁ କଳାକେନ୍ଦ୍ରର ନିଦେ୍ର୍ଦଶକ ସୌରେଶ ଚନ୍ଦ୍ର ମହାନ୍ତି ସଞ୍ଚାଳନ କରିଥିଲେ । ଛାତ୍ରୀଙ୍କ ମଧ୍ୟରେ ଥିବା ବହୁମୁଖୀ ପ୍ରତିଭାକୁ ଅନ୍ୱେଷଣ କରି ତାର ଉପଯୁକ୍ତ ବିନିଯୋଗ କରାଯାଇ ପାରିଲେ ସେହି ଛାତ୍ରୀ ମାନେ ରାଜ୍ୟ ପ୍ରଗତି କ୍ଷେତ୍ରରେ ସଫଳ ଯୋଗଦାନ ଏହି ଉସôବର ଉଦେ୍ଦଶ୍ୟ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ । ଉକ୍ତ ଉସôବରେ ସମାଜସେବୀ ଅରୁଣ କୁମାର ଦାସ, ସାମ୍ବାଦିକ ନାରାୟଣ କର, ଯୁବ ସମାଜସେବୀ ନିରଞ୍ଜନ ସାମଲ, ଅଧ୍ୟାପକ ଶଙ୍କର୍ଷଣ ଦାସ, ଅଧ୍ୟାପକ ନିରାକାର ନାୟକ, ଶଙ୍କର୍ଷଣ ମହାନ୍ତି, ଅଧ୍ୟାପିକା ସରିତା ସାମଲ, ପ୍ରଭାସ କୁମାର ବାରିକ, ପ୍ରଦିପ୍ତ ନାୟକ, ପ୍ରତିମା ବଳ, ପ୍ରମୁଖ ଉକ୍ତ ଉସôବରେ ଉପସ୍ଥିତ ରହି ଉସôବଟିକୁ ସଫଳ କରାଇବାରେ ସହଯୋଗ କରିଥିଲେ ।