ତିହିଡ଼ି,୨୦ା୧୧: ଭଦ୍ରକ ଜିଲା ପୀରହାଟ ଥାନାଧୀନ ଦରପୁର ଛକ ନିକଟରେ ୬ଟି ଷଣ୍ଢକୁ ନେଇ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ ସମେତ ଉକ୍ତ ଚାଲାଣକୁ ଏସ୍କଟ ଦେଉଥିବା ଏକ ଜାଇଲୋ କାର୍ ଓ ଏକ ବାଇକ୍କୁ ଜବତ କରିଛି ପୁଲିସ । ଘଟଣାସ୍ଥଳରୁ ୩ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୩ଜଣ ଖସି ପଳାଇ ଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ହେଲେ ସାମନ୍ତରାୟପୁର ଗାଁର ସୂର୍ଯ୍ୟମଣି ବେହେରାଙ୍କ ପୁଅ ବିଷ୍ଣୁ ଚରଣ ବେହେରା (୪୩), ଭଦ୍ରକ ଅପର୍ତ୍ତିବିନ୍ଧା ଗାଁର ସେକ୍ ଲୋକାମଙ୍କ ପୁଅ ସେକ୍ ରାଜୁ (୩୬) ଓ ଭଦ୍ରକ ଭୂୟାଁମହଲା ଗାଁର ସମଦ ଖାଁଙ୍କ ପୁଅ ଗୋଲାମ ମହମଦ ଖାଁ (୨୩) ବୋଲି ଜଣାଯାଇଛି । ଖସି ପଳାଇଥିବା ୩ ଜଣଙ୍କ ସମ୍ପର୍କରେ ଖୋଳତାଡ଼ କରିବା ପରେ ଗିରଫ ଅଭିଯୁକ୍ତଙ୍କ ଠାରୁ ସେମାନଙ୍କ ପରିଚୟ ମଳିଛି । ସେମାନେ ହେଲେ ଅଲାଳ ଗାଁର ସନ୍ତୋଷ ରାଉତଙ୍କ ପୁଅ ପ୍ରଫୁଲ୍ଲ କୁମାର ରାଉତ, ସାମନ୍ତରାୟପୁର ଗାଁର ବସନ୍ତ ନାୟକଙ୍କ ପୁଅ ସୁଶାନ୍ତ ନାୟକ ଓ ପୀତବାସ ନାୟକଙ୍କ ପୁଅ ପ୍ରମୋଦ ନାୟକ ବୋଲି ପୁଲିସ ରେକର୍ଡ଼ଭୁକ୍ତ କରିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ ପରେ ବୁଧବାର ଅପରାହ୍ଣରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ମଙ୍ଗଳବାର ରାତି ପ୍ରାୟ ୩ଘଟିକା ସମୟରେ ଅଭିଯୁକ୍ତମାନେ ଷଣ୍ଢମାନଙ୍କୁ ବିଭିନ୍ନ ସ୍ଥାନରୁ ଧରିଆଣି ବଳପୂର୍ବକ ଭାବେ ପିକ୍ଅପ୍ ଭ୍ୟାନରେ ଲୋଡ଼ କରି ଗଦି ଅଭିମୁଖେ ଆସୁଥିବା ବେଳେ ସ୍ଥାନୀୟ ଲୋକେ ଘେରି ଯାଇଥିଲେ । ଷଣ୍ଢ ବୋଝେଇ ଗାଡ଼ି ସମେତ ଏସ୍କଟ ଦେଉଥିବା କାର୍ ଓ ବାଇକ୍ ଗୁଡ଼ିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ । ଆଇଆଇସି ଅଜୟ ମୁର୍ମୁଙ୍କ ସମେତ ଏସଆଇ ସୁପ୍ରକାଶ ମହାନ୍ତି, କନେଷ୍ଟବଳ ତୁଷାରକାନ୍ତ ପଣ୍ଡା ଓ ରାଜେନ୍ଦ୍ର ପ୍ରସାଦ ସାହୁ, ରାମଚନ୍ଦ୍ର ହାଁସଦା ଓ ସରୋଜ ସେନାପତି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚô ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଏହି ଘଟଣାଟି ସମଗ୍ର ଜିଲାରେ ଚାଞ୍ଚଲ୍ୟକର ସୃଷ୍ଟି କରିଛି । ହିନ୍ଦୁମାନଙ୍କ ତରଫରୁ ପୂଜା ପାଉଥିବା ଷଣ୍ଢ ରାସ୍ତା ଘାଟରେ ବୁଲୁଛନ୍ତି ଯାହାକୁ ମନ୍ଦ ଉଦେ୍ଦଶ୍ୟ ରଖି ବିଭିନ୍ନ ସମୟରେ ଚାଲାଣ କରାଯାଉଛି । ସ୍ଥାନୀୟ ବାସୀନ୍ଦାଙ୍କ ସହଯୋଗ କ୍ରମେ ପୁଲିସର ଏତାଦୃଶ ପଦକ୍ଷେପକୁ ବିଭିନ୍ନ ମହଲରୁ ସାଧୁବାଦ ମିଳୁଛି ।
ଚୋରା କୋଇଲାର ଚେର ଛଡ଼ା ଅଭିଯାନ