ତିହିଡି, ୦୬/୧୧(ଯଦୁମଣି ପାଣିଗ୍ରାହୀ): ତିହିଡିର ବିଶିଷ୍ଟ ସମାଜସେବୀ ତଥା ବାସନ୍ତୀ ଦୁର୍ଗା କମିଟିର ସଭାପତି ରଘୁନାଥ ପଣ୍ଡାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ତିହିଡି ବାସନ୍ତୀ ଦୁର୍ଗା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ମା’ବାସନ୍ତୀ ଦୁର୍ଗା ଟ୍ରଷ୍ଟର ଟ୍ରଷ୍ଟି ପାର୍ଥସାରଥୀ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ସର୍ବ ପ୍ରଥମେ କିମଟିର ପ୍ରତିଷ୍ଠାତା ସଭ୍ୟ ହେମନ୍ତ ମହାପାତ୍ର ସ୍ୱର୍ଗତ ପଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । କମିଟିର ସଭ୍ୟ ଭରତ ମହାପାତ୍ର, ଦେବୀପସନ୍ନ ପତି, ନରେନ୍ଦ୍ର ବାରିକ, ମନମୋହନ ଦାସ, ମହେଶ୍ୱର ସେଠୀ, ବାଇଧର ମହାପାତ୍ର, ଅନୀଲ ମହାପାତ୍ର, ରାଜେଶ ପାଢୀ, ଲିଟୁ ପରିହାରୀ, ସୁଧିର କୁମାର ଦାସ, ଦିବାକର ତ୍ରିପାଠୀ, ସୟଦ ଇବ୍ରାହିମ, ସୁକାନ୍ତ ମହାପାତ୍ର, ପ୍ରଫୁଲ ଯତି, ପ୍ରସନ୍ନ କର ପ୍ରମୁଖ ଉପସ୍ଥିତ ହୋଇ ସ୍ୱର୍ଗତ ରଘୁନାଥ ପଣ୍ଡାଙ୍କର ସ୍ମୃତିଚାରଣ କରିବା ସହିତ ବାସନ୍ତୀ ଦୁର୍ଗା ଅନୁଷ୍ଠାନର ବହୁବିଧ ଉନ୍ନତିରେ ସ୍ୱର୍ଗତ ପଣ୍ଡାଙ୍କର ପ୍ରମୁଖ ଭୂମିକା ରହିଥିଲା ବୋଲି କହିଥିଲେ ।