Odisha news

ସରକାରୀ ଜାଗାରେ ନିର୍ମିତ ସରପଞ୍ଚଙ୍କ କୋଠା ଘରକୁ ଭାଙ୍ଗିଲା ପ୍ରଶାସନ

0

ତିହିଡି,୨୧/୧୦(ଯଦୁମଣି ପାଣିଗ୍ରାହୀ): ସରକାରୀ ଜାଗାରେ ବେଆଇନ ଭାବରେ ନିର୍ମାଣ କରିଥିଲେ କୋଠାଘର । ହେଲେ ନିଜର ରାଜନୈତିକ ପ୍ରଭାବ ଓ ପତିଆରା ବଳରେ ଦୀର୍ଘ ଦିନ ଧରି ପ୍ରଶାସନର ନିଦେ୍ର୍ଦଶକୁ ବେଖାତିର କରି ଚାଲିଥିଲେ ବର୍ତ୍ତମାନର ସରପଞ୍ଚ ଓ ଓ ତାଙ୍କ ସ୍ୱାମୀ । ଶେଷରେ ଆଇନ ଆଗରେ ହାର ମାନିବାକୁ ବାଧ୍ୟ ହୋଇଛନ୍ତି ଏହି ଦମ୍ପତ୍ତି । ମାନ୍ୟବର କୋର୍ଟଙ୍କ ନିଦେ୍ର୍ଦଶରେ ଆଜି ତିହିଡି ତହସିଲ ପ୍ରଶାସନ ପକ୍ଷରୁ ଉକ୍ତ କୋଠାଘରକୁ ଭାଙ୍ଗି ସରକାରୀ ଜାଗାକୁ ଜବରଦଖଲମୁକ୍ତ କରାଯାଇଛି । ତେବେ ଉକ୍ତ ଘରକୁ ଭାଙ୍ଗିବା ଲାଗି ପ୍ରଶାସନ ପକ୍ଷରୁ ନିୟୋଜିତ ଜେସିବି ମେସିନ ଆଗରେ ସରପଞ୍ଚ ଶ୍ରୀମତୀ ବେହେରା, ତାଙ୍କ ସ୍ୱାମୀ ଓ ପୁତୁରା ଛିଡାହୋଇ ପ୍ରତିବାଦ କରିବାରୁ ପୋଲିସ ସେମାନଙ୍କୁ ଥାନାକୁ ନେଇ ଅଟକ ରଖିଥିଲା । ସୂଚନା ମୁତାବକ ତିହିଡି ତହସିଲ ଅନ୍ତର୍ଗତ ତାଳପଦା ପଞ୍ଚାୟତ ଅଧିନ କାନ୍ତକବି ସ୍ମୃତି ପୀଠରୁ ବୈକୁଣ୍ଠସାହି ଦେଇ ଭୁୟାଁଉଆସରେ ସଂଯୋଗ ହୋଇଥିବା ତାଳପଦା ମୌଜାର ଖାତା ନଂ-୧୭୪, ପ୍ଲଟ ନଂ-୮୭୮ଉପରେ ଥିବା ସରକାରୀ ରାସ୍ତାର କିଛି ଅଂଶକୁ ଜବର ଦଖଲ କରି ବେଆଇନ ଭାବେ ଏକ କୋଠାଘର ନିର୍ମାଣ କରାଇଥିଲେ ସରପଞ୍ଚ ଜୟଶ୍ରୀ ବେହେରା ଓ ତାଙ୍କ ସ୍ୱାମୀ ଶିକ୍ଷକ ଚନ୍ଦ୍ରଶେଖର ବେହେରା । ତେବେ ରାସ୍ତା ଜବର ଦଖଲ ହୋଇଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ତିହିଡି ତହସିଲଦାର ଓ ପରେ ଜିଲ୍ଲାପାଳଙ୍କ ଅବଗତ କରାଯାଇଥିଲେ ମଧ୍ୟ ଏଥିରୁ କୌଣସି ସୁଫଳ ମିଳି ପାରିନଥିଲା । ଫଳରେ୨୦୨୩ ମସିହାରେ ସେହି ଗାଁର ଶ୍ରୀକାନ୍ତ ଦଳେଇ ନାମକ ଜଣେ ବ୍ୟକ୍ତି ଏଥିନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହାର ବି·ର କରି ଜବର ଦଖଲ ହଟାଇବା