ତିହିଡି,୦୪/୦୮(ଯଦୁମଣି ପାଣିଗ୍ରାହୀ): କେରଳର ୱାୟନାଡ୍ରେ ଭୂସ୍ଖଳନରେ ପ୍ରାଣ ହରାଇଥିବା ଓଡିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମୂହ ଦୀପ ଦାନ ପୂର୍ବକ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିତ୍ତରଞ୍ଜନ ଜେନାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମାଜସେବୀ ରାକେଶ ପୃଷ୍ଟି, ବିଚିତ୍ର ନାୟକ, ଅମର କୁମାର ସେଠୀ, ଭରତ ଚନ୍ଦ୍ର ମଲ୍ଲିକ, ବିସ୍ମୟ ବିହାରୀ ସାହୁ ଓ କୈଳାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଡାକ୍ତର ଶ୍ରୀ ଚିନାରାଙ୍କ ମରଶରୀର ଗତ ଶନିବାର ଦିନ ଜନ୍ମମାଟିକୁ ଫେରିବା ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ।