Odisha news

ଝଲସୁଛି ସିନେ୍ଦାଳ ରାସ୍ତାପାଶ୍ୱର୍ ଲକ୍ଷ୍ମୀନାରାୟଣ ପୂଜା, ଆକୃଷ୍ଟ କରୁଛି ଆକର୍ଷଣୀୟ ସାଜସଜ୍ଜା ଓ ମିନାବଜାର

0

ତିହିଡି, ୧୮.୧୦: ଝଲସୁୁଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନେ୍ଦାଳ ପଞ୍ଚାୟତ ଆରୁହାସ୍ଥିତ ରାସ୍ତାପାଶ୍ୱର୍ ସାର୍ବଜନିନ ଲକ୍ଷ୍ମୀନାରାୟଣ ପୂଜା । ଏହି ପୂଜା ଚଳିତ ବର୍ଷ ୫୦ ବର୍ଷରେ ପଦାର୍ପଣ କରିଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ପୂଜା ବେସ ଧୂମଧାମରେ ପାଳିତ ହେଉଛି । ଆକର୍ଷଣୀୟ ସାଜସଜ୍ଜା ଓ ମିନାବଜାର ଲୋକଙ୍କୁ ଆକୃଷ୍ଟ କରୁଛି । କୁମାର ପୂର୍ଣ୍ଣମୀ ଠାରୁ ୯ ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି । କୁମାର ପୂର୍ଣ୍ଣମୀ ଦିନ ରୀତି ନୀତି ଅନୁସାରେ ମହାପ୍ରଭୁଙ୍କର କଳସ ଯାତ୍ରା ଓ ଛେରା ପହଁରା ପରେ ବହୁ ଶ୍ରଦ୍ଧାଳୁ ନେତ୍ରପଣା ଓ ଭୋଗ ଲଗାଇଥିଲେ । କୁମାର ପୂର୍ଣ୍ଣମୀ ପରଦିନ ଏହି ପୂଜାରେ ବହୁ ଲୋକଙ୍କ ସମାଗମ ହୋଇଥିଲା । ସୂଚନା ମୁତାବକ, ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ର ସିନେ୍ଦାଳ ଆରୁହା ଠାରେ ୧୯୭୫ ମସିହାରୁ ଏହି ସାର୍ବଜନୀନ ଲକ୍ଷ୍ମୀନାରାୟଣ ପୂଜା ପାଳନ କରାଯାଇ ଆସୁଛି । ତକ୍ରାଳୀନ ସୂର୍ଯ୍ୟମଣି ନାୟକ, ଭାଗିରଥି ବାରିକ, ବେଣୁଧର ସ୍ୱାଇଁ, ଦିବାକର ବାରିକ, କାହ୍ୁ ଚରଣ ଦାସ, ବିକ୍ରମ ମଲ୍ଲିକ, ଜନାର୍ଦ୍ଦନ ସେନାପତି, ହାଡ଼ିବନ୍ଧୁ ଦାସ, ଗୋପାଳ ଦାସ, ଦୁର୍ଯେ୍ୟାଧନ ସେନାପତି, ମାଗୁଣୀ ଚରଣ ପରିଡ଼ା, ଦୁଃଶାସନ କାଣ୍ଡି ଓ ଧନେଶ୍ୱର ପାଣିଙ୍କ ଉଦ୍ୟମରେ ଏଠାରେ ଆରମ୍ଭ ହୋଇଥିଲା ସାର୍ବଜନନୀ ଲକ୍ଷ୍ମୀନାରାୟଣ ପୂଜା । ପ୍ରଥମେ ମାଟି ଘର ପରେ ପକ୍କାଘରେ ଲକ୍ଷ୍ମୀ, ନାରାୟଣ ଓ ସରସ୍ୱତୀଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ବାର୍ଷିକ ପୂଜା ବିଧି ନିଆରା ଢଙ୍ଗରେ ପାଳନ କରାଯାଇ ଆସୁଥିଲା । ଏବେ ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବା ସହ ମନ୍ଦିରରେ ତିନି ଦିଅଁଙ୍କର ପ୍ରସ୍ତର ମୂର୍ତ୍ତି ସ୍ଥାପନ କରାଯାଇଛି । ବାରମାସରେ ତେର ପର୍ବ ଭଳି ଦୈନିକ ରୀତି ନୀତି ସମେତ ବର୍ଷର ବିଭିନ୍ନ ପୂଜା ପର୍ବ ଓ କୁମାର ପୂର୍ଣ୍ଣମୀରେ ବାର୍ଷିକ ପୂଜା ପାଳନ କରା ଯାଉଛି । ପୂଜାକାର୍ଯ୍ୟକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ସାର୍ବଜନୀନ ପୂଜା କମିଟି ଗଠନ କରାଯାଇଛି । ଚଳିତ ବର୍ଷ କମିଟିର ସଭାପତି ଭାଗିରଥି ବେହେରା, ସମ୍ପାଦକ ହରିହର ସେନାପତିଙ୍କ ସମେତ ଦେବେନ୍ଦ୍ର ବାରିକ୍, କମଳାକାନ୍ତ ଦାସ, ପରମାନନ୍ଦ ନାୟକ, ଗୋଲକବିହାରୀ ମଲ୍ଲିକ, ବଳରାମ ମଲ୍ଲିକ, ସରୋଜ ନାୟକ, ଗଙ୍ଗାଧର ଦାସ, ଅନିରୁଦ୍ଧ ବାରିକ, ଭଗବାନ ଦାସ, ନାରାୟଣ ଚନ୍ଦ୍ର ପୃଷ୍ଟି, କରୁଣାକର ନାୟକ, ଅଶ୍ୱନୀ ମଲ୍ଲିକ, ସୁକାନ୍ତ ନାୟକ, ସୀମାଞ୍ଚଳ ବେହେରା ଓ ଜପ ସ୍ୱାଇଁ ପ୍ରମୁଖଙ୍କ ସମେତ ଗ୍ରାମବାସୀ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୀରହାଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

Nalco

Leave A Reply