ଲାଗି ଗତ ୦୫-୧୦-୨୩ ତାରିଖରେ ନିଦେ୍ର୍ଦଶ ଦେଇଥିଲେ । ଫଳରେ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରୁ ଜବରଦଖଲ ହଟାଇବାକୁ ଶ୍ରୀ ବେହେରା ଦମ୍ପତିଙ୍କୁ ବାରମ୍ବାର ନୋଟିସ ଜାରି କରାଯାଇଥିଲା । ମାତ୍ର ସରପଞ୍ଚ ଓ ତାଙ୍କ ସ୍ୱାମୀ ଏହାକୁ ବେଖାତିର କରିଥିଲେ । ତେଣୁ ଗତ ୧୭ ତାରିଖ ଦିନ ତିହିଡି ତହସିଲଦାର, ଆଇଆଇସି ଓ ପୋଲିସ ଫୋର୍ସ ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିଲେ ମଧ୍ୟ ସରପଞ୍ଚ ଓ ତାଙ୍କ ସ୍ୱାମୀ ଏହାର ପ୍ରତିବାଦ କରିବା ସହିତ ଉଚ୍ଛେଦ ଲାଗି ପ୍ରଶାସନକୁ ୧୫ ଦିନ ସମୟ ମହଲତ ମାଗିଥିଲେ । ତେଣୁ ସେଦିନ ପ୍ରଶାସନ ଜବରଦଖଲ ଉଚ୍ଛେଦ କରି ନପାରି ଫେରି ଆସିଥିଲା । ତେବେ ଗତକାଲି ଅପରାହ୍ନ ୫ ଘଟିକାରୁ ସୋମବାର ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଉକ୍ତ ସ୍ଥାନର ଆଖପାଖରେ ୧୬୩ ବିଏନଏସ ଜାରି କରାଗଲା ବୋଲି ଡାକବାଜି ଯନ୍ତ୍ର ଜରିଆରେ ସମସ୍ତଙ୍କୁ ଅବଗତ କରିବା ସହିତ ଜବର ଦଖଲକାରୀଙ୍କ ଘର କାନ୍ଥରେ ଲଟକା ଜାରି କରିଥିଲା । ଆଜି ପୂର୍ବାହ୍ଣରେ ୧୦ ଜଣ ମାଜିଷ୍ଟ୍ରେଟ, ୪ଜଣ ଏକ୍ଜିକୁ୍ୟଟିଭ ମାଜିଷ୍ଟ୍ରେଟ ଓ ୪ ପ୍ଲାଟୁନ ପୋଲିସ ଫୋର୍ସ ସେଠାରେ ପହଞ୍ଚି ଜେସିବି ମେସିନ ସହାୟତାରେ ଉକ୍ତ କୋଠାଘରକୁ ଭାଙ୍ଗିଥିଲେ । ଆଜିର ଏହି ଉଚ୍ଛେଦ କାର୍ଯ୍ୟରେ ତିହିଡି ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଚାନ୍ଦବାଲି ଏସଡିପିଓ କାର୍ତ୍ତିକଚନ୍ଦ୍ର ମଲ୍ଲିକ, ଧାମନଗର ତହସିଲଦାର ଦୀପକ ଦାସ, ତିହିଡି ଅତିରିକ୍ତ ତହସିଲଦାର ନମିତା ଧଳ, ଠାକୁର ଦାସ ନାୟକ, ଆଇଆଇସି ପ୍ରସନ୍ନ କୁମାର ନାୟକ, ଏସଆଇ ଅରୁନ୍ଧତି ବେହେରା, ରେଭିନୁ୍ୟ ସୁପରଭାଇଜର, ଆରଆଇ ଓ ଅମିନ ପ୍ରମୁଖ ନିୟୋଜିତ ଥିବା ବେଳେ ଦମକଳ ଓ ଆମ୍ଭୁଲାନ୍ସ ଗାଡି ସେଠାରେ ମହଜୁଦ ଥିଲା ।

Nalco

Leave A Reply