Odisha news

ପୀରହାଟରେ ବିଜେପିର ମିଶ୍ରଣ ପର୍ବ, ସାମିଲ ହେଲେ ୬୦ରୁ ଉଦ୍ଧ୍ୱର୍ ପରିବାର

0

ତିହିଡି, ୨୮/୦୪(ଯଦୁମଣି ପାଣିଗ୍ରାହୀ) : ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର କର୍ମୀ ମାନଙ୍କୁ ସଙ୍ଗଠନକୁ ସୁଦୃଢ କରିବାରେ ଲାଗିଛି । ଏହି କ୍ରମରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଦଳ ନିଜର ସ୍ଥିତିକୁ ଧୀରେ ଧୀରେ ମଜବୁତ କରିବା ଲକ୍ଷ୍ୟରେ ରହିଛି । ରାଜ୍ୟ ରାଜନୀତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ବିଜେପି ଏହାକୁ ଦଖଲ କରିବା ପାଇଁ ରଣନୀତି ଆରମ୍ଭ କରି ଦେଇଛି । ଏହି ମର୍ମରେ ·ନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ପୀରହାଟ ଅଧିନ ହରସିଂପୁର ପଞ୍ଚାୟତରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଗୋବିନ୍ଦପୁର, ବାରସର, ଦୌଲତପୁର, ସାହାପୁର, ହରସିଂପୁର ଓ ବାମନବିନ୍ଧା ପଞ୍ଚାୟତର ୬୦ରୁ ଉଦ୍ଧ୍ୱର୍ ପରିବାର ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପିର ସ୍ୱଚ୍ଛ ନିର୍ମଳ ଶାସନ ସହିତ ରାଜ୍ୟ ସଭାପତି ତଥା ·ନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ ଉପରେ ଆସ୍ଥା ପ୍ରକଟ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟ ଅତିଥି ମନମୋହନ ସାମଲ, ମଣ୍ଡଳ ସଭାପତି ରାଜାରାମ ମହାକୁଡ ଓ ଅଜୟ କୁମାର ନାୟକ ପ୍ରମୁଖ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସେମାନଙ୍କୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରସିଂପୁର ପଞ୍ଚାୟତର ସରପଞ୍ଚ ଅଜୟ ମହାନ୍ତି, ସମିତି ସଭ୍ୟ ଧିରେନ୍ ସାହୁ, ମୁକ୍ତିକାନ୍ତ ନାୟକ, ସୁଶାନ୍ତ ନାୟକ, ପ୍ରଦୀପ ନାୟକ, ବାମନବିନ୍ଧା ସେବା ସମବାୟ ସବାପତି ରାଜେନ୍ଦ୍ର ଦାସ, ରମେଶ ମହାଭୋଇ, ପଦ୍ମନାଭ ଦାସ, ରାମଚନ୍ଦ୍ର ଦାସ, ପ୍ରଦୀପ ବେହେରା ଓ ବିଚିତ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ନ ନିର୍ବାଚନରେ ଦଳ ଯେପରି ପୂର୍ବାପେକ୍ଷା ଭୋଟ ହାର ବୃଦ୍ଧି କରି ପାରିବ ସେନେଇ ଗୁରୁମନ୍ତ୍ର ଦେଇଥିଲେ ମନମୋହନ । ତୃଣମୂଳ ସ୍ତରରେ ଲୋକଙ୍କ ବିଜେପିର ଆଭିମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଶାସନ ସମ୍ପର୍କରେ କର୍ମୀମାନଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ପରେ ରାଜନଗରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅନାଦି ବାରିକ, ସୁଦର୍ଶନ ବିଶ୍ୱାଳ, ସଞ୍ଜୟ ବାରିକ, ଦେବେନ୍ଦ୍ର ଦାସ, ସୁବାଶ ଚନ୍ଦ୍ର ସେଠୀ, ରମେଶ ଧଳ, ଆଲୋକ ରାଉତ ଓ ବଂଶୀଧର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Leave A Reply