ତିହିଡି, ୨୨/୧୦(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା-୨୦୨୪-୨୫ ଶେଷ ହୋଇଛି । ଏହା ଗତ ଅଗଷ୍ଟ ୧୭ରେ ତିହିଡି ଚରସ ହାଇସ୍କୁଲ କ୍ରୀଡା ପ୍ରାଙ୍ଗଣରୁ ଆରମ୍ଭ ହୋଇ ଚଳିତ ମାସ ୧୯ ତାରିଖରେ ଦୋଳସାହି ରାମ ନାରାୟଣ ହାଇସ୍କୁଲ କ୍ରୀଡା ପ୍ରାଙ୍ଗଣରେ ଶେଷ ହୋଇଛି । ଏହି କ୍ରୀଡା ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଗତ ଅଗଷ୍ଟ ୧୭ରେ ଅନୁଷ୍ଠିତ ୧ମ ପର୍ଯ୍ୟାୟରେ ୧୭ ବର୍ଷରୁ କମ୍ ବାଳକ ବାଳିକା ଓ ୧୪ ବର୍ଷରୁ କମ୍ ବାଳକ ବାଳିକାଙ୍କ ମଧ୍ୟରେ ଚେସ୍ ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହୋଇଥିଲା । ମୁଖ୍ୟ ଅତିଥି ଭାବେ ତିହିଡି ବ୍ଲକ ଶିକ୍ଷାଧିକାରୀ ଶୁଭସ୍ମିତା ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଶିକ୍ଷାଧିକାରୀ ଦାମୋଦର ଜେନା, ରତ୍ନାକର ସାହୁ, ଚରସ ହାଇସ୍କୁଲର ପ୍ରଧାନଶିକ୍ଷକ ସମରେନ୍ଦ୍ର ମିଶ୍ର, ଅଚକ ହାଇସ୍କୁଲର ପ୍ରଧାନଶିକ୍ଷକ କିଶୋର ବାରିକ, ଅବସରପ୍ରାପ୍ତ କ୍ରୀଡାଶିକ୍ଷକ ବାବାଜୀ ମହାକୁଡ, ଗିରିଜାରମଣ ଜେନା, ସେମାନାଥ ମିଶ୍ର ଓ ବିଭୂପଦ ସାହୁ ଯୋଗ ଦେଇଥିଲେ । ବ୍ଲକ କ୍ରୀଡା ସମ୍ପାଦକ ବିଜୟ କୁମାର ନାୟକ କ୍ରୀଡା ସମ୍ପର୍କିତ ବାର୍ଷିକ ବିବରଣୀ ପାଠ କରିଥିଲେ । ସେହିପରି ଅଗଷ୍ଟ ୨୩ ଓ ସେପ୍ଟେମ୍ବର ୯ ତାରିଖରେ ରାମନାରାୟଣ ହାଇସ୍କୁଲ କ୍ରୀଡା ପ୍ରାଙ୍ଗଣରେ ଅନୁଷ୍ଠିତ ୨ୟ ପର୍ଯ୍ୟାୟ କ୍ରୀଡାରେ ଫୁଟବଲ, କବାଡି, ଖୋ ଖୋ, ଭଲିବଲ ଆଦି ପ୍ରତିଯୋଗିତା ହୋଇଥିଲା । ଚଳିତ ମାସ ୧୯ ତାରିଖରେ ରାମନାରାୟଣ ହାଇସ୍କୁଲ ପଡିଆରେ ଆଥଲେଟିକ ମିଟ ଅନୁଷ୍ଠିତ ହୋଇଥିଲା । ବ୍ଲକ କ୍ରୀଡା ସମ୍ପାଦକ ବିଜୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ସମସ୍ତ ଖେଳ ସମ୍ପାଦିତ ହୋଇଥିଲା । କ୍ରୀଡା ଶିକ୍ଷକ ଶଶଧର ଓଝା, ସୁରେଶ ମହାକୁଡ, ପ୍ରଭାତ ଜେନା, ତନ୍ମୟ ବେହେରା, ସୁରଜିତ ଭୋଇ, ଶଶିକାନ୍ତ ବେହେରା, ସୁବ୍ରତ ସାହୁ, ଅଭୟ ସେନାପତି, ବିବେକାନନ୍ଦ ସାମଲ, ଅଞ୍ଜନା ଦାସ ବିମଳା ବେହେରା, ବିଶ୍ୱରଞ୍ଜନ ମଲ୍ଲିକ, ସୁନୀଲ ବାରିକ, ନିର୍ମଳ ପଣ୍ଡା, ମଞ୍ଜୁଲତା ଦାସ, ରଶ୍ମିତା ମଣ୍ଡଳ, ସୁଶ୍ରୀସଙ୍ଗୀତା ପାଣିଗ୍ରାହୀ. ମଧୁସ୍ମିତା ପଣ୍ଡା, ଗୀତାଞ୍ଜଳି ରଥ, କମଳାକାନ୍ତ ସାହୁ, ବିଶ୍ୱନାଥ ମାଝୀ, , ରାଧାକାନ୍ତ ନାୟକ, ସୂର୍ଯ୍ୟମଣି ରାଉତ, କାଶୀନାଥ ଦା. ଦୋଳଗୋବିନ୍ଦ ପାଧୁରିଆ ଖେଳ ପରିଚାଳନା କରିଥିଲେ । ବ୍ଲକସ୍ତରରୁ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଚାମ୍ପିୟନ ହେବା ସହିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ତିହିଡି ପାଇଁ ଗୌରବ ଆଣି ପାରିଛନ୍ତି । ଏଥିପାଇଁ ବ୍ଲକ ଶିକ୍ଷାଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ, ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ଓ ବୁଦ୍ଧିଜୀବୀଙ୍କ ମହଲରେ ଏହାକୁ ନେଇ ଆନନ୍ଦ ପ୍ରକାଶ ପାଇଛି ।