ତିହିଡି,୧୯/୧୧(ଯଦୁମଣି ପାଣିଗ୍ରାହୀ): ତିହିଡି ସିଆରଏସ ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ସ୍ୱର୍ଗତ ମଧୁସୂଦନ ଭୂୟାଁଙ୍କର ଏକାଦଶ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ତିହିଡିରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ତିହିଡି ଟାଉନହଲ ଠାରେ ସାହିତି୍ୟକ ଯଦୁମଣି ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ସୋମନାଥ ପାଢୀ, ନିତ୍ୟାନନ୍ଦ ମଲ୍ଲିକ, କବି ଗୋଲକ ପ୍ରସାଦ ବୈୟାରୀ, ବିଭୂତିଭୂଷଣ ସେନାପତି, ଡ.ଲକ୍ଷ୍ମୀଧର ତ୍ରିପାଠୀ, ଗିରିଜାରମଣ ଜେନା, କୃତ୍ତିବାସ ଜେନା, ରତ୍ନାକର ଧଳ, ଶିକ୍ଷାବିତ କିଶୋର ଚନ୍ଦ୍ର କର, ନୀଳମାଧବ ସେନାପତି, ତିହିଡି ହାଇସ୍କୁଲର ପ୍ରଧାନଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର, ନୀଳମାଧବ ସେନାପତି, ସାମ୍ବାଦିକ ରାମନାରାୟଣ ନାୟକ, ପ୍ରଭାତ କୁମାର ରାଉଳ, କବି ପି. ହୃଷିକେଶ, ଉମେଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ପ୍ରାକ୍ତନ ପ୍ରଧାନଶିକ୍ଷକ ସ୍ୱର୍ଗତ ଭୂୟାଁ ଜଣେ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି କହିବା ସହିତ ଉଭୟ ଶିକ୍ଷାଦାନ ଓ ପ୍ରଶାସନିକ ଦିଗରୁ ସେ ବେଶ ଦକ୍ଷ ଓ ସୁନିପୁଣ ଥିଲେ ବୋଲି କହିଥିଲେ । ସେହିପରି ତାଙ୍କ ମୃତୁ୍ୟକୁ ୧୧ବର୍ଷ ବିତିଯାଇଥିଲେ ମଧ୍ୟ ସେ ଆଜି ବି ଛାତ୍ରଛାତ୍ରୀଙ୍କ ହୃଦୟରେ ଜୀବିତ ଅଛନ୍ତି ବକ୍ତାମାନେ ମତପୋଷଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଭୂୟାଁଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।