Odisha news

ଶ୍ରୀ ସତ୍ୟସାଇ ବହୁମୁଖୀ ପ୍ରକଳ୍ପର ବାର୍ଷିକ ଉତ୍ସବ ଓ ବାବାଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା

0

ତିହିଡି,୧୮/୧୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତର ଦୋହରାସାହି ଶ୍ରୀ ସତ୍ୟସାଇ ବହୁମୁଖୀ ପ୍ରକଳ୍ପ ଓ ବାତ୍ୟା ଆଶ୍ରୟସ୍ଥଳୀର ୨୦ତମ ବାର୍ଷିକ ଉତ୍ସବ ଓ ଶ୍ରୀ ସତ୍ୟସାଇ ବାବାଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ୧୭ ଓ ୧୮ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ୧୭ ତାରିଖ ଦିନ ଗଜାନନଙ୍କ ମହାପ୍ରଭୁଙ୍କ ବାର୍ଷିକ ଉତ୍ସବ ଓ ସତ୍ୟସାଇ ବାବାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ୧୮ ତାରିଖ ଦିନ ବହୁମୁଖୀ ପ୍ରକଳ୍ପର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଶାନ୍ତି ନିଳୟମରୁ ଆଜ୍ଞାମାଳ ବହନ କରିଥିବା ନୂତନ ବିଗ୍ରହ ସମସ୍ତ ସାଇ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥିଲା । ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଷୋଡଶ ଉପଚାର ପୂଜା ଯଥାବିଧି ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ଡା. ସଞ୍ଜୟ ଦାସ, ଡା.ଚିତ୍ତରଞ୍ଜନ ଜେନା ଓ ଡା. ଶୁଭ୍ରା ପ୍ରିୟଦର୍ଶୀ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଓøଷଧ ପ୍ରଦାନ କରାଯାଇଥିଲା । ପରେ ଏକ ସାଧାରଣ ସଭା ଓ ସତସଙ୍ଗର ଆୟୋଜନ କରାଯାଇଥିଲା । ଭଦ୍ରକ ଶ୍ରୀ ସତ୍ୟସାଇ ବିଦ୍ୟାବିହାର ଓ ଦୋହରାସାହି ପ୍ରକଳ୍ପର ସମ୍ପାଦକ ପାର୍ଥସାରଥୀ ନାୟକ ୨ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଓଡିଶା ଶ୍ରୀ ସତ୍ୟସାଇ ସେବା ସଙ୍ଗଠନର ପ୍ରାକ୍ତନ ସଭାପତି ପ୍ରଫେସର ହରେକୃଷ୍ଣ ଦାସ ଓ ପ୍ରାକ୍ତନ ସଂଯୋଜକ ଇ. ଶଚ୍ଚିଦାନନ୍ଦ ନନ୍ଦ, ବିଧାୟକ ଅଶୋକ ଦାସ, ଜିଲ୍ଲା ସଭାପତି ନକୁଳ ଚନ୍ଦ୍ର ଜେନା, ରାଜ୍ୟ ଟ୍ରଷ୍ଟର ସଭ୍ୟ ଇ.ସନାତନ ପାତ୍ର, ଜିଲ୍ଲା ସଂଯୋଜକ ମନୋଜ ନାୟକ, ଜୟକୃଷ୍ଣ ବେହେରା, ବିଜୟ ପତି, ପୂର୍ଣ୍ଣଚନ୍ଦ୍ର ସେଠୀ, ପୁଷ୍ପାଞ୍ଜଳି ମିଶ୍ର, ଜିତେନ୍ଦ୍ର ବେହେରା, କ୍ଷୀରୋଦ ଦାସ, ଅନିରୁଦ୍ଧ ଦାସ, ଅମୂଲ୍ୟ ତ୍ରିପାଠୀ, ହରିହର ଲେଙ୍କା, ସଞ୍ଜୟ ମହାପାତ୍ର, ଦେବକିଶୋର ଦାସ, ରବିନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଦୋହରାସାହି ବାଳବିକାଶ କେନ୍ଦ୍ରର ଛାତ୍ରଛାତ୍ରୀ ଓ ସିଲାଇ କେନ୍ଦ୍ରର ଛାତ୍ରୀଙ୍କର ଅନୁଭୂତି ସମସ୍ତଙ୍କୁ ମନକୁ ଛୁଇଁଥିଲା । ଏହି ଅବସରରେ ୫୦ ଜଣଙ୍କୁ ଶୀତବସ୍ତ୍ର ଓ ୯ ଜଣଙ୍କୁ ଅମୃତ କଳସ ପ୍ରଦାନ କରାଯିବା ସହିତ ପଞ୍ଚାୟତର ଜଣେ ସଫଳ ଚାଷୀ, ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଓ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଦୋହରାସାହି ସେବାଗ୍ରୁପର ଆବାହକ ନାରାୟଣ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply