Odisha news

ତାଳପଦାରେ ଜବର ଦଖଲ ଉଚ୍ଛେଦକୁ ବିରୋଧ, ୧୫ ଦିନ ସମୟ ନେଲେ ଜବରଦଖଲକାରୀ

0

ତିହିଡି, ୧୮/୧୦(ଯଦୁମଣି ପାଣିଗ୍ରାହୀ): ତିହିଡି ତହସିଲ ଅନ୍ତର୍ଗତ ତାଳପଦା ପଞ୍ଚାୟତ ଅଧିନ କାନ୍ତକବି ସ୍ମୃତି ପୀଠରୁ ବୈକୁଣ୍ଠସାହି ଦେଇ ଭୁୟାଁଉଆସରେ ସଂଯୋଗ ହୋଇଥିବା ସରକାରୀ ରାସ୍ତା ଜବର ଦଖଲ ହୋଇଥିବା ଅଭିଯୋଗ ମୂଳେ ହାଇକୋର୍ଟ ନିଦେ୍ର୍ଦଶ ମୁତାବକ ଜବର ଉଚ୍ଛେଦ କରିବା ଲାଗି ନିଷ୍ପତି ହୋଇଛି । ରାସ୍ତାକୁ ଲାଗିଥିବା ଏକ ପକ୍କା ଘର ଭଙ୍ଗା ଯିବାକୁ ଆଦେଶ ମଧ୍ୟ ହୋଇଛି । ଏନେଇ ତହସିଲ ପକ୍ଷରୁ ପୋଲିସ ଫୋର୍ସ ସହ ଗୁରୁବାର ସେଠାରେ ପହଁଞ୍ଚô ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ବୈକୁଣ୍ଠସାହିର ଚନ୍ଦ୍ରଶେଖର ବେହେରା ଓ ତାଙ୍କ ସ୍ତ୍ରୀ ସରପଞ୍ଚ ଜୟଶ୍ରୀ ବେହେରାଙ୍କ ସମେତ ପରିବାରର ଅନ୍ୟମାନେ ଏହାକୁ ବିରୋଧ କରିଥିଲେ । ଘରେ ଜଣେ ରୋଗୀ ରହୁଛନ୍ତି ଏବଂ ଘରଟି ଭଙ୍ଗାଗଲେ ବ୍ୟାପକ କ୍ଷତି ହେବ ବୋଲି କହିବା ସହିତ ସେମାନଙ୍କ ମାତ୍ର ୧୫ ଦିନ ମହୁଲତ ଦେବାକୁ ତହସିଲଦାରଙ୍କୁ ନିବେଦନ କରିଥିଲେ । ଏହାରି ମଧ୍ୟରେ ସେମାନେ ଜବର ଦଖଲ ମୁକ୍ତ କରିଦେବେ ନଚେତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲେ ଆପତ୍ତି କରିବେ ନାହିଁ ବୋଲି ଗୁହାରୀ କରିବା ପରେ ଏହି ପ୍ରକ୍ରିୟା ବନ୍ଦ ରହିଥିବା ଜଣାଯାଇଛି । ସୂଚନା ମୁତାବକ, ଏହି ରାସ୍ତାଟି ଜବର ଦଖଲ ହୋଇଛି । ପ୍ରଥମେ ତହସିିଲଦାର ଓ ପରେ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମାତ୍ର କୌଣସି ପଦକ୍ଷେପ ନିଆଯାଇନଥିବାରୁ ଶେଷରେ ୨୦୨୩ ମସିହାରେ ସେହି ଗାଁର ଶ୍ରୀକାନ୍ତ ଦଳେଇ ନାମକ ଜଣେ ବ୍ୟକ୍ତି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହାର ବି·ର କରି ଜବର ଦଖଲ ହଟାଇବା ଲାଗି ନିଦେ୍ର୍ଦଶ ହୋଇଛି । ଏନେଇ ପ୍ରଶାସନ ପକ୍ଷରୁ ଜବର ଦଖଲକାରୀଙ୍କୁ ନୋଟିସ ଜାରି କରାଯାଇଥିଲା । ଗୁରୁବାର ପୂର୍ବାହ୍ନରେ ତହସିଲଦାର ଜୟଦ୍ରଥ ଆ·ର୍ଯ୍ୟ, ଆରଆଇ ମୀନକେତନ ଦାସଙ୍କ ସମେତ ଅନ୍ୟାନ୍ୟ କର୍ମ·ରୀ, ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ସମେତ କେତେକ ଅଫିସର ଓ ଦୁଇ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଥିଲେ ।

Nalco

Leave A Reply